କଞ୍ଚା ଥିଲା ତେବେ ଗୋଟିଏ ନାଁ, ଶୁଖିଲା ପରେ ଆଉ ଗୋଟିଏ ନାଁ, ତାହା କଣ ? ଏହା ସହିତ ଆହୁରି ୧୯ଟି GK Question & Answers

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓ କୌତୁହଳ ପ୍ରଶ୍ନ ନେଇ ଆସିଛୁ । ଯାହାର କି ଉତ୍ତର ଆପଣଙ୍କୁ ପ୍ରାୟତଃ ଜଣା ନ ଥିବ । ଏହି ପ୍ରଶ୍ନ ଶୁଣିବାକୁ ଅଳ୍ପ ଅଜବ ଲାଗିବ । କିନ୍ତୁ ଏହାର ଉତ୍ତର ଜାଣିବା ପରେ ଆପଣ ଆଶ୍ଚରୀ ହୋଇଯିବେ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଆଖପାଖରେ ଅଛି ଓ ଆପଣ ଜଣାଇଛନ୍ତି ତଥାପି ଆପଣ କହି ପାରିବେ ନାହିଁ । ତେବେ ଚାଳନ୍ତୁ ଜାଣିବା ।

ପ୍ରଶ୍ନ – ଘର ଗୋଟିଏ ବାର ବଖରା, ତିନି ସିପାହୀ ଦିଅନ୍ତି ପହରା, ତାହା କଣ ଅଟେ ?

ଉତ୍ତର – ଘଣ୍ଟା

ପ୍ରଶ୍ନ – ପିଲାମାନଙ୍କର କେଉଁ ଖେଳଣାକୁ ଦୁନିଆର କୌଣସି ଧନୀ ଲୋକ ବି କିଣି ପାରିବେ ନାହିଁ ?

ଉତ୍ତର – ଜହ୍ନ ମାମୁଁ

ପ୍ରଶ୍ନ – କେଉଁ ସ୍ଥାନକୁ ୧୦୦ ଲୋକ ଯାଆନ୍ତି, କିନ୍ତୁ ଫେରନ୍ତି ୯୯ ?

ଉତ୍ତର – ମଶାଣି

ପ୍ରଶ୍ନ – କେଉଁ ସ୍ଥାନକୁ ୧୦୦ ଲୋକ ଯାଆନ୍ତି, ଫେରନ୍ତି ୧୦୧ ?

ଉତ୍ତର – ବାହାଘର

ପ୍ରଶ୍ନ – ଜଣେ କୁଆଁରୀ ଝିଅ ତଳେ ଛିଡା ହୋଇଛି, ତାକୁ ଇଂରାଜୀରେ କେମିତି କହିବେ ?

ଉତ୍ତର – Miss Under Standing

ପ୍ରଶ୍ନ – କିଛି ଲୋକମାନେ ଗୋଟିଏ କୁକୁରକୁ ଓଲଟା ଝୁଲାଇ ପୂଜା କରୁଥିଲେ, ଏହା କାହିଁକି କରୁଥିଲେ ଆପଣ କହି ପାରିବେ ?

ଉତ୍ତର – କାରଣ Dogକୁ ଓଲଟା କରିଲେ God ହୋଇଥାଏ

ପ୍ରଶ୍ନ – କେଉଁ ଜିନିଷକୁ ଗରିବ ଲୋକମାନେ ବାହାରେ ଫିଙ୍ଗି ଦିଅନ୍ତି, କିନ୍ତୁ ଧନୀମାନେ ନିଜ ପକେଟରେ ରଖି ଦିଅନ୍ତି ?

ଉତ୍ତର – ଶିଙ୍ଘାଣି

ପ୍ରଶ୍ନ – ଗୋଟିଏ ରୁମାଲର ଚାରିଟି କୋଣ, ଗୋଟିଏ କୋଣ କାଟି ଦେଲେ, ରହିବ କେତେ କୋଣ ?

ଉତ୍ତର – ୫ ଟି କୋଣ

ପ୍ରଶ୍ନ – ତାହା କେଉଁ ଗାଡି ଯାହାକୁ ଆଗରୁ ଭଗବାନ ଗଢିଛନ୍ତି ଓ ପଛରୁ ମଣିଷ ?

ଉତ୍ତର – ବଳଦ ଗାଡି

ପ୍ରଶ୍ନ – ଇଂରାଜୀର ଭାଷାର କେଉଁ ଅକ୍ଷରରେ ବହୁତ ପାଣି ଅଛି ?

ଉତ୍ତର – C (sea – ସମୁଦ୍ର)

ପ୍ରଶ୍ନ – ଯାହା ରିଏଲ ନୁହେଁ, ତାକୁ କଣ କୁହାଯାଏ ?

ଉତ୍ତର – ନା ରିୟଲ (ନଡିଆ)

ପ୍ରଶ୍ନ – ଲୋକମାନେ କାହିଁକି ସୁନାର ପାଉଁଜି ତିଆରି କରନ୍ତି ନାହିଁ ?

ଉତ୍ତର – ଏଥିରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ

ପ୍ରଶ୍ନ – କେଉଁ ଡର ଆପଣଙ୍କୁ ସୁନ୍ଦର ଦେଖା ଯିବାରେ ସାହାର୍ଯ୍ୟ କରିଥାଏ ?

ଉତ୍ତର – ପାଉଡର

ପ୍ରଶ୍ନ – ଗୋଲାପକୁ ଚଦ୍ରପୃଷ୍ଠକୁ ପଠେଇବାକୁ ହେଲେ କଣ କହିବେ ଆପଣ ?

ଉତ୍ତର – ଗୋଲାପ ଜା ମୁନ (ଗୋଲାପଜାମୁନ)

ପ୍ରଶ୍ନ – ୧୨.୯୯କୁ ହିନ୍ଦୀରେ ଗାଇଲେ କେମିତି ଗାଇବେ ?

ଉତ୍ତର – ତେରା ହୋନେ ଲଗା ହୁଁ

ପ୍ରଶ୍ନ – ଶରୀରର କେଉଁ ଅଂସରେ ପାଣି ପଡିଲେ, ତାହା ଓଦା ହୁଏ ନାହିଁ ?

ଉତ୍ତର – ଦେହର ଛାଇ

ପ୍ରଶ୍ନ – ମୁଣ୍ଡ ଉପରେ ପଥର ଓ ତାର ପେଟ ଭିତରେ ଆଙ୍ଗୁଳି ଦେଲେ, ସମସ୍ତେ ଖୁସି ହୁଅନ୍ତି ?

ଉତ୍ତର – ମୁଦି

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି, ଯାହାକୁ ଯିଏ କିଣିବ ସେ ବ୍ୟବହାର କରି ପାରିବ ନାହିଁ, ଯିଏ ବ୍ୟବହାର କରିବ ସେ କିଣି ପାରିବ ନାହିଁ, ତାହା କଣ ?

ଉତ୍ତର – କୋକେଇ

ପ୍ରଶ୍ନ – କଞ୍ଚା ଥିଲା ତେବେ ଗୋଟିଏ ନାଁ, ଶୁଖିଲା ପରେ ଆଉ ଗୋଟିଏ ନାଁ, ତାହା କଣ ?

ଉତ୍ତର – ପଇଡ ଓ ନଡିଆ

ଆମ ସହ ଆଗକୁ ରହିବାକୁ  ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *