Vastu Tips – ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3 ଟି କାମ, ନଷ୍ଟ ହୋଇଯାଏ ସୁଖ ସମୃଦ୍ଧି, ଘରକୁ ମାଡି ଆସେ ଦରିଦ୍ରତା

ବନ୍ଧୁଗଣ ଆମ ଶାସ୍ତ୍ରରେ ପ୍ରତେକ ଦିନ ଏବଂ ବାରର ଅଲଗା ଅଲଗା ମହତ୍ତ୍ଵ ରହିଛି । ସପ୍ତାହର ପ୍ରତେକ ଦିନର କିଛି ନା କିଛି ବିଶେଷତ୍ଵ ରହିଥାଏ । କୌଣସି ନା କୌଣସି ଭଗବାନ ଗ୍ରହ ମାନଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ଏଥିପାଇଁ ସପ୍ତାହର ପ୍ରତେକ ଦିନ ପାଇଁ କିଛି ନା କିଛି ନିୟମ ମଧ୍ୟ ରହିଛି । ଏହାର ପାଳନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ବହୁତ ଭଲ ସମୟ ଆସିଥାଏ । ଏହି ନିୟମ ଆମର ଜୀବନ ପାଇଁ ବହୁତ ଉପଯୋଗୀ ହୋଇଥାଏ ।

ହିନ୍ଦୁ ଧର୍ମରେ ମଙ୍ଗଳକୁ ଯୁଦ୍ଧର ଦେବତା ବୋଲି କୁହାଯାଇଥାଏ । ମଙ୍ଗଳବାର ଦିନ ଭଗବାନ ହନୁମାନ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ମଙ୍ଗଳବାର ଭଗବାନ ହନୁମାନ ଙ୍କ ଅତି ପ୍ରିୟ ବାର ହୋଇଥାଏ । ତେବେ ମଙ୍ଗଳାବର ଦିନ କିଛି ଏପରି ନିୟମ ରହିଛି ଯାହାକୁ ପାଳନ କରିବା ଦ୍ୱାରା ପ୍ରଭୁ ହନୁମାନ ଙ୍କ କୃପା ଦୃଷ୍ଟି ଲାଭ ହୋଇଥାଏ ଏବଂ ଆମ ଜୀବନରେ ସବୁ ଦୁଃଖ କଷ୍ଟ ଦୁର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

ମଙ୍ଗଳବାର ଦିନ ହନୁମାନ ଙ୍କ ମନ୍ଦିର ଯାଇ ତାଙ୍କୁ ସିନ୍ଦୂର ତଥା ନାଲି ରଙ୍ଗର ଫୁଲ ଚଢାନ୍ତୁ । ଏଥିରେ ଭଗବାନ ହନୁମାନ ପ୍ରସନ୍ନ ହେବ ଏବଂ ଆପଣଙ୍କୁ ଏହାର ମନ ବାଞ୍ଚିତ ଫଳ ପ୍ରଦାନ କରିବେ । ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ସହିତ ହନୁମାନ ମନ୍ତ୍ର ର ଜପ କରନ୍ତୁ । ଏହା ଦ୍ବାରା ବ୍ୟକ୍ତିର ଜୀବନରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏବଂ ବ୍ୟକ୍ତିର ଶରୀରରେ ଥିବା ସବୁ ବିକାର ମଧ୍ୟ ନଷ୍ଟ ହୋଇଥାଏ ।

ମଙ୍ଗଳବାର ଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହା ବହୁତ ଶୁଭ ହୋଇଥାଏ । ପ୍ରଭୁ ହନୁମାନ ଙ୍କୁ ଗୁଡ, ଚଣା ଏବଂ ପାନ ପତ୍ର ଭୋଗ ଲଗାନ୍ତୁ । ଏହା ଦ୍ବାରା ଆପଣଙ୍କୁ ଶାରିରୀକ ବଳ ଓ ବୁଦ୍ଧି ପ୍ରାପ୍ତି ହେବ । ମଙ୍ଗଳବାର ଦିନ ନାଲି ରଙ୍ଗର ଡାଲି ଏବଂ ଗୁଡ ଦାନ କରିବା ଅତ୍ୟନ୍ତ ଭଲ ହୋଇଥାଏ । ଏହାଦ୍ବାରା ଘରୁ ଦରିଦ୍ର୍ୟତା ଦୂର ହୋଇଥାଏ । ଏହା ଥିଲା କିଛି ଯଥା ଯାହାକୁ କରିବା ଦ୍ଵାରା ଆମକୁ ଲାଭ ହୋଇଥାଏ କିନ୍ତୁ ଏମିତି କିଛି କାମ ଅଛି ଯାହାକୁ ମଙ୍ଗଳବାର ଦିନ କରିବା ଉଚିତ ହୋଇନଥାଏ ।

କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ବା କୌଣସି ମହତ୍ତ୍ୱପୂର୍ଣ୍ଣ କାମ କରିବା ପାଇଁ ମଙ୍ଗଳବାର ଉଚିତ ହୋଇନଥାଏ । ଏଥିପାଇଁ ଏହି ଦିନ ଆପଣ କୌଣସି କାମ ଆରମ୍ଭ କରନ୍ତୁ ନାହିଁ । ମଙ୍ଗଳବାର ଦିନ କେବେ ମଧ୍ୟ ଦୂର ଯାତ୍ରା କରନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ । ମଙ୍ଗଳ କୁ ପାପ ଗ୍ରହ ବୋଲି କୁହାଯାଇଥାଏ ଏଥିପାଇଁ ଯାହାର ଜାତକରେ ରହିଥାଏ ତାହାର ପ୍ରଭାବରେ ଅନ୍ୟ ମାନଙ୍କ ତୁଳନାରେ ତାଙ୍କ ଜୀବନରେ ଅଧିକ ସମସ୍ୟା ଆସିଥାଏ ।

ଏଥିପାଇଁ ଏମିତି ଲୋକଙ୍କୁ ମଙ୍ଗଳବାର ଦିନ ଧ୍ୟାନ ରଖିବା ଉଚିତ । ମଙ୍ଗଳବାର ଦିନ କ୍ଷୀର କିଣନ୍ତୁ ନାହିଁ ଏବଂ କ୍ଷୀର ତିଆରି ଜିନିଷ ର ସେବନ ମଧ୍ୟ କରନ୍ତୁ ନାହିଁ କାରଣ କ୍ଷୀର ର ସମ୍ବନ୍ଧ ଚନ୍ଦ୍ର ଙ୍କ ସହିତ ରହିଛି । ଏବଂ ମଙ୍ଗଳ ଓ ଚନ୍ଦ୍ର ବିରୋଧୀ ଦଳ ଅଟନ୍ତି । ମଙ୍ଗଳବାର ଦିନ ମାଛ ଖାଆନ୍ତୁ ନାହିଁ ଏହା ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଆଣିଥାଏ । ତେବେ ବନ୍ଧୁଗଣ ପ୍ରଭୁ ହନୁମାନ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *