Vastu Tips – ଧନର ବର୍ଷା କରିବ ଏହି ଫୁଲ, ବାସ କରନ୍ତୁ ଏହି ଉପାୟ

ଆଜି ଆମେ ଆପଣଙ୍କୁ ଅପରାଜିତା ଫୁଲ ବିଷୟରେ କହିବୁ । ଯାହାର ଅନ୍ୟ ଏକ ନାଁ ହେଉଛି ନୀଳକଣ୍ଠ । ଯାହାକି ଶିବଙ୍କର ବି ଗୋଟିଏ ନାଁ । ଅପରାଜିତା ଫୁଲ ଦ୍ଵାରା ଆପଣ ନିଜର ଦୁଃଖ ଓ କଷ୍ଟକୁ ଦୂର କରିବା ସହ ଆର୍ଥିକ ରୂପରେ ବି ଲାଭବାନ ହୋଇ ପାରିବେ । ଯଦି ଆପଣ ଟଙ୍କାର ସମସ୍ୟାରେ ସବୁବେଳେ ଘେରି ରହୁଛନ୍ତି ତେବେ ଆପଣ ଏହି ଉପାୟ କରନ୍ତୁ । ଏହି ଉପାୟକୁ କରିବା ସମୟରେ ଧ୍ୟାନ ରଖିବେ କି କେହି ବି ଆପଣଙ୍କୁ ନ ଦେଖିବେ ଓ ଆପଣ କାହା ସହ କଥା ହେବେ ନାହିଁ ।

ଏହି ଉପାୟକୁ କରିବା ଦ୍ଵାରା ଆର୍ଥିକ ସ୍ଥିତି ଭଲ ହୋଇଯିବ । ଏହି ଫୁଲ ସବୁ ଭଗବାନକୁ ପ୍ରିୟ ହୋଇଥାଏ । ଯଦି ଆପଣଙ୍କ ଘରେ ନଜର ଲାଗିଛି କିମ୍ବା କେହି ଗୁଣି ଗାରାଡି କରିଛନ୍ତି ତେବେ ଏହି ଫୁଲ ଦ୍ଵାରା ଆପଣ ତାକୁ ଦୂର କରି ପାରିବେ ।

ଟଙ୍କା ଆସିବାର ପଥ ବି ଖୋଲିଦିଏ । ଶନିବାର ଦିନ ରାତି ସମୟରେ ଅପରାଜିତା ଫୁଲର ମାଳ କରି ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଘରୁ ଭୁତ ପ୍ରେତର ବାଧା ଦୂର ହେବା ସହିତ ନକରାତ୍ମକତା ମଧ୍ୟ ଚାଲିଯାଏ । ଏହି ଫୁଲ ମାଳକୁ ହନୁମାନଙ୍କ ନିକଟରେ ସମର୍ପଣ କରି ଯଦି ଘରେ ଟାଙ୍ଗୀ ଦେବେ ତେବେ ଏହା ଆହୁରି ଫଳଦାୟକ ହୋଇଥାଏ । କରଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଓ ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ କରନ୍ତୁ ।

ଶନିବାର ଦିନ କିମ୍ବା ସୋମବାର ଦିନ ରାତି ସମୟରେ ୫ ଟି ଅପରାଜିତା ଫୁଲ ତୋଳି ନଦୀରେ ପାଣିରେ ଭସାଇ ଦିଅନ୍ତୁ । ନିଜର ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ । ଏହିଭଳି କରିବା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହେବା ସହ କରଜରୁ ବି ମୁକ୍ତି ମିଳିଥାଏ । ଏହି କାର୍ଯ୍ୟ କରିବା ସମୟରେ ଆପଣଙ୍କୁ କେହି ଦେଖିବେ ନାହିଁ, କାହା ସହ କଥାବାର୍ତ୍ତା ହେବେ ନାହିଁ, କାହାକୁ ବି ଏହା ବିଷୟରେ କହିବେ ନାହିଁ । ଏହି ଉପାୟକୁ ଆପଣ ୫ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ । ଏହା ଦ୍ଵାରା ଘରର ଉନ୍ନତି ବି ହୋଇଥାଏ ।

ମନ ପସନ୍ଦର ଚାକିରି ଚାହୁଁଛନ୍ତି ତେବେ ସବୁଦିନ ମାତା ଦୂର୍ଗା ଓ ମାତା ପାର୍ବତୀଙ୍କୁ ଆପଣ ୧୧ ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ତେବେ ଆପଣଙ୍କର ସବୁ ଇଚ୍ଛା ନିଶ୍ଚିତ ରୂପରେ ପୁରା ହେବ । ଏହାକୁ ସେହି ଦିନ ପର୍ଯ୍ୟନ୍ତ କରନ୍ତୁ ଯେଉଁ ଦିନ ପର୍ଯ୍ୟନ୍ତ ଆପଣଙ୍କର ମନୋସ୍କାମନା ପୂର୍ଣ ହୋଇ ନାହିଁ । ଯଦି ଅଲଗା ଦିନ ଗୁଡିକରେ କରି ପାରୁ ନାହାନ୍ତି, ତେବେ ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ କରନ୍ତୁ ।କିମ୍ବା ଆପଣ ସପ୍ତାହର ସବୁ ମଙ୍ଗଳବାର ଦିନ ନିଶ୍ଚିତ କରନ୍ତୁ ।

Leave a Reply

Your email address will not be published. Required fields are marked *