Vastu Tips – ମାର୍ଗଶିର ଦ୍ଵିତୀୟ ଗୁରୁବାର ଦିନ କରିଦିଅନ୍ତୁ ଏହି 1 କାମ, ସ୍ଵୟଂ ମା ଲକ୍ଷ୍ମୀ ଚାଲିଆସିବେ ଆପଣଙ୍କ ଘରକୁ

ଓଡିଶାର ବିବାହିତ ମହିଳାମାନେ ମାର୍ଗଶିର ମାସରେ ପ୍ରତି ଗୁରୁବାର ଦିନ ମାଣଓଷା ବ୍ରତ ପାଳନ କରିଥାନ୍ତି । ଏହା ପ୍ରତ୍ୟକ ମହିଳାଙ୍କ ପାଇଁ ବହୁତ ହିଁ ମହତ୍ଵ ରଖିଥାଏ । ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ମହାଲକ୍ଷ୍ମୀଙ୍କ ନିକଟରେ ଧାନମାଣ ମାତାଙ୍କ ପ୍ରତୀକ ରୂପରେ ତାଙ୍କ ସମକ୍ଷରେ ବସାଯାଏ । ପ୍ରଥମ ଗୁରୁବାର ଠାରୁ ନେଇ ୪ ରୁ ୫ ପାଳି ପର୍ଯ୍ୟନ୍ତ ମାତା ଲକ୍ଷ୍ମୀଙ୍କ ବିଧି ବିଧାନ ପୂର୍ବକ ପୂଜା ସହ ମାଣଓଷାର ବ୍ରତ ପାଳନ କରାଯାଏ ।

ପ୍ରତ୍ୟକ ଗୁରୁବାର ପୂର୍ବରୁ ରାତିରେ ଘରକୁ ଲିପାପୋଛା କରି ପରିଷ୍କାର କରି ଅରୁଆ ଚାଉଳର ଚିତ୍ତ ପକାଯାଏ । ମାତା ଲକ୍ଷ୍ମୀଙ୍କୁ ସ୍ଵଚ୍ଚତା ଭଲ ଲାଗେ ସେଥିପାଇଁ ଘର, ଅଗଣା ଓ ମାତା ଲକ୍ଷ୍ମୀ ବିରାଜମାନ ସ୍ଥାନକୁ ପାରିଷ୍କାର କରାଯାଏ ।

କେବଳ ଅରୁଆ ଚାଉଳର ପିଠଉରେ ଚିତ୍ତା ପକାଯାଏ । ମାତା ଲକ୍ଷ୍ମୀଙ୍କ ପାଦ ପଦ୍ମ ଓ ବିଭିନ୍ନ ପ୍ରକାରର ଝୋଟି ଘରେ ପକାଯାଏ । ମାତା ଲକ୍ଷ୍ମୀଙ୍କୁ ସ୍ଵାଗତ କରିବା ପାଇଁ ଘରର ସବୁ ଦ୍ଵାର ମୁହଁରେ ଫୁଲ ଓ ପତ୍ର ଦ୍ଵାରା ସୁସଜ୍ଜିତ ବି କରାଯାଏ । ମାର୍ଗଶିର ମାସ ହେଉଛି ଅମଳର ସମୟ । ଏମିତିରେ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କୁ ସ୍ଥାପନ କରିବା ପରେ ତାଙ୍କ ସାମ୍ନାରେ ମାଣ ବସାଇବା ପରେ ସକାଳେ ଫଳ ମୂଳ ଭୋଗ ଲଗାନ୍ତୁ ।

କିନ୍ତୁ କୌଣସି ବି ପ୍ରକାରର ଖଟା ଫଳ ସମର୍ପିତ କରାଯାଏ ନାହିଁ । ଦ୍ଵିପହରରେ ମା ଙ୍କ ସାମ୍ନାରେ ଅନ୍ନ, ଖେଚୁଡି, ଡାଲି ଡାଲେମା, ଶାଗ ଓ କ୍ଷୀରୀ ଇତ୍ୟାଦି ଭୋଗ ଲଗାନ୍ତୁ । ପିଠାପଣା ବି ଭୋଗ ଲଗାଯାଏ । ସନ୍ଧ୍ୟା ସମୟରେ ଆରିସା, କାକରା, ମଣ୍ଡା ପିଠା ବି ଭୋଗ କରାଯାଏ । ଏହିଭଳି ମାତା ୪ କିମ୍ବା ୫ ପାଳି ପର୍ଯ୍ୟନ୍ତ ସମସ୍ତ ନୀତି ନିୟମକୁ ପାଳନ କରି ତିନି ବେଳା ମାତାଙ୍କର ପୂଜା କରିବା ସହିତ ଏହିଭଳି ଭୋଗ ଲଗାଯାଏ । ମାତାଙ୍କୁ ପୁଷ୍ପାଞ୍ଜଳି ବି ଦିଆଯାଏ ।

ସ୍ଵଚ୍ଛ ହୃଦୟରେ ମାତା ଲକ୍ଷ୍ମୀଙ୍କୁ ପୂଜା କରିଲେ ମାତା ନିଶ୍ଚିତ ରୂପରେ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ପଦ୍ମ ଫୁଲ ମାତା ଲକ୍ଷ୍ମୀଙ୍କୁ ଅତି ପ୍ରିୟ ଅଟେ । ସେଥିପାଇଁ ପ୍ରତି ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଦେଇ ପୂଜା କରିଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ମାତା ଲକ୍ଷ୍ମୀଙ୍କୁ ଧଳା ଓ ନାଲି ରଙ୍ଗ ଅତି ପ୍ରିୟ ହୋଇଥାଏ । ସେଥିପାଇଁ ଯେଉଁମାନେ ଗୁରୁବାର ଦିନ ବ୍ରତ କରୁଛନ୍ତି ତେବେ ସେମାନେ ସେହି ଦିନ ନାଲି କିମ୍ବା ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ । ଯାହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *