Vastu Tips- ଆଲମାରିରେ ଭୁଲରେ ବି ରଖନ୍ତୁ ନାହିଁ ଏହି 3ଟି ଜିନିଷ, ହେବ ସର୍ବନାଶ

ବନ୍ଧୁଗଣ ବର୍ତ୍ତମାନ ସମୟରେ ପଇସାର ମୂଲ୍ୟ ବହୁତ ଅଧିକ ହୋଇଥାଏ । ପଇସା ନଥିଲେ କିଛି ମଧ୍ୟ କରିହୁଏ ନାହିଁ । ପାଖରେ ପଇସା ଥିଲେ ମନରେ ଆତ୍ମବିଶ୍ବାସ ମଧ୍ୟ ରହିଥାଏ । ପଇସା ରୋଜଗାର କରିବା ପାଇଁ ପ୍ରତେକ ବ୍ୟକ୍ତି ବହୁତ ପରିଶ୍ରମ କରିଥାନ୍ତି । କିନ୍ତୁ ଏପରି ମଧ୍ୟ ବହୁତ ବ୍ୟକ୍ତି ଅଛନ୍ତି ଯିଏ ପଇସା ଖର୍ଚ୍ଚ କରିବା ଅପେକ୍ଷା ସଞ୍ଚୟ କରିବାକୁ ବେଶି ପସନ୍ଦ କରିଥାନ୍ତି । ଏହି ସଞ୍ଚୟ କରିଥିବା ପଇସା ବ୍ୟାଙ୍କ କିମ୍ବା ଘରେ ଥିବା ଆଲମାରୀ ରେ ରଖିଥାନ୍ତି ।

ଆମେ ସମସ୍ତେ ଘରେ କିଛି ନା କିଛି କ୍ୟାସ ନିସ୍ଚୟ ରଖିଥାଉ । ନିଜର ଗହଣା,ଶାଢ଼ୀ,ଇତ୍ୟାଦି ମଧ୍ୟ ଆମେ ଅଲ୍ମାରିରେ ରଖିଥାଉ । କିନ୍ତୁ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଏପରି ମଧ୍ୟ କିଛି ବସ୍ତୁ ରହିଛି ଯାହା ଆଲମାରୀ ରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ କୋପ ଦୃଷ୍ଟି ପକାଇଥାନ୍ତି ଏବଂ ଆପଣଙ୍କ ସମ୍ପତି କମାଇବାକୁ ଲାଗେ । ଆଜି ଆମେ ଆପଣଙ୍କୁ ସେହି ବାସ୍ତୁ ଗୁଡ଼ିକ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ମଇଳା କପଡା:- ପିନ୍ଧିଥିବା କପଡା ବା ସଫା ନହେଇଥିବା ଲୁଗା ଓ କପଡା ଗୁଡିକକୁ ଭୁଲରେ ବି ଆଲମାରୀ ଭିତରେ ରଖନ୍ତୁ ନାହିଁ । କାରଣ ଏହା ଆଲମାରୀ ଭିତରେ ରହିଲେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏବଂ ଏହାର ପ୍ରଭାବ ଆପଣଙ୍କ ପରିବାର ଉପରେ ପଡ଼ିଥାଏ । ଏହା ସହିତ ଆପଣଙ୍କ ଧନ ମଧ୍ୟ କମ ହେବାରେ ଲାଗେ ।

ଧୂଳି ମାଟି ଓ ବୁଢିଆଣୀ ଜାଲ:- ଘରେ ଥିବା ଆଲମାରୀ କୁ ପ୍ରତି ସପ୍ତାହରେ ସଫା କରନ୍ତୁ ଏଥିରେ ବୁଢିଆଣୀ ଜାଲ ବା ଧୂଳି ମାଟି ଜମିବାକୁ ଦିଅନ୍ତୁ ନାହିଁ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି ଏବଂ ଆପଣଙ୍କ ଘରୁ ଚାଲିଯାଇଥାଆନ୍ତି । କାରଣ ମାତା ଲକ୍ଷ୍ମୀ ଙ୍କୁ ସଫା ସୁତୁରା ଜାଗା ପସନ୍ଦ ହୋଇଥାଏ । ତେଣୁ ସବୁବେଳେ ଆଲମାରୀ ସଫା ରଖନ୍ତୁ ।

କଳା ରଙ୍ଗର ବସ୍ତୁ:- ଆଲମାରୀ କେବେ ମଧ୍ୟ କୌଣସି କଳା ରଙ୍ଗର ବସ୍ତୁ ରଖନ୍ତୁ ନାହିଁ । ମନେ ରଖନ୍ତୁ କଳା ରଙ୍ଗର ପର୍ସ ରେ କେବେ ମଧ୍ୟ ଟଙ୍କା ରଖନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ଟଙ୍କା କେବେ ହେଲେ ବଢ଼ିନଥାଏ । କିନ୍ତୁ ଖର୍ଚ୍ଚରେ ବୃଦ୍ଧି ହୋଇଥାଏ । କଳା ରଙ୍ଗ ଶୁଭ ରଙ୍ଗ ହୋଇନଥାଏ । ତେଣୁ ସବୁବେଳେ ହଳଦିଆ ବା ନାଲି ରଙ୍ଗର କପଡାରେ ପଇସା କୁ ଗୁଡ଼ାଇ ଆଲମାରୀ ରେ ରଖନ୍ତୁ । ଆପଣଙ୍କ ଧନ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହେବ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *