Vastu Tips – ଘରର କେଉଁ ଜାଗାରେ ରଖିଲେ ଲୁଣ, 10 ଗୁଣା ବଢିଥାଏ ଧନ ସମ୍ପତି

ବନ୍ଧୁଗଣ ଆଜି ଆମେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ବସ୍ତୁ ଉପରେ କହିବାକୁ ଯାଉଛୁ । ବନ୍ଧୁଗଣ ବହୁ ବ୍ୟବହାର ହେଉଥିବା ସାଧାରଣ ଜିନିଷ ଲୁଣ ଏପରି ଅସାଧାରଣ କାର୍ଯ୍ୟ କରିଥାଏ ଆମ ମାନଙ୍କର ଜୀବନ ଜୀବିକାରେ । ସମସ୍ତଙ୍କ ଘରେ ଲୁଣର ବ୍ୟବହାର ହୋଇଥାଏ । ଲୁଣ ପ୍ରତେକ ଖାଦ୍ୟର ସ୍ବାଦ ବଢିଇଥାଏ ।

ତେବେ ଲୁଣ କେବଳ ଖାଦ୍ୟକୁ ସ୍ବାଦ କରିନଥାଏ ବରଂ ବ୍ୟକ୍ତିର ଜୀବନ ବଦଳାଇଥାଏ । ତେବେ ଚାଲନ୍ତୁ ଜାଣିବା ଲୁଣ କିପରି ଘରର ବାସ୍ତୁ ଦୋଷ ସହିତ ମଣିଷର ଆୟ ଏବଂ ଧନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଲୁଣର ଜନ୍ମ ସମୁଦ୍ରରୁ ହୋଇଥାଏ । ଏବଂ ସମୁଦ୍ର ମା ଲକ୍ଷ୍ମୀ ଙ୍କ ବାପଘର ଅଟେ । ତେଣୁ ଏହା ମା ଲକ୍ଷ୍ମୀ ଙ୍କ ମଧ୍ୟ ପ୍ରିୟ ଅଟେ । 

ଘରକୁ ଲିପା ପୋଛା କରୁଥିବା ସମୟରେ ଏକ ଚାମଚ ବା ଏକ ମୁଠା ଲୁଣ ସେହି ପାଣିରେ ମିଶାଇ ଦିଅନ୍ତୁ ଏହାପରେ ସେହି ପାଣିରେ ଘରକୁ ଲିପା ପୋଛା କରନ୍ତୁ । ଏହାକୁ ସପ୍ତାହରେ ଦୁଇରୁ ତିନିଥର କରନ୍ତୁ । ଏହା ଦ୍ବାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଏବଂ ନଜର ଦୋଷ ମଧ୍ୟ ଦୂର ହୋଇଥାଏ । ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ଯଦି ଘରେ ରୋଜଗାର ଥିଲେ ମଧ୍ୟ ଖର୍ଚ୍ଚ ଅଧିକ ହେଉଥାଏ ବା ଧନ ସଞ୍ଚୟ କରିହେଉନଥାଏ ତେବେ ଘରର ମୁଖ୍ୟଦ୍ୱାରର ବାମ ପଟେ ଏକ ନାଲି କପଡ଼ାରେ କିଛି ଲୁଣ ରଖି ତାହାକୁ ବାନ୍ଧି ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଦ୍ଵାରା କୌଣସି ଅଯଥା ଖର୍ଚ୍ଚ ହେବନାହିଁ । ଏହାକୁ ଏକ ମାସ ପରେ ପାଣିରେ ବିସର୍ଜନ କରି ପୁଣି ଥରେ ନୂଆ ପୁଟୁଳିଟେ କରି ଟାଙ୍ଗୀ ଦିଅନ୍ତୁ । ସମସ୍ତ ସମସ୍ୟା ଦୁର ହେବ ସହ ଘରେ ଉନ୍ନତି ହେବ ।

ଯଦି ଘରର ସଦସ୍ୟ ମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହୁଛି ବା ଘରେ ସବୁବେଳେ ଅସାନ୍ତି ସୃଷ୍ଟି ହେଉଛି ତେବେ ଗୋଟେ କାଚର ଡବା ରେ ଲୁଣ ରଖନ୍ତୁ ସେଥିରେ ତିନିଟି ଲବଙ୍ଗ ମିଶାଇ ଦିଅନ୍ତୁ ଏବଂ ଏହାକୁ ଏମିତି ଜାଗାରେ ରଖନ୍ତୁ ଯେଉଁଠାରେ ସମସ୍ତଙ୍କ ନଜର ଯିବ । ଦେଖିବେ ଆପଣଙ୍କ ଘରେ ହେଉଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବ ଏବଂ ପରିବାରରେ ସମସ୍ତେ ହସ ଖୁସିରେ ରହିବେ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *