କଣ ଆପଣଙ୍କର ବି ନାମ A, K, M, T, P, S, R, N, G, ରୁ ଆରମ୍ଭ ? ତେବେ ଏହି ଖବର ନିଶ୍ଚିତ ପଢନ୍ତୁ…

ବନ୍ଧୁଗଣ ପ୍ରତେକ ମନୁଷ୍ୟ ଜନ୍ମ ନେଲା ବେଳେ ନିଜ ଭାଗ୍ୟ ରେଖା ସହ ଏହି ସଂସାର କୁ ଆସିଥାଏ । ଯେତେବେଳେ ସେ ଜନ୍ମ ହୁଏ ଜନ୍ମ ହେବାର କିଛି ଦିନ ପରେ ତାର ନାମକରଣ ହୋଇଥାଏ । ତେବେ କଣ ଆପଣମାନେ ଜାଣିଛନ୍ତି ଏହି ନାମର ଜ୍ୟୋତିଷ ଶାସ୍ତ୍ର ରେ ବହୁତ ମହତ୍ୱ ରହିଛି । ବହୁତ ଗଣନା କରାଯାଇ ଏହି ନାମ ଗୁଡିକ ଦିଆଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ନାମ ଦ୍ୱାରା ବ୍ୟକ୍ତିର ସ୍ଵଭାବ, ବ୍ୟବହାର, ଚିନ୍ତାଧାରା ସବୁକିଛି ଜଣାପଡ଼ିଥାଏ । ତେବେ ଆଜି ଆମେ କିଛି ଅକ୍ଷର ନାମର ବ୍ୟକ୍ତି ମାନଙ୍କ ବିଷୟରେ କିଛି ଖାସ କଥା କହିବୁ । ତେବେ ଚାଲନ୍ତୁ ଜାଣିବା ।

A ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ଖୋଲା ହୃଦୟର ହୋଇଥାନ୍ତି । ଏମାନେ କେବେ କାହାର କଥାରେ ନିଜର ମନ ଦୁଃଖ କରନ୍ତି ନାହିଁ । ଏହି ବ୍ୟକ୍ତି ମାନେ ସବୁବେଳେ ଖୁସିରେ ରହିବାକୁ ଇଚ୍ଛା କରିଥାନ୍ତି ।

K ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ କୋମଳ ହୃଦୟର ବ୍ୟକ୍ତି ଅଟନ୍ତି । ଏମାନେ ସବୁବେଳେ ନ୍ୟାୟର ସାଥ ଦେଇଥାନ୍ତି । ଏହି ବ୍ୟକ୍ତି ମାନେ ସବୁବେଳେ ଠିକ କଥା କହିଥାନ୍ତି । ଏମାନେ କେବେ ମଧ୍ୟ କାହାକୁ ଡରନ୍ତି ନାହିଁ । ନିଜର କଥାରେ ଏମାନେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି ।

M ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ଅତ୍ୟନ୍ତ ସରଳ ସ୍ୱଭାବର ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ କେବେ କାହାର ମନ ଦୁଃଖ କରନ୍ତି ନାହିଁ । ଏମାନେ ବହୁତ ଜିଦିଆ ସ୍ୱଭାବର ବ୍ୟକ୍ତି ଅଟନ୍ତି ।

T ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ନିଜର ପ୍ରିୟ ମାନଙ୍କ ବହୁତ ସ୍ନେହ କରିଥାନ୍ତି । ଏମାନେ ଅନ୍ୟର ଖୁସି ପାଇଁ ନିଜ ଖୁସିକୁ ମଧ୍ୟ ଭୁଲିଯାଆନ୍ତି । ଏମାନେ ନିଜର ଦାମ୍ପତ୍ୟ ଜୀବନକୁ କିପରି ଖୁସିରେ ରଖିବେ ତାହା ଚେଷ୍ଟା କରିଥାନ୍ତି । କିନ୍ତୁ ଏମାନେ ସବୁବେଳେ ଅନ୍ୟର କଥାରେ ପଡି ନିଜର ସଂସାରକୁ ଖୁସି ଦେଇପାରନ୍ତି ନାହିଁ ।

P ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ତ୍ୟାଗୀ ସ୍ୱଭାବର ହୋଇଥାନ୍ତି । ଏମାନେ ସବୁବେଳେ ଅନ୍ୟକୁ ଦାନ କରିବାକୁ ଇଛା ରଖିଥାନ୍ତି । ଏମାନେ ନିଜର ପରିବାର ପାଇଁ କିଛି ମଧ୍ୟ କରିପାରିବେ । ଏହି ବ୍ୟକ୍ତି ମାନେ ସବୁବେଳେ ଭାବି ଚିନ୍ତି ନିଷ୍ପତି ନେଇଥାନ୍ତି ।

S ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ସ୍ୱାର୍ଥପର ହୋଇଥାନ୍ତି । ଏମାନେ ସବୁବେଳେ ଅଜାଣତରେ ଅନ୍ୟମାନଙ୍କ ମନ କଷ୍ଟ କରାଇଥାନ୍ତି । ଏମାନେ ନିଜର ପରିବାର ସହିତ ଖୁସିରେ ରହିଥାନ୍ତି ।

R ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ଚିନ୍ତାଧାରା ରଖିଥାନ୍ତି । ଏମାନେ ସବୁବେଳେ ପରସେବା କରିଥାନ୍ତି । ଏହି ବ୍ୟକ୍ତିମାନେ କେବେ ମଧ୍ୟ କାହାରି ଖରାପ ଚିନ୍ତା କରନ୍ତି ନାହିଁ ।

N ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ଉଚ୍ଚ ଚିନ୍ତାଧାରା ରଖିଥାନ୍ତି । ଏମାନେ ସବୁବେଳେ ସମୟ ସହିତ ଚାଲିଥାନ୍ତି । କେବେ ମଧ୍ୟ କାହା ବିଷୟରେ ଅନ୍ୟ ଆଗରେ ଗପନ୍ତି ନାହିଁ । କି ନିଜ ବିଷୟରେ କାହାକୁ କୁହନ୍ତି ନାହିଁ ।

G ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ଅତ୍ୟନ୍ତ ସ୍ଵତନ୍ତ୍ର ହୋଇଥାଆନ୍ତି । ଏମାନେ କେବେ ମଧ୍ୟ କାହା ଅଣ୍ଡର ରେ କାମ କରିବାକୁ ଇଛା ରଖନ୍ତି ନାହିଁ । ଏହି ବ୍ୟକ୍ତି ମାନେ ନିଜର ପରିଶ୍ରମ ଦ୍ୱାରା ସଫଳତା ହାସଲ କରିବାକୁ ଚେଷ୍ଟା କରନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ନାମର ପ୍ରଥମ ଅକ୍ଷର ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *