ପେଚା ଦେଖିବା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ ? Sakuna Shastra

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ କିଛି ପଶୁ ବା ପକ୍ଷୀ ଙ୍କୁ ଅଶୁଭ କୁହାଯାଇଥାଏ । ତେବେ କୁହାଯାଏ ଯଦି ଆପଣ ସେହି ପଶୁ ବା ପକ୍ଷୀ ଙ୍କୁ ଦେଖିଥାନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ଯା ଆସିଥାଏ । ଆପଣଙ୍କ ର ଧନହାନୀ ହୋଇଥାଏ । ଏପରି କୁହାଯାଏ କି କିଛି ପଶୁ ବା ପକ୍ଷୀଙ୍କୁ ଦେଖିବା ଦ୍ଵାରା ମନୁଷ୍ୟ ର ମୃତ୍ୟୁ ସମ୍ଭାବନା ମଧ୍ୟ ରହିଥାଏ । ତେବେ ଆଜି ଆମେ ସେହି ଭଳି ଗୋଟିଏ ପକ୍ଷୀ ବିଷୟରେ କହିବୁ । ଯାହାକୁ ଦେଖିବା ଦ୍ଵାରା ଅଶୁଭ ହୋଇଥାଏ ବା ଶୁଭ ହୋଇଥାଏ ।

ତେବେ ଅନେକ ଲୋକ ଭାବିଥାନ୍ତି ଏହା ଦେଖିବା ଅଶୁଭ ଅନେକ ଲୋକ ଭାବିଥାନ୍ତି ଏହା ଶୁଭ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ସମ୍ଭାନ୍ଧ ରେ ବିସ୍ତାରରେ କହିବୁ । ତେବେ ସେହି ପକ୍ଷୀ ଟି ହେଉଛି ପେଚା । ଆମେ ଜାଣିଛୁ ପେଚା ରାତ୍ରି ଚର ଅଟେ । ଏହା ରାତି ସମୟରେ ଦେଖା ଯାଇଥାଏ ।

ତେବେ ଆମେ ଜାଣିଛୁ ଯେ ଧଳା ପେଚା ହେଉଛି ମା ଲକ୍ଷ୍ମୀଙ୍କ ବାହନ । ତେଣୁ ଏହାକୁ ଦେଖିବା ଦ୍ଵାରା ଅତିଅନ୍ତ ଶୁଭ ହୋଇଥାଏ । ଯଦି ପେଚା ର ଶବ୍ଦ ଆପଣଙ୍କୁ ଦକ୍ଷିଣ ଦିଗରୁ ଶୁଭି ଥାଏ ତେବେ ଏହା ଶୁଭ ଅଟେ । ଯଦି ଆପଣଙ୍କ ବାମ ପଟେ ଆପଣ ପେଚାର ଦର୍ଶନ କରିଥାନ୍ତି ତେବେ ଏହା ଶୁଭ ଫଳ ଦେଇଥାଏ

ଯଦି ଆପଣଙ୍କ ଘରର ଛାତ ରେ ବା ଆପଣଙ୍କ ଘରେ ବସିଥାଏ ଓ ଏହା କଳା ପେଚା ହୋଇଥାଏ ତେବେ ଆପଣଙ୍କ ଘରକୁ କୌଣସି ଏକ ବିପଦ ଆସିପାରେ । ଆପଣଙ୍କ ଘରେ ଅବନୀତି ଘଟିଥାଏ । ଯଦି ଆପଣ କଳା ପେଚା ଦେଖିଥାନ୍ତି ଏହା ବହୁତ ଅଶୁଭ ଅଟେ । କଳା ପେଚା ର ଶବ୍ଦ ଯଦି ଆପଣଙ୍କୁ ମଧ୍ୟ ରାତ୍ରି ରେ ଶୁଭିଥାଏ ତେବେ ଏହା ବହୁତ କ୍ଷତିକାରକ ଅଟେ ।

ଏହି ଶବ୍ଦ ମଧ୍ୟ ରାତ୍ରି ରେ ଶୁଣିବା ଦ୍ଵାରା ଆପଣଙ୍କୁ ହୃଦଘାତ ମଧ୍ୟ ହୋଇପାରେ ଓ ଆପଣଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ପିଲା ମାନେ ଏହି ଶବ୍ଦ ଶୁଣି ଭୟ ପାଇଥାନ୍ତି । ଯଦି ଧଳା ପେଚା ଆପଣଙ୍କ ଘର ମଧ୍ୟ କୁ ପଶି ଆସିଥାଏ ତେବେ ଆପଣ ଜାଣିବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ଏହି ଧଳା ପେଚା ଆସିବା ଦ୍ଵାରା ଆପଣଙ୍କ ର ଧନ ଲାଭ ହୋଇଥାଏ । ତେବେ ଯଦି ଆପଣ ଧଳା ପେଚା ଦେଖନ୍ତି ଏହା ଶୁଭ ଅଟେ । ଯଦି ଆପଣ କଳା ପେଚା ଦେଖନ୍ତି ଏହା ଅଶୁଭ ଅଟେ । ତେଣୁ ଏହା ସ୍ପଷ୍ଠ ଅଟେ ଯେ କଳା ପେଚା ଅଶୁଭ ସଂକେତ ହୋଇଥାଏ ଓ ଧଳା ପେଚା ଶୁଭ ର ସଙ୍କେତ ହୋଇଥାଏ ।

Leave a Reply

Your email address will not be published. Required fields are marked *