Vastu Tips- ମୟୂର ପର ଘରର କେଉଁ ଜାଗାରେ ରଖିଲେ 10 ଗୁଣା ବଢିଥାଏ ଧନ

ଆଜିକାଲି ଯେତେ ଟଙ୍କା ଆୟ କରିଲେ ବି ତାହା ଠାରୁ ଅଧିକ ଖର୍ଚ ହେଉଛି । ଆଜିକାଲି ସମସ୍ତଙ୍କୁ ଟଙ୍କାର ଅଭାବ ରହୁଛି । କେତେକ କ୍ଷେତ୍ରରେ ତ ପରିଶ୍ରମ କରିବା ସତ୍ବେ ବି ବ୍ୟକ୍ତିକୁ ତାର ଇଚ୍ଛା ଅନୁସାରେ ଟଙ୍କା ମିଳେ ନାହିଁ । ଅନ୍ୟ କେତେକ କ୍ଷେତ୍ରରେ ଟଙ୍କା ପାଖରେ ରୁହେ ନାହିଁ । ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଆୟ ବଢିବାରେ ଲାଗିବ ଓ ସେହି ଟଙ୍କା ଆପଣଙ୍କ ପାଖରେ ବି ରହିବ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ରହିବେ ।

ଏଥିପାଇଁ ଆପଣଙ୍କୁ କେବଳ ୩ ଟି ମୟୂର ପର ଦରକାର । ଏହା ପୂର୍ବରୁ ଜାଣି ନିଅନ୍ତୁ କି ମୟୁର ପର ଦ୍ଵାରା ଆପଣ ଅନ୍ୟ କଣ ସବୁ କରି ପାରିବେ । ମୟୂର ପରକୁ ବଂଶୀ ସହ ଘରେ ରଖିଲେ ଘରର ସବୁ ସଦସ୍ୟଙ୍କକ ମଧ୍ୟରେ ପ୍ରେମର ଭାବନା ଜାଗ୍ରତ ହୋଇଥାଏ । ଏବଂ ପରିବାରରେ ସମସ୍ତେ ମିଳି ମିଶି ରହିବାକୁ ଇଛା କରିଥାନ୍ତି। ହସ ଖୁସିରେ ମଧ୍ୟ ରହିଥାନ୍ତି ।

ସନ୍ଧ୍ୟା ଆରତୀ କରିବା ପରେ ଏକ ମୟୂର ପରକୁ ଜୋରରେ ହଲାନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରୁ ନକରାତ୍ମକ ଊର୍ଜା ଚାଲିଯିବ । କୌଣସି ଶୁଭ ଦିନରେ ମୟୂର ପରକୁ ଏମିତି ଏକ ସ୍ଥାନରେ ରଖନ୍ତୁ ଯେଉଁଠି ସମସ୍ତଙ୍କର ନଜର ପଡୁଥିବ । ମୟୁର ପର ନକରାତ୍ମକ ଊର୍ଜାକୁ ଟାଣି ନିଏ । ଘରର ସବୁ ରୁମରେ ମୟୂର ପର ରଖିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଆପଣଙ୍କର ଜାତକରେ କାଳସର୍ପ କିମ୍ବା ରାହୁ କେତୁ ଦୋଷ ଅଛି ନିଜ ପାଖରେ ମୟୂର ପର ରଖନ୍ତୁ । ଶୁଭ ପରିଣାମ ଦେଖିବାକୁ ମିଳିବ ।

ଘରର କୌଣସି ପିଲା ଅଧିକ ଜିଦ କରୁଛି, ତାକୁ ମୟୂର ପର ଦ୍ଵାରା ପବନ କରାଇଲେ ତାର ଜିଦ କମ ହୋଇଥାଏ । ନଚେତ ଘରର ଫ୍ୟାନରେ ମୟୂର ପର ଲଗାଇ ଦିଅନ୍ତୁ ପିଲାର ଜିଦ ସ୍ଵଭାବ କମିଯିବ । ନବଜାତ ଶିଶୁର ନଜର ଦୋଷ ହଟାଇବା ପାଇଁ ତାର ବିଛଣା ପାଖରେ ଗୋଟିଏ ମୟୂର ପର ରଖି ଦିଅନ୍ତୁ । ନଜର ଦୋଷ ଛାଡି ଯିବ । ଘରେ ଟଙ୍କାର ଅଭାବ ରହୁଛି, ଆୟ କମ ଓ ଖର୍ଚ ଅଧିକ ହେଉଛି ଏହିଭଳି ସ୍ଥିତିରେ ଘରର ଦକ୍ଷିଣ ପୂର୍ଣ କୋଣରେ ମୟୂର ପର ରଖିଲେ ଲାଭ ମିଳିବ ।

ଆପଣଙ୍କ ଘରେ ମୟୂର ପର ଅଛି ଆପଣଙ୍କ ଘରେ ସାପ ପଶିବ ନାହିଁ । ଘରର ଆଲମୀରା ପାଖରେ ମୟୂର ପର ରଖନ୍ତୁ, ଦେଖିବେ ଆପଣଙ୍କର ଧନ ବୁଦ୍ଧି ହେବ । ଖର୍ଚ ବି କମ ହବ । ମୟୁର ପରକୁ ପୂର୍ବ ଉତ୍ତର କୋଣରେ ରଖନ୍ତୁ ଓ ସବୁଦିନ ଏହାକୁ ପୂଜା କରନ୍ତୁ । ଆପଣଙ୍କର ଭାଗ୍ୟ ଚମକି ଉଠିବ ।

ଧନ ଆଗମନର ରାସ୍ତା ଖୋଲିଯିବ । ଆପଣ ମୟୂର ପରକୁ ବିଛଣା ତଳେ ରଖନ୍ତୁ । ଶୋଇବା ଦ୍ଵାରା ଆପଣଙ୍କ ଭିତରେ ଏକ ଭିନ୍ନ ପ୍ରକାରର ଊର୍ଜା ଆସିବ । ଆପଣ ଘରର ମୁଖ୍ୟ ଦ୍ଵାରରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇ ସେଥିରେ ୩ ଟି ମୟୂର ପର ଲଗାନ୍ତୁ । ଘରର ବାସ୍ତୁ ଦୋଷ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *