Vastu Tips- ଖଟ ତଳେ ରଖିଦିଅନ୍ତୁ ଏହି 5 ଟି ଜିନିଷ, ଭାଗ୍ୟ ବଦଳିଯିବ

ବନ୍ଧୁଗଣ ବିଛଣା ତଳେ ରଖି ଦିଅନ୍ତୁ ଏହି ୫ଟି ଜିନିଷ ଧୀରେ ଧୀରେ ବଦଳିଯିବ ଆପଣଙ୍କ ଭାଗ୍ୟ । ଏବଂ ଧନର ମଧ୍ୟ ବୃଦ୍ଧି ହେବ । ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ବହୁତ ମହତ୍ତ୍ଵ ଦିଆଯାଇଛି । ଏହି ବାସ୍ତୁ ଆମ ଘରର ସକାରାତ୍ମକ ଏବଂ ନକାରାତ୍ମକ ଉର୍ଜାକୁ ନିୟନ୍ତ୍ରଣ କରି ଥାଏ । ଘରର ଅନ୍ୟ ରୁମ ମାନଙ୍କ ଭଳି ବଡରୁମ ମଧ୍ୟ ବାସ୍ତୁ ଅନୁସାରେ ହେବା ଦରକାର । କାରଣ ବେଡ ରୁମ ରେ ଆମେ ଅଧିକ ସମୟ ବିତାଇଥାଉ ।

ଘରର ପ୍ରତେକ ବେଡ଼ରୁମ ରେ ବେଡ ବା ବିଛଣା ନିଶ୍ଚିନ୍ତ ଭାବରେ ରହିଥାଏ ଯେଉଁଠି ଆମେ ରାତିରେ ସୋଇଥାଉ । ଏହି ବେଡ ବା ବିଛଣା ରୁ ବାହାରୁଥିବା ଉର୍ଜା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇ ଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ଯାହାକୁ ବିଛଣା ବା ବେଡ ତଳେ ରଖିଲେ ଶୁଭ ହୋଇଥାଏ । ଏବଂ ଭାଗ୍ୟରେ ପରିବର୍ତ୍ତନ ଆସିବା ସହିତ ଧନରେ ମଧ୍ୟ ବୃଦ୍ଧି ହୋଇଥାଏ ।

ସୋରିଷ ଏବଂ ଲୁଣ:- ଗୋଟେ କାଗଜରେ କିଛି ଲୁଣ ଏବଂ ସୋରିଷ ପକାଇ ତାହାର ପୁଡିଆ ତିଆରି କରିନିଅନ୍ତୁ । ଏବେ ଏହି କାଗଜର ପୁଡିଆ କୁ ନେଇ ନିଜର ବିଛଣା ବା ବେଡ ତଳେ ରଖିଦିଅନ୍ତୁ । ଏପରି କରିଲେ ଆପଣଙ୍କ ବୈବାହିକ ଜୀବନରେ କେବେବି କାହାର ନଜର ଲାଗିବ ନାହିଁ ।

ଷ୍ଟିଲ ର ଛୁରୀ :- ଯେଉଁ ଲୋକଙ୍କୁ ରାତିରେ ଖରାପ ସ୍ବପ୍ନ ଆସିଥାଏ ତାଙ୍କର ବେଡ ବା ବିଛଣା ତଳେ ଷ୍ଟିଲ ର ଛୁରୀ ରଖିଲେ ଖରାପ ଶକ୍ତି ପାଖକୁ ଆସିପାରେ ନାହିଁ । ଏବଂ ରାତିରେ ଖରାପ ସ୍ବପ୍ନ ଆସିବା କମ ହୋଇଯାଇଥାଏ ।

ଗୋଲାପ ଫୁଲ:- ବୁଧବାର ଦିନ ପୂଜା ସ୍ଥାନରେ ଗଣେଶ ଭଗବାନ ଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ ଏବଂ ଗଣେଶ ଙ୍କ ଚାଳିଶା ଜପ କରନ୍ତୁ । ଏହାପରେ ସେହି ଗୋଲାପ ଫୁଲକୁ ନିଜର ବିଛଣା ତଳେ ରଖିଦିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ ।

ଶୁଖିଲା ଲେମ୍ବୁ:- ଘରର ପୂଜା ସ୍ଥାନରେ ଏକ ଲେମ୍ବୁ ରଖିଦିଅନ୍ତୁ ଏବଂ ସବୁଦିନ ତାହାକୁ କିଛି ସିନ୍ଦୂର ଏବଂ ଚାଉଳ ଦ୍ୱାରା ପୂଜା ମଧ୍ୟ କରନ୍ତୁ ଯାହା ଫଳରେ ସେ ଶୁଖି ନଯାଉ ଯେବେ ସେହି ଲୁମ୍ବୁ ଶୁଖିଯିବ ସେହି ଶୁଖିଲା ଲେମ୍ବୁ କୁ ବେଡ ବା ବିଛଣା ତଳେ ରଖିଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ ।

ମୟୂର ପୁଛ:- ଯଦି ଆପଣଙ୍କ ଘରେ କଳି ଝଗଡ଼ା ଲଗିରହୁଛି ତେବେ ପ୍ରତେକ ବ୍ୟକ୍ତିର ବେଡ ବା ବିଛଣା ତଳେ ଗୋଟେ ମୟୂର ପୁଛ ରଖିଦିଅନ୍ତୁ । ଗୋଟେ ମୟୂର ପୁଛରେ ସକାରାତ୍ମକ ଶକ୍ତି ଭରି ହୋଇ ରହିଥାଏ ଯାହା ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *