କିଛି ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ 99 % ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ଢଗ ଢମାଳି ପ୍ରଶ୍ନ ଉତ୍ତର । ଯାହା ଆପଣଙ୍କୁ ନିଜ ଜ୍ଞାନ ବଢ଼ାଇବାରେ ସାହାଯ୍ୟ କରିବ । ଆପଣ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଏବଂ ନିଜ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହ ଆଲୋଚନା କରି ଜ୍ଞାନ ବାଣ୍ଟନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧:- ଏସିଆ ମହାଦେଶର କେଉଁ ଦେଶ କ୍ଷେତ୍ରଫଳ ଦୃଷ୍ଟିରୁ ସବୁଠାରୁ ବଡ଼ ?

ଉତ୍ତର:- ଚିନ

୨:- ଅନାଲଗ, ଡିଜିଟାଲ ଏବଂ ସ୍ମାର୍ଟ ଏଗୁଡ଼ିକ ସବୁ କାହାର ପ୍ରକାର ଅଟନ୍ତି ?

ଉତ୍ତର:- ହାତଘଣ୍ଟା

୩:- କେଉଁ ଧାତୁ ସମସ୍ତ ଧାତୁ ଅପେକ୍ଷା ସର୍ବୋଚ୍ଚ ତାପ ଏବଂ ବିଦ୍ୟୁତ ପରିବାହକ ?

ଉତ୍ତର:- ରୂପା

୪:- ତାହା କଣ ଯାହା ମେଡିକାଲ ରେ ପଇସା ଦେବାକୁ ପଡେ କିନ୍ତୁ ବାହାରେ ମାଗଣାରେ ମିଳେ ?

ଉତ୍ତର:- ଅକ୍ସିଯେନ

୫:- ଲୋକୋ ପାଇଲଟ ମାନେ କେଉଁ ବାହନ ଚଳାଇଥାନ୍ତି ?

ଉତ୍ତର:- ଟ୍ରେନ ( ରେଳଗାଡ଼ି )

୬:- କିଏ ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡ଼ି କୁଆଡେ ଯାଏନାହିଁ ?

ଉତ୍ତର:- ପତାକା

୭:- ହଲିଥାଏ କିନ୍ତୁ ଗଛ ନୁହେଁ, ଚାଲିଥାଏ କିନ୍ତୁ ଗାଡ଼ି ନୁହେଁ, ଟିକ ଟିକ କରେ କିନ୍ତୁ ଘଣ୍ଟା ନୁହେଁ । ସେଇଟା କଣ ?

ଉତ୍ତର:- ଟାଇପ ମେସିନ

୮:- ସେ କିଏ କାହାର ଚାରିଟି ଗୋଡ ଥାଇ ମଧ୍ୟ ଚାଲି ପାରେ ନାହିଁ ?

ଉତ୍ତର:- ଟେବୁଲ

୯:- ତାହା କଣ ଯାହାକୁ କଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?

ଉତ୍ତର:- ଜନ୍ମଦିନ କେକ

୧୦ :- ମୁଁ ତୁମ ବାପାଙ୍କ ମାମୁଁ, ମୁଁ ତୁମ ମାଙ୍କ ମାମୁଁ, ମୁଁ ତୁମର ମାମୁଁ, ମୁଁ ତୁମ ମାମୁଁଙ୍କ ମଧ୍ୟ ମାମୁଁ, ମୁଁ କିଏ ?

ଉତ୍ତର:- ଜନ୍ହମାମୁଁ

୧୧:- ମୁଁ ଆଲୋକ ଦ୍ୱାରା ବଞ୍ଚିଥାଏ, ଆଲୋକ ଦ୍ୱାରା ହିଁ ମରିଥାଏ । ମୁଁ କିଏ ?

ଉତ୍ତର:- ଛାଇ

୧୨:- ବଣରୁ ଆସିଲା କୁତି, ଖାଇବାରେ ଦେଲା ମୂତି । ଏହାର ଉତ୍ତର କଣ ?

ଉତ୍ତର:- ଲେମ୍ବୁ

୧୩:- ତାହା କେଉଁ ଗାଡ଼ି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଓ ପଛରୁ ମଣିଷ ଗଢ଼ିଲା ?

ଉତ୍ତର:- ବଳଦ ଗାଡି

୧୪:- ମୋ ପାଖକୁ ଛୋଟ ବଡ ସବୁ ଆସିଥାଏ ଛୋଟ ସିନା ଖସି ଯାଏ କିନ୍ତୁ ବଡ଼ ଫସିଯାଏ ।

ଉତ୍ତର:- ଚାଲୁଣି

୧୫:- ଖାଇବାକୁ ସକ ସକ ଖାଇଦେଲେ ଲାଗେ ଭୋକ । ଏହାର ଉତ୍ତର କଣ ?

ଉତ୍ତର:- ହଜମୋଲା

ତେବେ ବନ୍ଧୁଗଣ ଏହାର ଉତ୍ତର କମେଣ୍ଟ ରେ ଲେଖନ୍ତୁ ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *