ବନ୍ଧୁଗଣ ଖୁସି ରହିବାକୁ କିଏ ବା ନ ଚାହିଁଥାଏ, ହେଲେ ସଂସାର ରେ ମାତ୍ର କିଛି ଲୋକ ହିଁ ବୋଧ ହୁଏ ଖୁସି ରେ ଜୀବନ କାଟୁଥିବେ । ଏହାର ମୁଖ୍ୟ କାରଣ ବର୍ତ୍ତମାନ ସମୟରେ ଲୋକ ମାନଙ୍କ ଜୀବନ ରେ ନକରାତ୍ମକ ଉର୍ଜା ସମସ୍ତ ଙ୍କୁ ଘେରି ରଖିଛି । ଏପରି ରେ ଜୀବନ ସମସ୍ୟା ଓ ଜଟିଳତା ପୂର୍ଣ୍ଣ ବୋଲି ବିଶ୍ୱାସ ହୁଏ । କେତେବେଳେ କାର୍ଯ୍ୟକ୍ଷେତ୍ର ର ଚିନ୍ତା ତ ପୁଣି କେତେବେଳେ ଘର ପରିବାର ର ଚିନ୍ତା । ଏପରି ରେ ଅଧିକ ରୁ ଅଧିକ ପରିଶ୍ରମ କରି ମଧ୍ୟ ଆଶାନୁସାରେ ଫଳ ପ୍ରାପ୍ତ ମଧ୍ୟ ହୋଇ ନଥାଏ ।
ସମୟ ବାହର କରି କିଛି ଭଲ କାମ କରିବାକୁ ଚାହୁଁଥିଲେ ମଧ୍ୟ ସମସ୍ୟା ଆପଣ ଙ୍କର ପିଛା ଛାଡି ନଥାଏ । କିନ୍ତୁ ବନ୍ଧୁଗଣ ଆପଣ ମାନେ ଏହି ଭଳି ସମସ୍ତ ସମସ୍ୟା ରୁ ମୁକ୍ତ ହୋଇ ପାରିବେ । ଏହା ପାଇଁ ଆପଣ ଙ୍କୁ କୌଣସି ବିଶେଷ ପୂଜର୍ଚ୍ଚନା ତଥା ଯଜ୍ଞ ହୋମ ଆଦି ମଧ୍ୟ କରିବା ଆବଶ୍ୟକ ନୁହେଁ ।
ଆପଣ ଙ୍କୁ କେବଳ ସକାଳେ ନିଦ ରୁ ଉଠି ଏହି ମନ୍ତ୍ର କୁ ମାତ୍ର 3 ଥର ଶ୍ରଦ୍ଧା ଓ ବିଶ୍ୱାସ ର ସହ ଜପ କରିବାର ଅଛି । ଏକଦା ମାତା ପାର୍ବତୀ ଦେବ ଦେବ ମହାଦେବ ଙ୍କୁ ପଚାରିଥିଲେ କି ଯଦି କେହି ମଣିଷ ପୂଜା ପାଠ ଜପ ତପ ଆଦି କରିବାରେ ଅସମର୍ଥ ଥାଏ ତେବେ ସେ ମଣିଷ ଆପଣଙ୍କୁ କିପରି ପ୍ରସନ୍ନ କରି ପାରିବ ।
ଏପରି ପଚାରି ଥିବାରୁ ମହାଦେବ ଏହି ଛୋଟ ମନ୍ତ୍ର ଟିକୁ ଜାଗ୍ରତ କରି ଏହାର ମହିମା ବର୍ଣ୍ଣନା କରିଥିଲେ । ଯେ କେହି ପ୍ରାତଃ ସମୟରେ ନିଦ୍ରା ତ୍ୟାଗ କରି ତତକ୍ଷଣାତ୍ ଭକ୍ତି ର ସହ ଏହି ମନ୍ତ୍ର ଟିର ଉଚ୍ଚାରଣ କରିଥାଏ ।
ସେହି ବ୍ୟକ୍ତି ର ଜୀବନ ରେ ଥିବା ସମସ୍ତ ଦୁଃଖ ସୁଖ ରେ ପରିଣତ ହୋଇ ଯାଇଥାଏ । ତାହା ବ୍ୟତିତ ସେ ବ୍ୟକ୍ତିର ଜୀବନ ସବୁ ପ୍ରକାରର ସଫଳତା ରେ ପରିପୂର୍ଣ୍ଣ ହୋଇଯାଏ । ତେବେ ସେହି ମନ୍ତ୍ର ଟି ହେଲା, “ ଓଁ ଜୁଂ ଶଃ “।
ଏହି ମନ୍ତ୍ର ଟିକୁ ବିଦ୍ୟାର୍ଥୀ ଠାରୁ ଆରମ୍ଭ କରି ବ୍ୟାପରି ତଥା ଘର ର ଗୃହିଣୀ ମାନେ ମଧ୍ୟ ଉଚ୍ଚାରଣ କରି ପାରିବେ । ଯେ କେହି ମଧ୍ୟ ପ୍ରାତଃ ସମୟରେ ଉଠି ଏହି ଚମତ୍କାରୀ ଶଦ୍ଦ ର ଉଚ୍ଚାରଣ କରିଥାଏ ସେ ବ୍ୟକ୍ତି ର ମାନସିକ ଶାନ୍ତି ବୃଦ୍ଧି ହେବାରେ ଲାଗେ । ଏହାସହ ବ୍ୟକ୍ତି ର ସମ୍ପୂର୍ଣ୍ଣ ଜୀବନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ ।
ସେ ବ୍ୟକ୍ତି ଯାହା କାମନା କରେ ସେ ସବୁ କିଛି ପ୍ରାପ୍ତ କରିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ