ଏହି ନିୟମରେ କରନ୍ତୁ ସରସ୍ଵତୀ ପୂଜା, ଧନ, ବିଦ୍ୟା ଓ ବୁଦ୍ଧି ପ୍ରାପ୍ତି ପାଇଁ କରନ୍ତୁ ଏହି 5ଟି କାମ

ବନ୍ଧୁଗଣ ଆଗକୁ ଆସୁଛି ମା ସରସ୍ଵତୀ ଙ୍କ ପୂଜା ଅର୍ଥର ବସନ୍ତ ପଞ୍ଚମୀ । ଯାହା ଏହି ଜାନୁଆରୀ ୨୬ ତାରିଖରେ ପଡୁଛି । ଏହି ଦିନକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ତାହା ସହ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହା ସବୁଠାରୁ ଉତ୍ତମ ଦିନ ମଧ୍ୟରୁ ଗୋଟିଏ ଅଟେ ବୋଲି କୁହାଯାଇଛି । ଯଦି ଆପଣ ଏହି ଦିନ ଏମିତି କିଛି କାମ କରିନଉଛନ୍ତି ତାହେଲେ ଆପଣଙ୍କ ଘରେ ଧନର ଅଭାବ ନ ରହିବା ସହିତ ଆପଣଙ୍କ ଘରେ ସବୁବେଳେ ମାତା ଲକ୍ଷ୍ମୀ ଙ୍କ କୃପା ରହିବ ।

ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ । ବନ୍ଧୁଗଣ ବସନ୍ତ ପଞ୍ଚମୀ ଦିନ ସକାଳୁ ସ୍ନାନ ସରିବା ପରେ ଘର ଦୁଆର ମୁହଁରେ ହଳଦିଆ ରଙ୍ଗର ଫୁଲ ମାଲ ଲଗାନ୍ତୁ । ଏହାପରେ ଠାକୁର ଘର ଭଲ ଭାବେ ସଫା କରି ମା ସରସ୍ଵତୀ ଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ।

ଆପଣ ମା ଙ୍କୁ ଶ୍ୱେତ ଚନ୍ଦନ, ଶ୍ୱେତ ବସ୍ତ୍ର ଏବଂ ଫୁଲ ଅର୍ପଣ କରନ୍ତୁ । ଏହା ପରେ ପୂଜାରେ ଚଢ଼ାଇବା ସମସ୍ତ ଜିନିଷ ମା ଙ୍କ ନିକଟରେ ରଖନ୍ତୁ । ଯେପରି କି ବିଦ୍ୟା ବହି, ଖାତା, ପେନ ଇତ୍ୟାଦି । ଏହା ଦ୍ବାରା ଆପଣଙ୍କ ବିଦ୍ୟାକ୍ଷେତ୍ର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଧ୍ୟାନ ଦିଅନ୍ତୁ ପୂଜା ଆରମ୍ଭ କରିବା ସମୟରେ ଘରେ କେହି ମଧ୍ୟ ଶୋଇବା ଉଚିତ ହୋଇନଥାଏ । ଏହା ଦ୍ବାରା ମା ସରସ୍ଵତୀ ଙ୍କ କୋପ ଦୃଷ୍ଟି ପଡ଼ିଥାଏ ।

ଏହି ଶୁଭ ଦିନରେ ଆପଣ ମାନେ କିଛି ସହଜ ଓ ସରଳ ଉପାୟ କରିଲେ ଭାଗ୍ୟଶାଳୀ ହୋଇ ପାରିବେ । ମା ସରସ୍ଵତୀଙ୍କ କୃପାରୁ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ମା ସରସ୍ଵତୀଙ୍କୁ ପୂଜା କରିବା ସମୟରେ ତାଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ବିଦ୍ୟା ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ । ତେନ୍ତୁଳୀର ୨୨ଟି ପାତ୍ର ହଳଦିଆ କପଡାରେ ଗୁଡାଇ ମାଙ୍କୁ ଅର୍ପଣ କରନ୍ତୁ ।

ଏପରି କରିବା ଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଶେଷ ହେବ । ଏହି ପବିତ୍ର ସରସ୍ଵତୀ ପୂଜା ଦିନ ହଳଦିଆ ବସ୍ତ୍ର ଧାରଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ବାରା ଆପଣଙ୍କ ଘରେ ଧନ ଧାନ୍ୟା ରେ ପରିପୂର୍ଣ ହୋଇଯାଇଥାଏ । ଏପରି କରିବା ଦ୍ବାରା ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବା ସହ ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *