Vastu Tips- ମୟୁର ପଙ୍ଖର ଚମତ୍କାରୀ ଫାଇଦା, ଦଶ ଗୁଣା ବଢିବ ଧନ ! ଜାଣନ୍ତୁ…

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ମୟୂର ପଙ୍ଖର ଏହି ୫ ଟି ଚମତ୍କାରି ଫାଇଦା ବିଷୟରେ ଜାଣିବା ପରେ ଘରକୁ ମୟୂର ପଙ୍ଖ ନ ଆଣି ରହିପାରିବେ ନାହିଁ । ବନ୍ଧୁଗଣ ପୌରାଣିକ କଥା ଅନୁସାରେ ମୟୂର ପଙ୍ଖର ବିଶେଷ ମହତ୍ତ୍ଵ ରହିଥାଏ । ମୟୂର ପଙ୍ଖକୁ ଭଗବାନ କୃଷ୍ଣ ଙ୍କ ମୁକୁଟରେ ସ୍ଥାନ ମିଳିଛି । ସେମିତି ଇନ୍ଦ୍ର ଦେବ ମଧ୍ୟ ମୟୂର ପଙ୍ଖର ସିଂହାସନ ଉପରେ ବସିଥାନ୍ତି । ସେହି ସମୟରେ ମହାଋଷି ଙ୍କ ଦ୍ଵାରା ଲେଖା ଲେଖି କରିବା ପାଇଁ ମଧ୍ୟ ମୟୂର ପଙ୍ଖର ବ୍ୟବହାର କରାଯାଉଥିଲା ।

ଏବଂ ଏହି କାରଣରୁ ସମସ୍ତ ଶାସ୍ତ୍ର, ଗ୍ରନ୍ଥ, ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ମୟୂର ପଙ୍ଖକୁ ଅଲଗା ସ୍ଥାନ ଦିଆଯାଇଛି । ମୟୂର ପଙ୍ଖ ଘରେ ରଖିବା ଦ୍ଵାରା ସମସ୍ତ ଦେବୀ ଦେବତା ଙ୍କ କୃପା ଆପଣଙ୍କ ଉପରେ ରହିଥାଏ । ତେବେ ଚାଲନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମୟୂର ପଙ୍ଖ ସହିତ ଜଡିତ କିଛି ଚମତ୍କାରି ଉପାୟ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଯେଉଁ ବ୍ୟକ୍ତି ନିଜ ଘରେ ଦୁଇଟି ମୟୂର ପଙ୍ଖ ରଖିଥାଏ ତେବେ ସେହି ବ୍ୟକ୍ତିର ଘରେ କେବେ କେହିବି ଅଲଗା ହୁଅନ୍ତି ନାହିଁ । ଦୁଇଟି ମୟୂର ପଙ୍ଖ ଘରେ ରଖିବା ଦ୍ୱାରା ଘରେ ହେଉଥିବା ସମସ୍ତ କଳି ଝଗଡ଼ା ଏବଂ ସମସ୍ତ ପ୍ରକାରର ସମସ୍ୟା ଦୁର ହୋଇଥାଏ । ଏବଂ ପରିବାରରେ ସମସ୍ତେ ଏକତ୍ରିତ ହୋଇ ରହିଥାନ୍ତି । ପରିବାରରେ ହସ ଖୁସିର ଲହରୀ ଲାଗି ରହିଥାଏ । ଏବଂ ସମସ୍ତେ ଖୁସିରେ ରହିଥାନ୍ତି ।

ଯେଉଁ ବ୍ୟକ୍ତି ସର୍ବଦା ନିଜ ପାଖରେ ମୟୂର ପଙ୍ଖ ରଖିଥାଏ ସେହି ବ୍ୟକ୍ତିର ଜୀବନରେ କେବେ ମଧ୍ୟ କୌଣସି ଅମଙ୍ଗଳ ହୋଇନଥାଏ । ସେ ସର୍ବଦା ସମସ୍ତ ଦୁର୍ଘଟଣା ରୁ ରକ୍ଷା ପାଇଥାଏ । ବ୍ୟକ୍ତି ଜୀବନରେ ଯଦି ସବୁବେଳେ ସମସ୍ୟା ଲାଗି ରହିଛି ତେବେ ତାହା ମଧ୍ୟ ଦୂର ହୋଇଥାଏ । ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିଥାଏ । ସେହି ବ୍ୟକ୍ତି ପାଠ ପଢାରେ ମଧ୍ୟ ଅବଳ ରହିଥାଏ ।

ମୟୂର ପଙ୍ଖକୁ ନିଜ ଘରେ ରଖିବା ଦ୍ୱାରା ଘରେ ନକରାତ୍ମକ ଊର୍ଜା ଶେଷ ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ର ବାସ ହୋଇଥାଏ । ପରିବାରରେ ଯଦି ସବୁବେଳେ କାହାର ଦେହ ଖରାପ ରହୁଛି ତେବେ ଘରେ ମୟୂର ଘରର ବାହାରେ ଲଗାନ୍ତୁ ଏହା ଦ୍ୱାରା ଘରେ ସମସ୍ତ ସ୍ବାସ୍ଥ୍ୟ ସବୁବେଳେ ଭଲ ରହିଥାଏ । ଏବଂ ଘରେ କୌଣସି ବାସ୍ତୁ ଦୋଷ ରହିନଥାଏ । ଘରେ ଅର୍ଥ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *