Parenting Tips- କଣ ପିଲା ଦୁଷ୍ଟ ହେଉଛନ୍ତି ? କଥା ମାନୁ ନାହାନ୍ତି ? ପିଲାଙ୍କ ପାଇଁ ଚିନ୍ତିତ ଅଛନ୍ତି ? ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆଜିକାଲିର ପିଲା ମାନେ ବହୁତ ଚାଲାକ ହୋଇଥାନ୍ତି । ନୂଆ ନୂଆ ଟେକ୍ନୋଲୋଜି ପିଲାମାନଙ୍କୁ ମାନସିକ ବିକାଶ କରିବାରେ ସାହାଯ୍ୟ କରୁଛି । ଯେତେବେଳେ ଆମେ ଛୋଟ ଥିଲେ ସେତେବେଳେ ଫୋନର ବ୍ୟବହାର ବହୁତ କମ ସମୟ ପାଇଁ ହେଉଥିଲା । କିନ୍ତୁ ଆଜି ଘରେ ଘରେ ପ୍ରତେକ ଛୋଟ ପିଲା ମାନଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳୁଛି । ପିଲାମାନେ ଯେତେ ଜଲ୍ଦୀ ସ୍ମାର୍ଟ ହେଉଛନ୍ତି ସେତେଜଲ୍ଡୀ ଜିଡ଼ିଆ ଓ ଅମାନିଆ ମଧ୍ୟ ହୋଇଯାଉଛନ୍ତି ।

ପିଲାମାନଙ୍କୁ ସମ୍ଭାଳିବା ମାତା ପିତାଙ୍କର ସବୁଠୁ ବଡ଼ ଚିନ୍ତାର ବିଷୟ ଅଟେ । ତେବେ ସେହି ପିଲାମାନଙ୍କୁ କିପରି ସମ୍ଭାଳିବେ ଆଜି ଆମେ ଆପଣଙ୍କୁ କହିବୁ । ତେବେ ଚାଲନ୍ତୁ ଜାଣିବା । ପିଲାମାନେ ଜିଦିଆ ଓ କଥା ନ ଶୁଣିବାରେ କୋଉଠି ନା କୋଉଠି ମାତା ପିତା ଙ୍କ ମଧ୍ୟ ଭୁଲ ରହୁଛି । ବର୍ତ୍ତମାନ ର ସମସ୍ତ ମାତା ପିତା ନିଜର ପିଲାମାନଙ୍କୁ ବହୁତ ଭଲ ପାଇଥାନ୍ତି । ସେହି ଭଲପାଇବା ସେମାନେ ପିଲାମାନଙ୍କ ସମସ୍ତ ଜିଦି ଏବଂ ଇଚ୍ଛା ପୂରଣ କରିଦିଅନ୍ତି ।

ପିଲା ମାନଙ୍କ ଛୋଟ ଛୋଟ ଭୁଲ ଗୁଡିକକୁ ମଧ୍ୟ ଅଣଦେଖା କରନ୍ତି । ପିଲାମାନଙ୍କୁ ସବୁ କଥାରେ ଆକଟ ବା ଗାଳି କରିବା ଉଚିତ୍ ହୋଇନଥାଏ କିନ୍ତୁ ତାଙ୍କର ଭୁଲ କାର୍ଯ୍ୟରେ ତାଙ୍କୁ ଠିକ କଣ ଶିଖାଇବା ନିହାତି ଜରୁରୀ ହୋଇଥାଏ । ନଚେତ ଏହାର ପରିଣାମ ଆମକୁ ପଛରେ ଭୋଗିବାକୁ ପଡ଼ିଥାଏ । ସେହି ପିଲାନଙ୍କ କାରଣରୁ ଆପଣଙ୍କୁ ସମାଜରେ ବା ବାହାର ଲୋକଙ୍କ ଆଗରେ ଲଜିତ ହେବାକୁ ପଡିପାରେ ।

ପିଲାମାନଙ୍କୁ ସବୁବେଳେ ରାଗିକି କହିବା ଉଚିତ ନୁହେଁ ସବୁବେଳେ ତାଙ୍କୁ ମିଠା ମିଠା କଥ କହି କୋଉଟା ଭୁଲ କୋଉଟା ଠିକ ଏହାର ଶିକ୍ଷା ଦେବା ଉଚିତ । ତେଣୁକରି ସଦା ସର୍ବଦା ପରିସ୍ଥିତି ଦେଖି ଆକଟ ଏବଂ ଶ୍ରଦ୍ଧା ସ୍ନେହ କରିବା ଦରକାର ହୋଇଥାଏ । ପିଲା ଯଦି ଭୁଲ କାମ କରୁଛି ତେବେ ତାକୁ ଆରମ୍ଭରୁ ହିଁ କୁହନ୍ତୁ ଏହା ଦ୍ବାରା ସେ ସେହି କାର୍ଯ୍ୟ କରିବ ନାହିଁ । ବହୁତ ଘରେ ପିଲା ମାନଙ୍କୁ ଶାସନ କଲାବେଳେ ଘରେ ଥିବା ଗୁରୁଜନ ଲେକ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି ।

ଏହା ଦ୍ବାରା ପିଲା ବେଶି ବିଗିଡି ଯାଏ ସେ ଭାବେ ସେ ଯାହା କଲେ ମଧ୍ୟ ତାକୁ କେହି କିଛି କହିବେନି । କିନ୍ତୁ ଆପଣ ଘରର ଗୁରୁଜନ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ କି ପିଲାର ଭବିଷ୍ୟତ ଭଲ ହେବାକୁ ହେଲେ ତାକୁ ଠିକ୍ ଭୁଲର ଅନ୍ତର ଜାଣିବାକୁ ପଡ଼ିବ । ପିଲାମାନଙ୍କୁ ସବୁବେଳେ ବାହାର ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ । ଏହା ତାଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ପିଲା ଜିଦି କରୁଥିବା ସମସ୍ତ ଖେଳନା କିଣିକି ମଧ୍ୟ ଆଣନ୍ତୁ ନାହିଁ । ଏମିତି କରିବା ଦ୍ୱାରା ପିଲାର ଜିଦି ସ୍ଵଭାବ ଅଧିକ ବଢିଯାଇଥାଏ । ପିଲା ମାନଙ୍କ ସହ ସମୟ ବିତାଇବା ଆଜି କାଲିର ମାତା ପିତାଙ୍କ ନିକଟରେ ସମ୍ଭବ ହୋଇପାରୁନାହିଁ । କିନ୍ତୁ ଆପଣ ଦିନକୁ ଅତି କମରେ ଦୁଇ ଘଣ୍ଟା ସମୟ ଦିଅନ୍ତୁ ଏବଂ ତାଙ୍କର ଦିନ ସାରା ଘଟୁଥିବା ସମସ୍ତ କାର୍ଯ୍ୟ ବିଷୟରେ ବୁଝନ୍ତୁ । ଏବଂ ରାତିରେ ଶୋଇଲା ବେଳେ ତାଙ୍କୁ ଶିକ୍ଷଣୀୟ ଗପ, ମନ୍ତ୍ର ଆଦି ସୁଣାନ୍ତୁ । ତେବେ ବନ୍ଧୁଗଣ ପୋଷ୍ଟ ଟି ଭଲ ଲାଗିଥିଲେ ଗୋଟେ ଲାଇକ ଏବଂ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *