Vastu Tips – ମୟୁର ପଙ୍ଖ ଦ୍ଵାରା ଆଜି ହିଁ କରନ୍ତୁ ଏହି 5ଟି କାମ, ବଡ ରୁ ବଡ ଅସୁବିଧା ହେବ ଚୁଟିକିରେ ଦୂର

ବନ୍ଧୁଗଣ ଆମର ଜେଜେବାପା ଜେଜେମା ଅମଳରେ ମୟୂର ପଙ୍ଖ କୁ ଠାକୁର ଘରେ ରଖି ପୂଜା କରାଯାଉଥିଲା । ଏବେକା ସମୟରେ ଏହାର ମହତ୍ତ୍ଵ ବିଶେଷ କାହାକୁ ଜଣା ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ମୟୂର ପଙ୍ଖ ବହୁତ ଶୁଭ ହୋଇଥାଏ । କାରଣ ଏହା ଶ୍ରୀକୃଷ୍ଣ ଙ୍କ ମୁଣ୍ଡରେ ଶୋଭା ପାଇଥାଏ । ଏବଂ ଏହା ଶ୍ରୀକୃଷ୍ଣ ଙ୍କୁ ଅତ୍ୟନ୍ତ ପ୍ରିୟ ମଧ୍ୟ ଥିଲା । ତେବେ ଆଜି ଆମେ ଆପଣଙ୍କୁ ଏହି ମୟୂର ପଙ୍ଖ ବିଷୟରେ କିଛି ଖାସ କଥା କହିବୁ । ଚାଲନ୍ତୁ ଆରମ୍ଭ କରିବା ।

ଧନ ଲାଭ:- ଯଦି ଆପଣଙ୍କ ପରିବାରରେ ଆର୍ଥିକ ସମସ୍ୟା ଦେଖା ଦେଉଛି ବା ଯେତେ ରୋଜଗାର କଲେ ମଧ୍ୟ ତାହା ଖର୍ଚ୍ଚ ହେଇଯାଉଛି କିଛି ମଧ୍ୟ ସଞ୍ଚୟ କରିହେଉନାହିଁ ତେବେ ଆପଣ ଗୋଟେ ମୟୂର ପଙ୍ଖ କୁ ଆଣି ଘରର ଦକ୍ଷିଣ ପୂର୍ବ କୋଣରେ ରଖିଦିଅନ୍ତୁ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ଦେଖା ଦେଉଥିବା ଧନ ଜନିତ ସମସ୍ୟା ସବୁ ଦୂର ହୋଇଥାଏ ।

ବିଦ୍ୟା ଓ ବୃଦ୍ଧି ପାଇଁ:- ଯଦି ଆପଣଙ୍କ ଛୁଆ ପାଠ ପଢିବାକୁ ଚେଷ୍ଟା କରୁଛି କିନ୍ତୁ ତାର ପଥ ପଢାରେ ମନ ଲାଗୁନାହିଁ କିଛି ବି ମନେ ରହୁନାହିଁ । ସବୁବେଳେ ଅନ୍ୟମନସ୍କ ରହୁଛି ତେବେ ନିଜର ଛୁଆର ବହିରେ ବା ଖାତା ବହି ରଖୁଥିବା ସ୍ଥାନରେ ଗୋଟେ ମୟୂର ପଙ୍ଖ ରଖିଦିଅନ୍ତୁ । ଦେଖିବେ ପିଲା କେମିତି ପାଠ ପଢିବାକୁ ଆଗ୍ରହ କରିବେ ।

ଦାମ୍ପତ୍ୟ ଜୀବନରେ ସୁଖ:- ଯଦି ଆପଣଙ୍କ ପରିବାରରେ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ସବୁବେଳେ ଛୋଟ ଛୋଟ କଥାକୁ ନେଇ ଯୁକ୍ତିତର୍କ ହେଉଛି ବା ଝଗଡ଼ା ହେଉଛି ତେବେ ଆପଣ ଖୁବ ଶୀଘ୍ର ନିଜର ବିବାହ ଆଲବମ ରେ ହେଉ ବା ନିଜର କୌଣସି କପଲ ଫଟୋରେ ଗୋଟେ ମୟୂର ପଙ୍ଖ ରଖନ୍ତୁ । ଦେଖିବେ ଆପଣଙ୍କ ଭିତରେ ହେଉଥିବା ମନ ମତାନ୍ତର ସବୁ ଦୂର ହେବ ।

ପାରିବାରିକ ସୁଖ:- ଯଦି ଆପଣଙ୍କ ପରିବାରରେ ସବୁବେଳେ କଳହ ଲାଗିରହୁଛି ଏବଂ ଘରେ ପରିବାର ସଦସ୍ୟ ମାନଙ୍କ ଭିତରେ ଆସନ୍ତି ଲାଗିରହୁଛି ତେବେ ଘରର ମୁଖ୍ୟ କବାଟରେ ଗୋଟେ ମୟୂର ପଙ୍ଖ ଲଗାଇଦିଅନ୍ତୁ । ଆପଣଙ୍କ ସମସ୍ତ ଦୁଃଖ ଦୂର ହେବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *