ସୋମବାରରେ ମନୋକାମନା ପୂର୍ଣ୍ଣ ହେବା ପାଇଁ ଶିବଲିଙ୍ଗରେ ଚଢାନ୍ତୁ ଏହି ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ । ଆମ ଶାସ୍ତ୍ରରେ ସୋମବାର ଦିନକୁ ଭଗବାନ ଭୋଳାନାଥକୁ ସମର୍ପଣ କରାଯାଇଥାଏ । ଯେଉଁମାନଙ୍କ ଘର ଉପରେ ଭଗବାନ ଶିବଙ୍କର ଦୟା ରହିଥାଏ ସେମାନଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯାଇଥାଏ । ଅନେକ ଲୋକମାନେ ଶିବଙ୍କ ଦୟା ପ୍ରାପ୍ତ କରିବା ଉଦେଶ୍ୟରେ ସୋମବାର ଦିନ ବ୍ରତ ରଖିଥାନ୍ତି ଏବଂ ମାନା ଯାଏ ସୋମବାର ଦିନ ଭଗବାନ ଶିବଙ୍କ ନିମନ୍ତେ ଯିଏ ବ୍ରତ ରଖେ ତାହାର ମନଇଛା କାମନା ପୂରଣ ହୋଇଥାଏ ।

ଯଦି କୋଣସି ବ୍ୟକ୍ତି ବହୁତ ଦିନରୁ ଭୟଙ୍କର ରୋଗରେ ଆକ୍ରାନ୍ତି ହୋଇଛି । ତେବେ ସେ ବ୍ୟକ୍ତି ନିୟମିତ ଭାବରେ ଶିବଙ୍କୁ ଜଳ ଅର୍ପଣ କରେ ତେବେ ସେ ଶିବଙ୍କ ଦୟା ଲାଭ କରିଥାଏ ଓ ତାହାର ରୋଗ ସବୁଦିନ ପାଇଁ ଦୂର ହୋଇଯାଏ । ଭଗବାନ ବୋଳାନାଥଙ୍କ ବିଷୟରେ କୁହାଯାଏ କି କୋଣସି ବ୍ୟକ୍ତି ଶିବଙ୍କୁ ଅଳ୍ପ ପୂଜାପାଠ କରିଥାଏ । ତେବେ ଭଗବାନ ତାଙ୍କ ପୂଜାରୁ ପ୍ରସନ୍ନ ହୋଇଯାଇଥାନ୍ତି ଏବଂ ତାଙ୍କୁ ଆର୍ଶୀବାଦ କରିଥାନ୍ତି ।

ଆପଣମାନେ ସମସ୍ତେ  ଜାଣିଥିବେ କି ଯେଉଁମାନଙ୍କ ଉପରେ ଭଗବାନଙ୍କ ଆର୍ଶୀବାଦ ଥାଏ ଦୁଃଖକଷ୍ଟ ଆଦି ତାଙ୍କ ଘରର ବାଟ ବୁଲିଯାଇଥାନ୍ତି । ମାତ୍ର କିଛି ଲୋକମାନେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ଭୁଲ କରନ୍ତି କି ଯାହା ଦ୍ଵାରା ବୋଳାନାଥଙ୍କ କ୍ରୋଧ ତାଙ୍କ ଉପରକୁ ଆସିଥାଏ । ତେବେ ଆପଣମାନେ କରିଥିବା ଭୁଲ ସମ୍ବନ୍ଧରେ ଆପଣମାନଙ୍କୁ କହିବୁ ଯାହା ଫଳରେ ଆପଣ ତାହାକୁ କରିବେ ନାହିଁ ।

ଭଗବାନ ଶିବଙ୍କୁ ଛିଡା ହେଇ କେବେବି ଜଳ ଅର୍ପଣ କରିବେ ନାହିଁ । ଶିବଙ୍କୁ ତମ୍ବା ଲୋଟା ରେ ଜଳ ଅର୍ପଣ କରିବାର ନିୟମ ରହିଥାଏ । ମାତ୍ର କିଛି ଲୋକମାନେ ପ୍ଲାଷ୍ଟିକ ପାତ୍ରରେ ଜଳ ଅର୍ପଣ କରନ୍ତି ଯାହା ଭୁଲ ହୋଇଥାଏ । ଭଗବାନ ଶିବଙ୍କୁ କ୍ଷୀରରେ ଅଭିଷେକ କରିବା ସମୟରେ ଉତ୍ତର ଦିଗକୁ ମୁଖ କରି କରିବା ଉଚିତ୍ । ଏବେ ଆସନ୍ତୁ ଜାଣିବା ସେହି ଗୁପ୍ତ ଜିନିଷ ସମ୍ବନ୍ଧରେ ଯାହାକୁ କରିବା ହେତୁ ଆପଣଙ୍କ ଧନ ଜନିତ ସମସ୍ୟା ଦୂର ହୋଇଯିବ ।

ପ୍ରଥମେ ଆପଣ କୋଣସି ଶିବାଲୟକୁ ଯାଆନ୍ତୁ ଏବଂ ଶିବଲୀଙ୍ଗ କୁ ଜଳ ଅର୍ପଣ କରି ତା ପରେ ଆଖୁ ରସ ଅର୍ପଣ କରିବେ ଓ ଶେଷରେ ଗଙ୍ଗା ଜଳରେ ଶିବଙ୍କୁ ଧୋଇବା ଦ୍ଵାରା ଧନ ଆପଣଙ୍କ ଘରକୁ ମାଡି ଆସିଥାଏ ।  ଆପଣଙ୍କୁ ପାଞ୍ଚଟି ସୋମବାର ଏହି ଉପାୟକୁ କରିବାକୁ ହେବ । ଆପଣ ଶିବଙ୍କୁ ଅର୍ପଣ କରିବା ଜଳରେ ଦୁଇ ବୁଦା ଗଙ୍ଗା ଜଳ ଓ 5ଟି ରାଶି ମିଶେଇ ସେହି ଜଳକୁ ଅର୍ପଣ କରିବା ଉଚିତ୍ ।

ଯଦି ଆପଣଙ୍କ ଶତ୍ରୁ ଆପଣଙ୍କ ପଛରେ ଗୌଡ଼ାଉ ଛନ୍ତି ତେବେ କ୍ଷୀର ରେ ମହୁ ମିଶେଇ 11 ଟି ସୋମବାର ଏହି ପ୍ରକାରର ଭାବରେ କରିବା ଦ୍ଵାରା ଶତ୍ରୁର ନାଶ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ, ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *