Vastu Tips- ମୃତ ବା ପିତୃ ପୁରୁଷଙ୍କ ଫଟୋ ଘରେ କେଉଁ ଜାଗାରେ ଲଗାଇଲେ ବଢି ଚାଲେ ଧନ ସମ୍ପତି ଓ କେଉଁ ସ୍ଥାନରେ ଲଗାଇଲେ କ୍ଷତି ହୋଇଥାଏ !

ବନ୍ଧୁଗଣ ପ୍ରାୟତଃ ପ୍ରତେକ ଙ୍କ ଗୃହରେ ପିତୃ ପୁରୁଷ ମାନଙ୍କ ଫଟୋ ରହିଥାଏ । ଏପରି ମାନ୍ୟତା ରହିଛି କି ପିତୃ ପୁରୁଷ ଙ୍କ ଫଟୋ ଗୃହରେ ଲଗାଇବା ଦ୍ୱାରା କିମ୍ବା ପିତୃ ପୁରୁଷ ଙ୍କ ପ୍ରତି ସମ୍ମାନ ଭାବ ରଖିବା ଦ୍ୱାରା ଗୃହକୁ ଉନ୍ନତି ଆସିଥାଏ । ଏବଂ ଧନ ସମ୍ପତ୍ତିରେ କେବେବି ଅଭାବ ହୁଏ ନାହିଁ । ଏହା ଦ୍ୱାରା ଗୃହର ବ୍ୟକ୍ତି ମାନଙ୍କୁ ବହୁତ ପ୍ରକାରର ଲାଭ ହୋଇଥାଏ । କିନ୍ତୁ ଯଦି ପିତୃ ପୁରୁଷ ଙ୍କ ଫଟୋ ଭୁଲ ଜାଗାରେ ଲଗାଯାଏ ତେବେ ଏହାର ମଧ୍ୟ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜଣାନ୍ତୁ ଗୃହରେ ପିତୃ ପୁରୁଷ ଙ୍କ ଫଟୋ କେଉଁ ଜାଗାରେ ଲଗାଇବା ଆବଶ୍ୟକ ଏବଂ କେଉଁ ଜାଗାରେ ନୁହେଁ ।

ଘରର ମନ୍ଦିର ବା ଘରର ଠାକୁର ଙ୍କ ପାଖରେ ପିତୃ ପୁରୁଷ ଙ୍କ ଫଟୋ ଭୁଲରେ ବି ରଖନ୍ତୁ ନାହିଁ । ଠାକୁର ଘରେ ପିତୃ ପୁରୁଷ ଙ୍କ ଫଟୋ ରଖିବା ଅଶୁଭ ହୋଇଥାଏ । ଏହାର ବହୁତ ନକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ । ଏହାର ଫଳ ସଦା ସର୍ବଦା ଅଶୁଭ ହିଁ ପ୍ରାପ୍ତ ହୋଇଥାଏ । ସବୁବେଳେ ଠାକୁର ଘରର ଓଲଟା ଦିଗରେ ହିଁ ପିତୃ ପୁରୁଷ ଙ୍କ ଫଟୋ ଲଗାନ୍ତୁ ।

ଘରର ଉତ୍ତର କୋଣରେ ବା ଯେଉଁଠାରେ ଆପଣ ଶୟନ କରୁଛନ୍ତି ସେହି ଉତ୍ତର କୋଣରେ ଯଦି ଆପଣ ପିତୃ ପୁରୁଷ ଙ୍କ ଫଟୋ ଲଗାଉଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ତେବେ ସବୁଠୁ ଉତ୍ତମ ଏହା ଅଟେ କି ଆପଣ ଘରର ଉତ୍ତର ଦିଗରେ ପିତୃ ପୁରୁଷ ଙ୍କ ଫଟୋ ଲଗାନ୍ତୁ ।

ଘରର ନେତୃତ୍ୱ କୋଣ ଅର୍ଥାତ ଦକ୍ଷିଣ ପଶ୍ଚିମ କୋଣରେ ପିତୃ ପୁରୁଷ ଙ୍କ ଫଟୋ କେବେବି ଲଗାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଘରର ଉନ୍ନତି ଅଟକି ଯାଇଥାଏ । ଏବଂ ଘରେ ସବୁବେଳେ ସମସ୍ୟା ଲାଗିରହିଥାଏ । ଘରେ ସବୁବେଳେ କଳହ ସୃଷ୍ଟି ହୋଇଥାଏ । ତେଣୁ କଦାପି ଦକ୍ଷିଣ ପଶ୍ଚିମ କୋଣରେ ପିତୃ ପୁରୁଷ ଙ୍କ ଫଟୋ ଲଗାନ୍ତୁ ନାହିଁ ।

ଘରର ବ୍ରହ୍ମ ସ୍ଥାନ ଅର୍ଥାତ ଘରର ମଝିଆ ମଝିରେ ପିତୃ ପୁରୁଷ ଙ୍କ ଫଟୋ ଭୁଲରେ ବି ଲଗାଇବେ ନାହିଁ । ଏହି ଜାଗାରେ ପିତୃ ପୁରୁଷ ଙ୍କ ଫଟୋ ଲଗାଇବା ଦ୍ୱାରା ସେହି ଥରେ ଯେଉଁମାନେ ରୁହନ୍ତି ସେମାନଙ୍କ ମାନ ସମ୍ମାନ ରେ ହାନି ଘଟିଥାଏ । ସେମାନଙ୍କୁ କୌଣସି ସ୍ଥାନରେ ସମ୍ମାନ ମିଳିନଥାଏ । ଏବଂ ସେମାନଙ୍କୁ ସବୁ କ୍ଷେତ୍ରରେ ଅସଫଳତା ମିଳିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *