ରକ୍ଷା କବଚ ସାଜିଲା ତିରଙ୍ଗା, ପାକିସ୍ତାନୀ ବି କହିଲେ ” ଭାରତ ମାତା କି ଜୟ ” ପୁରା ଘଟଣା ବିଷୟରେ ଜାଣିଲେ ଆପଣ ବି କହିବେ Mera Bharat Mahan…

ବନ୍ଧୁଗଣ ପାକିସ୍ଥାନ ହାତରେ ତିରଙ୍ଗା ଆଊ ମୁହଁରେ ଭାରତ ମାତା କି ଜୟ । ତିରଙ୍ଗା ସାଜିଲା ରକ୍ଷା କବଚ । ପାକିସ୍ଥାନ ଲୋକ କହିଲେ ତିରଙ୍ଗା ତାଙ୍କୁ ରକ୍ଷା କରିବ ବୋଲି ତାଙ୍କର ଆଶା ଓ ବିଶ୍ବାସ ଅଛି । ତେବେ ୟୁକ୍ରେନ ରୁ ନଜର ଆସିଛି କିଛି ଏପରି ଦୃଶ୍ୟ ଯାହା ଜାଣିବା ପରେ ଭାରତୀୟ ବୋଲି ଗର୍ବ ଅନୁଭବ କରାଇବ । କାରଣ ଭାରତର ତିରଙ୍ଗା ଧରି କେବଳ ଭାରତୀୟ ବର୍ଡର ପାର କରୁନାହାନ୍ତି ବରଂ ଅନେକ ପାକିସ୍ଥାନୀ ମଧ୍ୟ ହାତରେ ତିରଙ୍ଗା ଧରି ୟୁକ୍ରେନ ବର୍ଡର ପାର କରିଛନ୍ତି ।

ମାର୍ଚ୍ଚ ୫ ତାରିଖ ଏପରି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଭାରତର ଶତ୍ରୁ ଦେଶ ହେଲେ ମଧ୍ୟ ପାକିସ୍ଥାନି ମାନେ ନିଜର ଜୀବନ ରକ୍ଷା କରିବା ପାଇଁ ଭାରତ ତିରଙ୍ଗା ର ବ୍ୟବହାର କରିଛନ୍ତି । ୟୁକ୍ରେନ ରୁ ଆସିଥିବା ଜଣେ ଓଡ଼ିଆ ଛାତ୍ର କହିଛନ୍ତି କି ତାଙ୍କୁ ଭାରତ ସରକାର ଙ୍କ ଠାରୁ ଏହା ନିର୍ଦ୍ଦେଶ ଦିଆଯାଇଥିଲା କି ଯେଉଁମାନେ ଭାରତୀୟ ସେମାନେ ଭାରତ ତିରଙ୍ଗା ଧରିଲେ ତାଙ୍କୁ କୌଣସି କ୍ଷତି ପହଞ୍ଚିବ ନାହିଁ ।

ତେଣୁ ଭାରତୀୟ ମାନେ ବଜାରରେ ରଙ୍ଗ ଆଣି ତିରଙ୍ଗା ପ୍ରସ୍ତୁତ କରିଥିଲେ । ଏବଂ ସବୁବେଳେ ଭାରତ ତିରଙ୍ଗା ଧରି ରହୁଥିଲେ । ଅନ୍ୟପଟେ ପାକିସ୍ଥାନ ସରକାର ସେଠାରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନିଜ ରିଷ୍କ ରେ ବର୍ଡର ପାର କରିବାକୁ କହିଥିଲେ । କିନ୍ତୁ ପାକିସ୍ଥାନୀ ଛାତ୍ର ଛାତ୍ରୀ ନିଜ ସରକାର ଙ୍କ ଉପରୁ ଭରସା ଉଠାଇଦେଇଥିଲେ ଏବଂ ସେମାନେ ନିଜସ୍ଵ ବୁଦ୍ଧିରେ ଆପଣାଇ ଥିଲେ ଭାରତର ତିରଙ୍ଗା ।

ଏବଂ ଭାରତ ତିରଙ୍ଗା ଧରି ବର୍ଡର ପାର କରିଥିଲେ । ଏମିତିକି ସେମାନେ ବର୍ଡର ପାର କରୁଥିବା ସମୟରେ ଭାରତ ମାତା କି ଜୟ ମଧ୍ୟ କହିଥିଲେ । ଏବଂ ସୁରକ୍ଷିତ ଭାବେ ବର୍ଡର ପାର କରିଥିଲେ । ପାକିସ୍ଥାନ ଭାରତର ଶତ୍ରୁ ହୋଇପାରେ ସତ କିନ୍ତୁ ମାନବିକତା ହିଁ ଭାରତର ପ୍ରକୃତ ଧର୍ମ ବୋଲି ଏହା ପୁଣି ଥରେ ଭାରତ ପ୍ରମାଣ କରିଛି । ତେବେ ବନ୍ଧୁଗଣ କମେଣ୍ଟ ରେ ଜୟ ହିନ୍ଦ୍ ଲେଖିବାକୁ ଅନୁରୋଧ ଏବଂ ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *