Vastu Tips – ମହା ଶିବରାତ୍ରି ରେ ଶିବଙ୍କ ପୂଜା କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି ଭୁଲ, ଭୋଳାନାଥ ହେଇଯିବେ କ୍ରୋଧିତ

ବନ୍ଧୁଗଣ ଫାଲଗୁନ ମାସଟି ପ୍ରଭୁ ମହାଦେବ ଙ୍କ ମାସ ହୋଇଥାଏ । ଏହି ପବିତ୍ର ମାସଟି ଚମତ୍କାର ମାସ ଅଟେ । ଯେଉଁମାନଙ୍କ ବାହାଘର ହୋଇନଥାଏ, ଆଊ ଯେଉଁ ମାନଙ୍କୁ କର୍ମକ୍ଷେତ୍ରରେ ଅସୁବିଧା ରହିଥାଏ ସେମାନଙ୍କ ପାଇଁ ଏହି ମାସଟି ଖୁବ ଚମତ୍କାରି ହୋଇଥାଏ । ଏହି ମାସରେ ମହାଶିବରାତ୍ରି ଆସିଥାଏ । ଏହି ବର୍ଷ ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରୀ ପଡୁଅଛି । ବନ୍ଧୁଗଣ ଆମେ ଯେଉଁ ଶିବ ଲିଙ୍ଗ ର ପୂଜା ଅର୍ଚ୍ଚନା କରିଥାଉ ଶାସ୍ତ୍ର ଅନୁସାରେ ଏହା ଏହିଦିନ ତାଙ୍କର ଉଦୟ ହୋଇଥିଲା ।

ଏହି ଦିନ ପ୍ରଭୁ ମହାଦେବ ଙ୍କ ଭକ୍ତମାନେ ଦିନସାରା ଉପବାସ ରଖି, ପୁରା ଦିନ ପ୍ରଭୁ ମହାଦେବ ଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଏହି ମହାଶିବରାତ୍ରି ରେ ଏମିତି କେଉଁ କେଉଁ ଜିନିଷ ଅଛି ଯାହା ଶାସ୍ତ୍ର ଅନୁସାରେ ପ୍ରଭୁ ମହାଦେବ ଙ୍କ ନିକଟରେ ଚଢ଼ାଇବା ଉଚିତ ହୋଇନଥାଏ । ତେବେ ଚାଲନ୍ତୁ ଜାଣିବା ।

କେତକୀ ଫୁଲ:- ଶିବ ପୁରାଣରେ କେତକୀ ଫୁଲ ଅର୍ପଣ କରିବାକୁ ବାରଣ କରାଯାଇଛି । କୁହାଯାଏ ଭଗବାନ ଶିବ ବ୍ରହ୍ମାଙ୍କ ମିଛରେ ସାଥ ଦେବାରୁ କେତକୀ ଫୁଲକୁ ଅଭିଶାପ ମିଳିଥିଲା କି ପ୍ରଭୁ ଶିବଙ୍କ ନିକଟରେ କେତକୀ ଫୁଲକୁ କେବେ ମଧ୍ୟ ଅର୍ପଣ କରାଯିବ ନାହିଁ । ସେହି ଦିନଠାରୁ ଭଗବାନ ଶିବ ଙ୍କ ନିକଟରେ ଏହି ଫୁଲ ଅର୍ପଣ କରାଯାଇନଥାଏ ।

ତୁଳସୀ ପତ୍ର:- ପ୍ରଭୁ ଶିବଙ୍କ ପୂଜାରେ ତୁଳସୀ ପତ୍ରକୁ ମଧ୍ୟ ପୂଜା କରିବାରେ ମନା କରାଯାଇଛି । ଶିବ ପୂରଣ ଏବଂ ଶାସ୍ତ୍ର ଅନୁସାରେ ଅସୁର ଜଳନ୍ଧର ର ପତ୍ନୀ ତୁଳସୀ ଯିଏ ପତିଧର୍ମ ଯୋଗୁଁ ଜଳନ୍ଧର କୁ କେହି ମଧ୍ୟ ଯୁଦ୍ଧରେ ହରାଇ ପାରନ୍ତିନାହିଁ । ଏଥିପାଇଁ ଭଗବାନ ବିଷ୍ଣୁ ତୁଳସୀ ମାତାଙ୍କ ପତିବ୍ରତା ନଷ୍ଟ କରିବା ପାଇଁ ସେ ଜଳନ୍ଧର ର ରୂପ ଧାରଣ କରି ତୁଳସୀ ମାତାଙ୍କ ନିକଟରେ ପହଞ୍ଚିଥିଲେ ଯେଉଁ କାରଣରୁ ତୁଳସୀ ର ପତିବ୍ରତା ନଷ୍ଟ ହୋଇଥିଲା । ଏବଂ ଭଗବାନ ଶିବ ଅସୁର ଜଳନ୍ଧର ର ବଧ କରି ତାକୁ ଭସ୍ମ କରିଦେଇଥିଲେ । ଏହି ଘଟଣା ମାତା ତୁଳସୀ ଙ୍କୁ ବହୁତ କଷ୍ଟ ଦେଇଥିଲା ଏବଂ ସେ ସର୍ବଦା ପ୍ରଭୁ ଶିବଙ୍କୁ ତୁଳସୀ ପତ୍ର ଚଢ଼ାଇବାକୁ ମନା କରିଥିଲେ । ସେଥିପାଇଁ ପ୍ରଭୁ ଶିବଙ୍କ ନିକଟରେ ତୁଳସୀ ପତ୍ର ଦିଆଯାଏନାହିଁ ।

ନଡ଼ିଆ ପାଣି:- ପ୍ରାୟତଃ ପ୍ରଭୁ ଶିବଙ୍କ ପୂଜାରେ ନଡ଼ିଆ ପୂଜା କରାଯାଇଥାଏ କିନ୍ତୁ କେବେ ମଧ୍ୟ ଭୁଲରେ ବି ଶିବଲିଙ୍ଗ ଉପରେ ନଡ଼ିଆ ପାଣି ଅର୍ପଣ କରନ୍ତୁ ନାହିଁ । ଏହା ଦ୍ବାରା ପ୍ରଭୁ ମହାଦେବ କୋପ ଦୃଷ୍ଟି ପକାଇଥାନ୍ତି । ଏବଂ ବ୍ୟକ୍ତିର ଜୀବନରେ ଦୁଃଖର ଆଗମନ ହୋଇଥାଏ ।

ହଳଦୀ:- ଏହା ମହିଳା ମାନଙ୍କ ସୁନ୍ଦରତା ବଢ଼ାଇବା ପାଇଁ ବ୍ୟବହାର ହୋଇଥାଏ । ଏଥିପାଇଁ ଶିବଲିଙ୍ଗ ଉପରେ ହଳଦୀ ଲଗାନ୍ତୁ ନାହିଁ କାରଣ ଭଗବାନ ଶିବ ପ୍ରଥମରୁ ହିଁ ସୁନ୍ଦର ଅଟନ୍ତି । ଏବଂ ପ୍ରଭୁ ଶିବ ନିଜର ଭକ୍ତ ମାନଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ମଧ୍ୟ କରିଥାନ୍ତି ।

ସିନ୍ଦୂର:- ପ୍ରତେକ ବିବାହିତା ସ୍ତ୍ରୀ ମାନଙ୍କ ଗହଣା ଅଟେ ସିନ୍ଦୂର । ସ୍ତ୍ରୀ ମାନେ ନିଜର ସ୍ଵାମୀଙ୍କ ଲମ୍ବା ଆୟୁ ଏବଂ ଭଲ ଜୀବନ ପାଇଁ କାମନା ପାଇଁ ସିନ୍ଦୂର ଲଗାଇଥାନ୍ତି । କିନ୍ତୁ ଭଗବାନ ଶିବ ସୃଷ୍ଟିର ସହାୟକ ଅଟନ୍ତି ସେଥିପାଇଁ ଭଗବାନ ଶିବ ଙ୍କୁ ସିନ୍ଦୂର ଲଗାଇବା ଅଶୁଭ ହୋଇଥାଏ । ଏହା ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *