ବନ୍ଧୁଗଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ଆମର ଶରୀର ପ୍ରତେକ କର୍ତ୍ତବ୍ୟ କୁ ପାଳନ କରିବାର ସାଧନ ହୋଇଥାଏ । ଆମର ଶରୀର ସୁସ୍ଥ ରହିଥିଲେ ଆମେ ସବୁ ନିୟମ ଏବଂ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିପାରିବା । ଏଥିପାଇଁ ଶାସ୍ତ୍ରରେ ସକାଳୁ ଶୀଘ୍ର ଉଠିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ଆମେ ଏପରି କିଛି କାର୍ଯ୍ୟ ବିଷୟରେ କହିବୁ ଯାହା ସକାଳୁ ଉଠିବା ପରେ କରିବା ଦ୍ଵାରା ବ୍ୟକ୍ତି ଧନୀ ହୋଇଥାଏ । ଏବଂ ବ୍ୟକ୍ତିର ଜୀବନରେ ସୁଖର ସମୟ ଆରମ୍ଭ ହେବାକୁ ଲାଗିଥାଏ । ତେବେ ଚାଲନ୍ତୁ ଜାଣିବା ।
ଆମ ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତରେ ଉଠିବା ଶୁଭ ହୋଇଥାଏ ବୋଲି କୁହାଯାଇଛି । କାହିଁକି ନା ଏହି ସମୟରେ ଆମ ଚରିପାର୍ଶ୍ୱରେ ସକାରାତ୍ମକ ଶକ୍ତିରେ ଭରି ହୋଇଥାଏ । ଯାହା ଦ୍ଵାରା ଆମ ମନରେ ମଧ୍ୟ ସକାରାତ୍ମକ ଭାବନା ରହିଥାଏ । ସେହିପରି ଆମକୁ ରାତିରେ ଶୀଘ୍ର ଶୋଇବା ବହୁତ ଜରୁରୀ ହୋଇଥାଏ ।
ସକାଳୁ ବ୍ରହ୍ମ ମୁହୂର୍ତରେ ଉଠି ନିଜର ହାତ ପାପୁଲି କୁ ଦେଖି ଏହି ମନ୍ତ୍ର କୁହନ୍ତୁ ” କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କରମୂଲେ ତୁ ଗୋବିନ୍ଦ, ପ୍ରଭାତେ କରଦର୍ଶନମ ” ଏହି ଶ୍ଳୋକ ଅନୁସାରେ ଆମ ହାତରେ ମାତା ଲକ୍ଷ୍ମୀ, ସରସ୍ଵତୀ ଓ ଏହି ସଂସାରର ସ୍ଵାମୀ ଗୋବିନ୍ଦ ବାସ କରୁଛନ୍ତି । ଏପରି କରିବା ଦ୍ବାରା ବ୍ୟକ୍ତିର ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ଦୁର ହୋଇଥାଏ । ଏବଂ ବ୍ୟକ୍ତି କୁ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ଏହାପରେ ଧରିତ୍ରୀ କୁ କ୍ଷମା ମାଗି ତା ଉପରେ ପାଦ ରଖିବା ଉଚିତ । ଏହାପରେ ନିଜର ନିତ୍ୟକର୍ମ ଶେଷ କରିବା ଉଚିତ ହୋଇଥାଏ । ଏହାପରେ ଏକ ତମ୍ବା କଳସରେ ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ଵାରା ବହୁତ ଶୁଭ ହୋଇଥାଏ । ସୂର୍ଯ୍ୟ ଯାହାକି ସୃଷ୍ଟିର ଦେବତା ଅଟନ୍ତି ଏଥିପାଇଁ ତାଙ୍କର ଆରାଧନା କରିବା ଦ୍ଵାରା ସୃଷ୍ଟିର ସବୁ ଅବୟବ ଥାଏ ଯାହାକି ପୃଥିବୀ, ଆକାଶ, ଜଳ, ବାୟୁ, ଅଗ୍ନି ଏହି ପଞ୍ଚତନ୍ତ୍ର ଦ୍ଵାରା ଗଠନ ହୋଇଥାଏ ।
ଏହି ତତ୍ଵରୁ ଶରୀରକୁ ଊର୍ଜା ମିଳିଥାଏ । ଏହା ପରେ ଇଶ୍ଵରଙ୍କର ଆରଧନା କରି ଘରର ଗୁରୁଜନଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିବା ଉଚିତ । ଏହାଦ୍ବାରା ଦିନଟି ଅତି ଖୁସିରେ ବିତି ଥାଏ । ଯଦି ପାରୁଛନ୍ତି ଘରକୁ ଆସିଥିବା ଗରିବ ବ୍ୟକ୍ତିଙ୍କୁ କିଛି ଦାନ କରନ୍ତୁ ଏହାଦ୍ବାରା ଆପଣଙ୍କୁ ଶୁଭ ଆଶୀର୍ବାଦ ମିଳିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।