ହାଇ BP ର ସମ୍ପୂର୍ଣ ଚିକିତ୍ସା, କରନ୍ତୁ ଏହି ରାମବାଣ ଉପଚାର ( Healthy Tips )

୪୦ ବର୍ଷର ଉର୍ଦ୍ଧ ଲୋକମାନେ ପ୍ରାୟତଃ ଉଚ୍ଚ ରକ୍ତଚାପ ରୋଗର ଶିକାର ହୋଇଥାନ୍ତି । ଆପଣ ବେଳେ ବେଳେ ନିଜର ଚେକଅପ କରାଇ ନିଅନ୍ତୁ । ଅନ୍ୟ ପଟେ ଯଦି ଆପଣଙ୍କ ନିଦ ହେଉ ନାହିଁ, ମୁଣ୍ଡ ବୁଲଉଛି ଓ ଛାତିରେ ଯନ୍ତ୍ରଣା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ସବୁ ଏହି ରୋଗର ଲକ୍ଷଣ ଅଟେ । କହିବାକୁ ଗଲେ ଆଜିକାଲିର ଖାଦ୍ୟପେୟ ଯୋଗୁ ବି ଲୋକମାନେ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି ।

ଆପଣ ଅଧିକ ମଦ୍ୟପାନ ଓ ଅଧିକ ରାତିରେ ଖାଇବା ଇତ୍ୟାଦି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଯଦି ଆପଣ ଅତ୍ୟଧିକ ମଦ୍ୟପାନ କରୁଛନ୍ତି, ଅଧିକ ରାତିରେ ଖାଇବା, ଅଧିକ ନନଭେଜ ଖାଉଛନ୍ତି, ଖାଇବାର ସଠିକ ସମୟ ନ ଥିବ, ଶୋଇବାର ବି କିଛି ସଠିକ ସମୟ ନ ଥିବ ଓ ସବୁବେଳେ ଟେନସନରେ ରହୁଛନ୍ତି ।

ତେବେ ଏହି ସବୁ କାରଣରୁ ହିଁ ଆପଣଙ୍କୁ ଉଚ୍ଚ ରକ୍ତଚାପ ହୋଇପାରେ । ଆପଣ ନିଜର ସମସ୍ତ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । କିନ୍ତୁ ଯଦି ଆପଣ ବହୁ ଦିନ ହେବ ଉଚ୍ଚ ରକ୍ତଚାପର ପୀଡିତ ଅଛନ୍ତି ଓ ଆପଣ ଔଷଧ ସେବନ କରୁଛନ୍ତି ତେବେ ଆମେ ଆପଣଙ୍କୁ ପାଇଁ କିଛି ସରଳ ଉପାୟ ନେଇ ଆସିଛୁ । ଯାହା ଦ୍ଵାରା ଆପଣଙ୍କୁ ଉଚ୍ଚ ରକ୍ତଚାପରୁ ଆରାମ ମିଳିବ । ଆପଣ ଯୋଗ ଓ ବ୍ୟାୟମ ସହିତ ଦିନକୁ ୭ ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।

ଏହିଭଳି କରିବା ଦ୍ଵାରା ୧ ରୁ ୨ ମାସ ମଧ୍ୟରେ ଆପଣଙ୍କ ଉଚ୍ଚ ରକ୍ତଚାପ ନର୍ମାଲ ହୋଇଯିବ ଓ ଆପଣଙ୍କ ମେଡ଼ିସିନ ବନ୍ଦ ହୋଇଯିବ । ଆପଣ ନନଭେଜ ଠାରୁ ଦୂରେଇ ରୁହନ୍ତୁ । ସବୁଜ ପନିପରିବା ସେବନ କରନ୍ତୁ । ସଠିକ ସମୟରେ ଖାଦ୍ୟ ସେବନ କରନ୍ତୁ । ଆପଣ ଲାଉର ଜୁସ ସେବନ କରନ୍ତୁ । ସକାଳେ ଖାଲି ପେଟରେ ୨୫୦ ଏମଏଲ ଜୁସ ଓ ରାତିରେ ଖାଇବାର ୨ ଘଣ୍ଟା ପରେ ସେବନ କରନ୍ତୁ । ଏହାକୁ ଆପଣ ୨ ରୁ ୩ ମାସ କରନ୍ତୁ ।

ଯଦି ଆପଣ ଏକ ସନ୍ତୁଳିତ ଜୀବନଶୈଳୀ ମଧ୍ୟରେ ରହିବେ ତେବେ ଆପଣଙ୍କ ଉଚ୍ଚ ରକ୍ତଚାପ ଭଲ ହୋଇଯିବ । ଯଦି ଆପଣଙ୍କ ରକ୍ତ ଚାପ ୧୨୦/୮୦ ରହୁଛି ତେବେ ଏହା ସୁସ୍ଥ ବ୍ୟକ୍ତିର ରକ୍ତ ଚାପ ଅଟେ । କିନ୍ତୁ ଯଦି ରକ୍ତ ଚାପ ୧୪୦/୯୦ ତେବେ ଆପଣ ସତର୍କ ହୋଇ ଯାଆନ୍ତୁ । ଯଦି ଆପଣ ଏହାକୁ ଅବହେଳା କରିବେ ତେବେ ଏହା ଆପଣଙ୍କ ଜୀବନ ବି ନେଇପାରେ ।

ଯଦି ଆପଣଙ୍କୁ ଉପରୋକ୍ତରେ କୌଣସି ବି ଲକ୍ଷଣ ନଜର ଆସୁଛି ତେବେ ସତର୍କ ହେବା ସହିତ ଡାକ୍ତରଙ୍କ ଚେକଅପ କରନ୍ତୁ । ଯଦି ରକ୍ତ ଚାପ ବଢିଯାଏ ତେବେ ଲୋକମାନେ ମୁଣ୍ଡ ବୁଲେଇ ପଡି ଯାଆନ୍ତି ଓ ତେବେ ଏହି ସ୍ଥିତିରେ ଆପଣଙ୍କର ବ୍ରେନ ହାମରେଜ ହୋଇପାରେ । ସେଥିପାଇଁ ସବୁବେଳ ସତର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *