ମୂଷାଙ୍କୁ ଘରୁ ତଡିବାର ସବୁଠୁ ସହଜ ଉପାୟ, ଆଉ କେବେବି ଆପଣଙ୍କ ଘର ପାଖ ମାଡିବନି ମୂଷା ( Get Rid Of Rats )

ଯଦି ଆପଣଙ୍କ ଘରେ ମୂଷା ଅଛି ତେବେ ଆଜି ଆମେ ଘରୁ ମୂଷାକୁ ବାହାର କରିବା ପାଇଁ ଏକ ଘରୋଇ ଉପାଚାର ନେଇ ଆସିଛୁ । ମୂଷା ଯଦି ଘରେ ରହିଥାଏ ତେବେ ସେ ବହୁତ ହଇରାଣ କରିବା ସହ ଜିନିଷ ଗୁଡିକ ଖରାପ କରିଦିଏ । ସେଥିପାଇଁ ଲୋକମାନେ ବଜାରରୁ ମୂଷା ମରା ଔଷଧ ନେଇ ଆସନ୍ତି । କିନ୍ତୁ ସେ ଗୁଡିକ ଛୋଟ ପିଲାମାନଙ୍କ ପାଇଁ ବହୁତ କ୍ଷତିକାର ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାଚାର କହିବୁ । ଏହା ଦ୍ଵାରା ଆପଣ ମୂଷାକୁ ମାରିବା ପରିବର୍ତ୍ତେ ତାକୁ ଘରୁ ବାହାର କରି ପାରିବେ ।

ଏଥିପାଇଁ ପ୍ରଥମେ ଆପଣ ଗୋଟିଏ ଚାମଚ ଜର୍ଦା ଓ ଗୋଟିଏ ଚାମଚ ଗାଈ ଘିଅ ନିଅନ୍ତୁ । ଜର୍ଦା ମଣିଷଙ୍କ ପାଇଁ ଯେତିକି ହାନିକାରକ ହୋଇଥାଏ ସେତିକି ମୂଷାମାନଙ୍କ ପାଇଁ ବି ହୋଇଥାଏ । ସେହିଭଳି ଘିଅର ଗନ୍ଧ ମୂଷାମାନଙ୍କୁ ଅଧିକ ଆକର୍ଷିତ କରିଥାଏ ।

ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏବେ ଏଥିରେ ଦୁଇ ଚାମଚ ବେସନ ଏଥିରେ ମିଶାନ୍ତୁ । ଏଥିରେ କିଛି ଚାମଚ ପାଣି ଦେଇ ଏହାକୁ ଅଟା ଦଳିବା ଭଳି ଦଲି ଦିଅନ୍ତୁ । ଅଧିକ ଶକ୍ତ କରିବେ ନାହିଁ ନରମ ରଖିବେ । ଏହାକୁ ଅଟା ଗୋଳା ଭଳି କରି ଦିଅନ୍ତୁ । ପୁଣି ଥରେ ଏଥିରେ ଅଳ୍ପ ଘିଅ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ଅଟା ଗୋଳାକୁ ଛୋଟ ଛୋଟ ଗୋଳା କରି ଦିଅନ୍ତୁ । ଯେମିତି ଆପଣ ମୂଷା ମରା ଔଷଧ ଦିଅନ୍ତି ଠିକ ସେହିଭଳି ଏହାକୁ ବି ଦିଅନ୍ତୁ ।

ଯେଉଁ ସ୍ଥାନରେ ମୂଷା ରହୁଥିବେ କିମ୍ବା ଅଧିକ ଯାତାୟାତ କରୁଥିବେ ସେହି ସ୍ଥାନରେ ଏହି ଗୋଟିଏ ଗୋଳା ରଖି ଦିଅନ୍ତୁ । ଘିଅର ଗନ୍ଧ ଦ୍ଵାରା ଆକର୍ଷିତ ହୋଇ ମୂଷା ଏହି ଅଟା ଗୋଳା ପାଖକୁ ଚାଲି ଆସିବ ଓ ଏହାକୁ ଖାଇ ଥାଏ । କିନ୍ତୁ ସବୁବେଳେ ଧ୍ୟାନ ରଖିବେ କି ଯେତେବେଳେ ଏହି ଅଟା ଗୋଳା ମୂଷାକୁ ଦେବେ ତେବେ ଘରର ପାଣି ଭଲ ଭାବରେ ଲୁଚାଇ ଦିଅନ୍ତୁ । କାରଣ ଏହାକୁ ଖାଇବା ପରେ ମୂଷା ବେହୋସ ସ୍ଥିତିରେ ଚାଲି ଆସିବେ ।

ଯଦି ଘର ଭିତରେ ପାଣି ପାଇଯିବେ ତେବେ ସେମାନେ ଘରୁ ବାହାରକୁ ଯିବେ ନାହିଁ । ସେଥିପାଇଁ ଏହାକୁ ପ୍ରୟୋଗ କରିବା ପରେ ଘରେ ପାଣି ଲୁଚାଇ ଦିଅନ୍ତୁ । ଯେମିତି କି ମୂଷା ଘର ଭିତରେ ପାଣି ପାଇବ ନାହିଁ ଓ ଶେଷରେ ସେ ପାଣି ପିଇବା ପାଇଁ ଘରୁ ବାହାରକୁ ଚାଲିଯିବ । ଏହାକୁ ଖାଇବା ପରେ ମୂଷା ପାଗଳ ଭଳି ହେବ ଓ ସେ କେବେ ବି ଆପଣଙ୍କ ଘରକୁ ଆସିବ ନାହିଁ ।

Leave a Reply

Your email address will not be published. Required fields are marked *