କେଉଁ ଠାକୁରଙ୍କୁ କେଉଁ ଫୁଲରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ, ସୂର୍ଯ୍ୟଙ୍କୁ କେଉଁ ଫୁଲ ଅର୍ପଣ କରିବେ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କେଉଁ ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କରିବା ଉଚିତ । ଏହା ସହ ସୂର୍ଯ୍ୟଦେବଙ୍କୁ କେଉଁ ଫୁଲ ଅର୍ପଣ କରିବା ଦ୍ଵାରା ସବୁ ମନସ୍କାମନା ପୂରଣ ହୋଇଥାଏ । ଆମେ ଯେବେ ସ୍ନାନାଦି କର୍ମ ସାରି ଭଗବାନଙ୍କୁ ପୂଜା କରିବାକୁ ଯାଇଥାଉ ପ୍ରଥମେ ପଞ୍ଚ ଦେବତାଙ୍କୁ ପୂଜା କରିଥାଉ । ସବୁ ଶୁଭ କାମରେ ପଞ୍ଚ ଦେବତାଙ୍କୁ ପୂଜା କରା ଯାଇଥାଏ ।

ମଶ୍ଚ୍ୟ ପୁରାଣ ଅନୁଯାୟୀ ଆଦିତ୍ୟ, ଗଣନାଥ, ରୁଦ୍ର, କେଶବ, ଦେବୀ ଏହି ପଞ୍ଚନାଥଙ୍କୁ ପ୍ରଥମେ ଆମେ ପୂଜା କରିବାର ଉଚିତ । ତା ପରେ ଅନ୍ୟ ଦେବା ଦେବୀଙ୍କର ପୂଜା କରିବାର ବିଧି ରହିଛି । ଶାସ୍ତ୍ର ଅନୁଯାୟୀ ଆଦିତ୍ୟ କହିଲେ ସୂର୍ଯ୍ୟ, ଗଣନାଥ କହିଲେ ଗଣେଶ, ଦେବୀ କହିଲେ ମାତା ଭଗବତୀ ବା ପାର୍ବତୀ, ରୁଦ୍ର କହିଲେ ଶିବ, କେଶବ କହିଲେ ଭଗବାନ ବିଶୁଣୁଙ୍କୁ ବୁଝାଇଥାଏ ।

ପ୍ରଥମେ ଶାନନ ଆଦି କର୍ମ ପରେ ପଞ୍ଚଦେବଙ୍କ ମଧ୍ୟରେ ପ୍ରଥମେ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିବାର ବିଧି ରହିଛି । ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଅରଖ ଫୁଲ ଦେଇ ପୂଜା କରିଲେ 10ଟି ସୁବର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । 10ଟି ସୁବର୍ଣ୍ଣ ଫୁଲର ସମାନ ଗୋଟେ ଅରଖ ଫୁଲରେ ସମାନ ହୋଇଥାଏ ।

ରକ୍ତ ମନ୍ଦାର ଫୁଲ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଅପେକ୍ଷା ଗୋଟେ କନିଅର ଫୁଲ ଅର୍ପଣ କରିବା ଶ୍ରେୟସ୍କର ହୋଇଥାଏ । ହଜାରେ କନିଅର ଫୁଲ ଠାରୁ ଗୋଟେ ବେଲପତ୍ର ଶ୍ରେଷ୍ଠ । ହଜାରେ ବେଲପତ୍ର ଠାରୁ ଗୋଟେ ପଦ୍ମ ଫୁଲ ଭଗବାନ ସୂର୍ଯ୍ୟଙ୍କର ଅତି ପ୍ରିୟ ହୋଇଥାଏ । ହଜାରେ ପଦ୍ମ ଫୁଲ ଠାରୁ ଗୋଟେ ବଉଳ ଫୁଲ ଭଗବାନ ସୂର୍ଯ୍ୟକୁ ପ୍ରିୟ ଅଟେ ।

ଭଗବାନ ସୂର୍ଯ୍ୟଙ୍କୁ ଅରଖ, ରକ୍ତ ମନ୍ଦାର, କନିଅର, ବଉଳ, ପଦ୍ମ, ବେଲପତ୍ର ଫୁଲ ଲାଗି କରିପାରିବା । ଏହା ସହ ସମି ଫୁଲ, ନୀଳୋତ୍ପଳ, ରକ୍ତ ପଦ୍ମ ସୂର୍ଯ୍ୟଙ୍କୁ ଅର୍ପଣ କରିପାରିବା । ଶାସ୍ତ୍ରରେ ଆହୁରି କୁହା ଯାଇଛି ଭଗବାନ ସୂର୍ଯ୍ୟଙ୍କୁ ମଲ୍ଲି, ମାଳତୀ, କାଶତଣ୍ଡି, ମଧୁମାଳତୀ, ଚମ୍ପା, ଜୁଇ, ଅଶୋକ ଫୁଲ ଅର୍ପଣ କରି ପାରିବା । ସୂର୍ଯ୍ୟ ପୂଜା ପରେ ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ବ୍ଯତୀତ ସବୁ ଫୁଲ ଲାଗି କରି ପାରିବା ।

ଏହା ପରେ ମାତା ଭଗବତୀଙ୍କୁ ଯେଉଁ ପତ୍ର ବା ଫୁଲ ମହାଦେବଙ୍କର ପ୍ରିୟ ତାହା ମାତାଙ୍କର ପ୍ରିୟ ହୋଇଥାଏ । କିନ୍ତୁ ମା ପାର୍ବତୀଙ୍କୁ ଅପାମାର୍ଗ ଫୁଲ ଅତି ପ୍ରିୟ ଅଟେ । ଯେତେ ପ୍ରକାରର ରକ୍ତ ଫୁଲ ତାହା ମାତା ପାର୍ବତୀଙ୍କର ପ୍ରିୟ ଅଟେ । ଏହା ସହ ସୁବାସିତ, ଶ୍ଵେତ ପୁଷ୍ପ ମାତା ଭଗବତୀ ଙ୍କ ପ୍ରିୟ ହୋଇଥାଏ ।

ମାତା ଦୂର୍ଗାଙ୍କ ପାଇଁ ମଲ୍ଲି, ଚମେଲୀ, ଶ୍ଵେତପଦ୍ମ, ପଳାସ, ଟଗର, ଅଶୋକ, ଚମ୍ପା, ବଉଳ, ମନ୍ଦାର, କନିଅର, ଶିଶୁ, ସମି, ଅପରାଜିତା, ଅଗସ୍ତ୍ୟ, କେତକୀ, କଦମ୍ବ ଆଦି ଫୁଲରେ ପୂଜା କରି ପାରିବା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *