ଏହି 10 ଟି ପ୍ରଶ୍ନର ଉତ୍ତର ଦେଇ ଦେଖାଅ, ୯୯% ଲୋକ ହେଲେ ଫେଲ, ଦେଖିବା ଆପଣଙ୍କ ବୁଦ୍ଧି କେତେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ଢମାଳି ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛୁ । ଏହି ସବୁ ଓଡିଆ ଢଗ ପ୍ରଶ୍ନ ଉତ୍ତର ଆମ ସମସ୍ତଙ୍କ ପାଇଁ ପାଇଁ ଗୁରୁତ୍ଵପୂର୍ଣ୍ଣ । ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଜ୍ଞାନର ବହୁ ଆବଶ୍ୟକତା ରହିଥାଏ । ଅନେକ ଲୋକଙ୍କୁ ଏହି ଦୁନିଆ ସହ ଜଡିତ ସମସ୍ତ ଜିଜ୍ଞାସା ଜାଣିବାର ଇଛା ଥାଏ ସେଥିପାଇଁ ସେମାନେ ଜୀବନ ସାରା ଜ୍ଞାନ ଆହରଣ କରିଥାନ୍ତି । କୌଣସି ସରକାରୀ ଚାକିରି ହେଉ ବା ବେସରକାରୀ ସମସ୍ତ କ୍ଷେତ୍ରରେ ଜ୍ଞାନର ବିଶେଷ ମହତ୍ଵ ରହିଛି । ତେବେ ଚଲାନ୍ତୁ ଆରମ୍ଭ କରିବା ।

ଟୋକିର ମୁଣ୍ଡ ଲାଣ୍ଡିଆ, ବଣ ନଥାଇ ମୁଣ୍ଡିଆ ?

ଉତ୍ତର:- ପାହାଡ

ଗଛ ଲଗେଇଲି ଫଳିବା ପାଇଁ, ଫଳ ପାଚିଲା ହେଲେ ଝଡ଼ିଲା ନାହିଁ ?

ଉତ୍ତର:- ଭେଣ୍ଡି

କାଦୁଅରେ ଗଡା ପଡ଼ା ଆଠ ଗୋଟି ଗୋଡ଼ ତାର ଦୁଇ ଗୋଡ଼ ପାଙ୍କୁଡ଼ା ?

ଉତ୍ତର:- କଙ୍କଡା

ମାମୁ ଘରେ ଗୋଟେ ଗାଈ ରାତି ପାହିଲେ ଗୋଟେ ନାହିଁ ?

ଉତ୍ତର:- ତାରା

କଞ୍ଚା ହଳଦୀଆ ପାଚିଲେ ସେ କଳା, ନକହି କରିଲେ ରାଜ୍ୟରୁ ପଳା ?

ଉତ୍ତର:- ଖଜୁରୀ କୋଳି

କଳା ମୁଚୁ ମୁଚୁ ଜଙ୍ଗଲରେ ରହେ କାଳିଆ ସଣ୍ଡ, ସୋରିଷଠୁ ଛୋଟ ହେଲେ ଖାଏ ସେ ମୁଣ୍ଡ ?

ଉତ୍ତର:- ଉକୁଣୀ

କଞ୍ଚାବେଳେ ଲତ ପତ ପାଚିଗଲେ ଟାଣ ଏହାର ଉତ୍ତର କହିଦିଏ ରହିଲା ମୋର ରାଣ ?

ଉତ୍ତର:- ମାଟି ହାଣ୍ଡି

ପବନ ତାହାର ଆହାର ଖାଏ ଗୋଇଠା ପାହାର ?

ଉତ୍ତର:- ଫୁଟବଲ

କଳା ଘାସ ବଣେ ଧଇଲି ଚୋର, ନଖ ମୁନରେ ହେଲା ତା ବିଚାର ?

ଉତ୍ତର:- ଉକୁଣୀ

ଗାତରେ ମୁଁ କରଇ ଘର ମୁହଁରେ ଥାଏ ନିଷ, ଯାହା ଘରେ ମୁଁ ପଶେ ତାହର କରେ ମୁଁ ସର୍ବନାଶ ?

ଉତ୍ତର:- ମୂଷା

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *