Vastu Tips- ଏହି ପରି ଥିଲେ ପାଦର ଆଙ୍ଗୁଠି ମଣିଷ ହୋଇଥାଏ ଭାଗ୍ୟଶାଳୀ, ଜାଣନ୍ତୁ…

ବନ୍ଧୁଗଣ ସର୍ବଦା ଆମେ ଦେଖିଥାଉ ପ୍ରତେକ ବ୍ୟକ୍ତିର ଶରୀରରେ କିଛି ନା କିଛି ଭିନ୍ନତା ରହିଥାଏ । ଆଊ ଶରୀରର ଆକୃତି ବା ଆକାର ଅନୁସାରେ ମଣିଷର ଆଚାର ଏବଂ ବ୍ଯବହାର ଉପରେ ଭିନ୍ନତା ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ମନୁଷ୍ୟର ପାଦର ଆକୃତିର ଭିନ୍ନତା ଅନୁସାରେ ବ୍ୟକ୍ତିର ସ୍ଵଭାବ ଆଚାର କେମିତି ହୋଇଥାଏ । ଶାସ୍ତ୍ରରେ ପାଦର କେଉଁ ଆକୃତି କୁ ଭାଗ୍ୟଶାଳୀ କୁହାଯାଇଛି । କେଉଁ ଆକୃତିର ପାଦ ବ୍ୟକ୍ତି ପାଇଁ କେତେ ଭଲ ହୋଇଥାଏ ଆଜି ଆମେ ଜାଣିବା । ତେବେ ଚାଲନ୍ତୁ ଜାଣିବା ।

ପଥମେ ରହିଛି ସେଲ୍ଟିକ ଆକୃତି:- ଯଦି ଆପଣଙ୍କ ପାଦର ମଝି ଆଙ୍ଗୁଳି ଅର୍ଥାତ ବୃଦ୍ଧ ଆଙ୍ଗୁଳି ର ପାଖରେ ଥିବା ଆଙ୍ଗୁଠି ଯଦି ସବୁ ଆଙ୍ଗୁଠି ଠାରୁ ବଡ ହୋଇଥାଏ ଏବଂ ପାଦର ଶେଷ ଦୁଇଟି ଆଙ୍ଗୁଠି ସମ୍ମାନ ହୋଇଥାଏ ତେବେ ଏହି ବ୍ୟକ୍ତି ବହୁତ ସାଧାରଣ ବ୍ୟକ୍ତି ଅଟନ୍ତି । ଏହି ବ୍ୟକ୍ତି ମାନଙ୍କୁ ଜୀବନରେ ସଫଳତା ମିଳିଥାଏ କିନ୍ତୁ ସଫଳତା ମିଳିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିଥାଏ । ଏହି ଲୋକଙ୍କ ପାଖରେ କୌଣସି ଜିନିଷ ବା କାମକୁ ବୁଝିବାର ଅଦ୍ଭୁତ ଶକ୍ତି ରହିଥାଏ । କର୍ମ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଏମାନେ ମାନସିକ ଚିନ୍ତା କରିଥାନ୍ତି କିନ୍ତୁ ଶାରିରୀକ କ୍ଷେତ୍ରରେ କମ ପରିଶ୍ରମ କରିଥାନ୍ତି । ଏଥିପାଇଁ ଏହି ଆକୃତି ପାଦ ଥିବା ବ୍ୟକ୍ତି ମାନଙ୍କୁ ସାଧାରଣ ଭାଗ୍ୟର ସ୍ଥାନ ଦିଆଯାଇଛି ।

ଜର୍ମାନୀକ ଆକୃତି:- ଯେଉଁ ବ୍ୟକ୍ତି ମାନଙ୍କ ଚାରୋଟି ଆଙ୍ଗୁଠି ସମାନ ଆଊ ବୁଢା ଆଙ୍ଗୁଠି ବଡ ଥାଏ ତେବେ ଏହି ଲୋକମାନେ ଶାନ୍ତିପ୍ରିୟ ହୋଇଥାଆନ୍ତି । ଏମାନେ ସବୁ କାମ ଭାବି ଚିନ୍ତି କରିଥାନ୍ତି । ଏହି ଲୋକଙ୍କୁ ଆପଣ କେମିତି ବି କାମ କରିବାକୁ ଦିଅନ୍ତୁ ଏମାନେ ସେହି କାମ କରିବାରେ ତତ୍ପର ହୋଇଥାନ୍ତି ।

ଏହି ଲୋକ ନିଜର ଦାୟିତ୍ଵ ସଦା ସର୍ବଦା ନିଜେ ବୁଝିଥାନ୍ତି । ଏମାନଙ୍କ ରୋଜଗାର କମ ହେଉ ବା ଅଧିକ ସବୁବେଳେ ନିଜକୁ ମ୍ୟାନେଜ କରିବା ଜଣାଥାଏ । ଏହି ବ୍ୟକ୍ତି ଦେଖିବାକୁ ପ୍ରାୟ ସୁନ୍ଦର ହୋଇଥାନ୍ତି । ଏବଂ ଏମାନଙ୍କ ସୁନ୍ଦର ସୁନ୍ଦର କଥାରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ସେଥିପାଇଁ ଶାସ୍ତ୍ରରେ ଏହି ଭଳି ପାଦ ଥିବା ବ୍ୟକ୍ତି ମାନଙ୍କୁ ସାଧାରଣ ଭାଗ୍ୟ ଥିବା ସ୍ଥାନ ଦିଆଯାଇଛି ।

ଗ୍ରୀକ ଆକୃତି:- ଯେଉଁ ବ୍ୟକ୍ତି ମାନଙ୍କ ମଝି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ ହୋଇଥାଏ । ଶେଷରେ ଥିବା ଦୁଇଟି ଆଙ୍ଗୁଠି ସମାନ ହୋଇନଥାଏ ଏବଂ ଛୋଟ ବଡ ରହିଥାଏ ତେବେ ସେହି ବ୍ୟକ୍ତି ବହୁତ ଚତୁର ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଅଧିକ କଥା ବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜ ଜୀବନରେ ବହୁତ ସଫଳତା ପାଇଥାନ୍ତି । ସମାଜ ଏବଂ ପରିବାରରୁ ଏମାନଙ୍କୁ ସମ୍ପୂର୍ଣ ସହଯୋଗ ମିଳିଥାଏ । ଏହି ବ୍ୟକ୍ତି ନିଜର କର୍ମ କ୍ଷେତ୍ରର ବହୁତ ଆଗୁଆ ରହିଥାନ୍ତି । ଶାସ୍ତ୍ରରେ ଏହି ଭଳି ପାଦ ଥିବା ବ୍ୟକ୍ତି ମାନଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଇଛି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *