Vastu Tips- ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 5ଟି କାମ, ଧୀରେ ଧୀରେ ଆପଣ ହେଇଯିବେ ଭିକାରୀ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଶନିବାର ଦିନ କେଉଁ ସବୁ କାର୍ଯ୍ୟ କରିଲେ ଆପଣ ଧୀରେ ଧୀରେ ଦାରିଦ୍ର୍ୟ ଆଡକୁ ଅଗ୍ରସର ହେବେ। ଶନିବାର କୁ ଆମ୍ଭେ ମାନେ ଶନିଦେବ ଙ୍କ ବାର ବୋଲି କହିଥାଉ । ଶନିଦେବ ହେଉଛନ୍ତି ନ୍ୟାୟର ପ୍ରତୀକ । ଶନିବାର ରେ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ଆଜି ଆମ୍ଭେ ଏହି ସମ୍ବନ୍ଧରେ ଆଲୋଚନା କରିବା । ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ବର୍ଜିତ ଅଟେ । ଏହି ଜିନିଷ ଗୁଡିକ ଯଦି ଆମ୍ଭେ ଘରକୁ ଆଣିଥାଉ ତେବେ ରୋଗ ବୈରାଗ୍ୟ ସହିତ ଦରିଦ୍ର ମଧ୍ୟ ଆମ୍ଭ ଘରକୁ ଆସିଥାଏ ।

୧:- ଲୁହା ଜିନିଷ ହେଉ ଅଥବା ଲୁହା ହେଉ ଘରକୁ ଶନିବାର ଦିନ ଏହା ଆଣିବା ଉଚିତ ନୁହେଁ । କାରଣ ଶନିବାର ଦିନ ଯଦି ଆପଣ ଲୁହା ଜିନିଷ ଘରକୁ ଆଣିବେ ତେବେ ଶନିଦେବ ଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିବ । ମାତ୍ର ଶନିବାର ଦିନ ଯଦି ଆପଣ ଲୁହାର ଜିନିଷ ଦାନ କରନ୍ତି ତେବେ ଶନିଦେବ ବହୁତ ପ୍ରସନ୍ନ ହୋଇଥାନ୍ତି । ଶନିଦଶା ରୁ ଆପଣ ମୁକ୍ତି ପାଇ ପାରନ୍ତି ।

୨:- ଚମଡା ରେ ତିଆରି ଜିନିଷ ଆପଣ ଶନିବାର ଦିନ କେବେ ମଧ୍ୟ କିଣନ୍ତୁ ନାହିଁ । ତାହା ଆପଣଙ୍କ ବେଲ୍ଟ ହେଉ ଜୋତା ହେଉ ଅଥବା ପର୍ସ ହେଉ । ଚମଡା ରେ ତିଆରି ଜିନିଷ ଆପଣ ଶନିବାର ଦିନ କେବେ ମଧ୍ୟ ଘରକୁ ଆଣନ୍ତୁ ନାହିଁ । ଶନିବାର ଦିନ ଯଦି ଏହିସବୁ ଜିନିଷ ଆପଣ ନିଜ ଘରକୁ ଆଣିଥାନ୍ତି ତେବେ ଆପଣଙ୍କ ଘରକୁ ଦରିଦ୍ରତା ଆସିଥାଏ ।

୩:- ଆପଣ କେବେ ମଧ୍ୟ ଘରକୁ ଶନିବାର ଦିନ କୋଇଲା ଆଣନ୍ତୁ ନାହିଁ । କୋଇଲା ରସ ରଙ୍ଗ କଳା ଶନି ଙ୍କ ରଙ୍ଗ ମଧ୍ୟ କଳା, ଏଣୁ କୋଇଲା ଆଣିବା ର ଅର୍ଥ ଶନିଙ୍କୁ ଘରକୁ ଆଣିବା । ଏହା ଅଗ୍ନି ର ପ୍ରତୀକ ହୋଇଥାଏ । ଏଣୁ ଆପଣ ଯଦି ଏହାକୁ ଶନିବାର ଦିନ ଘରକୁ ଆଣନ୍ତି ତେବେ ବହୁତ ଦୁଖ ମାଡି ଆସିଥାଏ ।

୪:- ଆପଣ ଶନିବାର ଦିନ କୌଣସି ତେଲ ଘରକୁ କିଣି ଆଣନ୍ତୁ ନାହିଁ । ଯଦି ଆପଣ ତେଲ ଆଣିଥାନ୍ତି ତେବେ ଏହା ସହିତ ରୋଗ, କଷ୍ଟ ସହିତ ଦରିଦ୍ରତା ଆପଣଙ୍କ ଘରକୁ ଆସିଥାଏ । ମାତ୍ର ଯଦି ଆପଣଙ୍କ ଶନିଦଶା ରହିଅଛି ଆପଣ ଶନିବାର ଦିନ ଭଗବାନ ଶନି ଙ୍କ ଉପରେ ରାଶି ତେଲ ଲାଗି କରି ପାରିବେ । ଏପରି କରିବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କ ଧାନ ବୃଦ୍ଧି ମଧ୍ୟ ହୋଇଥାଏ ।

୫:- ଶନିବାର ଦିନ ଆପଣ କେବେ ମଧ୍ୟ ଘରକୁ ଝାଡୁ କିଣି ଆଣନ୍ତୁ ନାହିଁ । ଯଦି ଅଜାଣତରେ ଆପଣ କିଣି ଆନୁଛନ୍ତି ତେବେ ଆପଣଙ୍କ ର ବହୁତ କ୍ଷତି ହୋଇଥାଏ । ଏଣୁ ଆପଣ ଏହି ବିଶେଷ କଥା ପ୍ରତି ଧ୍ୟାନ ରଖନ୍ତୁ । ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *