Vastu Tips- ନୂଆବର୍ଷ 2022, ଘରକୁ ଆଣନ୍ତୁ ଏହି 1ଟି ଜିନିଷ… ଘରେ ହେବ ଧନର ବର୍ଷା

ବନ୍ଧୁଗଣ ନୂଆବର୍ଷ ୨୦୨୨ ଆଉ ଅଳ୍ପ ଦିନରେ ଆରମ୍ଭ ହେବାକୁ ଯାଉଛି । ପ୍ରତେକ ବ୍ୟକ୍ତି ନୂଆବର୍ଷଟିକୁ ଖୁବ ହସ ଖୁସିରେ ବିତାଇବାକୁ ଚାହିଁଥାନ୍ତି । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହା ନୂଆବର୍ଷରେ ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ବାରା ପରିବାର ସଦସ୍ୟ ମାନଙ୍କ ଶୁଭ ହେବା ସହ ଘରେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

କଥାରେ ଅଛି ନୂଆବର୍ଷରେ ଆରମ୍ଭ ଯଦି ଭଲ ହୁଏ ତେବେ ସାରା ବର୍ଷ ଭଲରେ କଟିଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି ୫ଟି ଜିନିଷ ବିଷୟରେ କହିବୁ ଯାହା ମଧ୍ୟରୁ କୌଣସି ଗୋଟିଏ ଜିନିଷ ନୂଆବର୍ଷ ପୂର୍ବରୁ କିଣିବା ଦ୍ୱାରା ଆପଣଙ୍କ ଭାଗ୍ୟର ତାଲା ଖୋଲିଯାଇଥାଏ । ଏବଂ ମାତା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କୁ ସମସ୍ତ ପ୍ରକାରର ଖୁସି ମିଳିବ । ତେବେ ଚାଲନ୍ତୁ ଜାଣିବା ।

ଭଗବାନ ଗଣେଶଙ୍କ ମୂର୍ତ୍ତି:- ନୂଆବର୍ଷ ପୂର୍ବରୁ ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନହର୍ତା ତାଙ୍କର ଆଶୀର୍ବାଦ ଥିଲେ ବ୍ୟକ୍ତିର ଜୀବନରେ କୌଣସି ସମସ୍ୟା ଆସିନଥାଏ । ତେବେ ନୂଆବର୍ଷରେ ଭଗବାନ ଗଣେଶ ଙ୍କ ମୂର୍ତ୍ତି ଆଣି ପୂଜା କରନ୍ତୁ ।

ମୟୂର ପଙ୍ଖ:- ଯଦି ଆପଣଙ୍କ ଜୀବନରେ ସବୁବେଳେ ଆର୍ଥିକ ସମସ୍ୟା ଲାଗିରହିଛି, ଯେତେ ରୋଜଗାର କଲେ ମଧ୍ୟ ସବୁ ପଇସା ଖର୍ଚ୍ଚ ହେଇଯାଉଛି ତେବେ ଏହି ନୂଆବର୍ଷରେ ଘରକୁ ଦୁଇଟି ମୟୂର ପଙ୍ଖ ନେଇଆସନ୍ତୁ ଏବଂ ଏହାକୁ ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ ଏବଂ ଅଯଥା ଖର୍ଚ୍ଚ ମଧ୍ୟ ହେବନାହିଁ ।

ନଡ଼ିଆ:- ଯଦି ଘରେ ସବୁବେଳେ କଳହ ଲାଗିରହୁଛି ବା ଆପଣଙ୍କ ମନରେ ସବୁବେଳେ ନକାରାତ୍ମକ ଚିନ୍ତାଧାରା ଆସୁଛି ତେବେ ଏହି ନୂଆବର୍ଷରେ ଗୋଟେ ନଡ଼ିଆ ଆଣି ଘରେ ଭାଙ୍ଗନ୍ତୁ ଏହା ଦ୍ବାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହେବ ଏବଂ ସକାରାତ୍ମକ ଶକ୍ତିର ଆଗମନ ହେବ ।

ହେଂସୁଇ ଆଇଟମ:- ଯଦି ଆପଣଙ୍କ ବ୍ୟବସାୟ ବା ଚାକିରୀରେ ଉନ୍ନତି ହେଉନାହିଁ । ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ଆପଣଙ୍କୁ ନିଜର ପରିଶ୍ରମର ଫଳ ମିଳୁନାହିଁ ତେବେ ଏହି ନୂଆବର୍ଷ ଦିନ ଯଦି ଆପଣଙ୍କୁ କେହି ଲାଫିଂ ବୁଦ୍ଧ ଙ୍କ ମୂର୍ତ୍ତି ଉପହାର ସ୍ୱରୂପେ ଦିଅନ୍ତି ତେବେ ଜାଣିଯାନ୍ତୁ ଆପଣଙ୍କ ପାଇଁ ଖୁସିର ସମୟ ଆସିବାକୁ ଯାଉଛି ।

ପଞ୍ଚମୁଖୀ ହନୁମାନ:- ନୂଆବର୍ଷରେ ପଞ୍ଚମୁଖୀ ହନୁମାନ ଙ୍କ ମୂର୍ତ୍ତି ଆଣି ଠାକୁର ଘରେ ସ୍ଥାପନା କରନ୍ତୁ । ଏହା ଦ୍ବାରା ଘରର ସବୁବେଳେ ଶୁଭ ହୋଇଥାଏ । କୌଣସି ସମସ୍ୟା ଆସିନଥାଏ । ଆପଣଙ୍କ ପରିବାରରେ ସବୁବେଳେ ହସ ଖୁସିରେ ମାହୋଲ ରହେ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *