ମୋଟାପଣ, ଦାନ୍ତବିନ୍ଧା, ଚର୍ମ ରୋଗ, ହାତଗୋଡ ବିନ୍ଧା ସହ 100 ପ୍ରକାର ରୋଗକୁ ଠିକ୍ କରେ ଏହି ପତ୍ର ( Healthy Tips )

ବନ୍ଧୁଗଣ ମନୁଷ୍ୟ ଜାତି ପାଇଁ କୌଣସି ବରଦାନ ଠାରୁ କମ ନୁହେଁ ଏହି ବନସ୍ପତି । ଏହି ଗଛ ଆମ ଘରର ଆଖ ପାଖରୁ କେଉଁଠୁ ନା କେଉଁଠୁ ମିଳିଥାଏ । କିନ୍ତୁ ଆମେ ଏହାର ଔଷଧୀୟ ଗୁଣ ବିଷୟରେ ନ ଜାଣି ଏହାକୁ ଫିଙ୍ଗି ଦେଇଥାଉ । ଆଜି ଆମେ ଆପଣଙ୍କୁ ବରକୋଳି ପତ୍ର ର ଫାଇଦା ବିଷୟରେ କହିବାକୁ ଯାଉଛୁ ।

ବରକୋଳି ଠାରୁ ଏହାର ପତ୍ର ର ଫାଇଦା ଅଧିକ ହୋଇଥାଏ । ଏହା ଆପଣଙ୍କ ମୋଟାପଣ କମ କରିଥାଏ । ଯେଉଁ ମାନଙ୍କୁ ବାରମ୍ବାର ପରିଶ୍ରା ଲାଗିଥାଏ ବା ଜ୍ଵଳନ ହେଉଥାଏ ତାହା ଦୂର କରିଥାଏ । ଆଖିରେ ହେଉଥିବା ଆଲୁଅ ସମସ୍ଯା ଦୂର ହୋଇଥାଏ । ଆଜି ଆମେ ଆପଣଙ୍କୁ ବରକୋଳି ପତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣଙ୍କ ଶରୀରରେ କେଉଁ ଜାଗାରେ ଘା ହୋଇଛି ତେବେ ବରକୋଳି ପତ୍ର କୁ ବାଟି ଏହାର ଲେପ ସେଠାରେ ଲଗାନ୍ତୁ । ଦେଖିବେ ଆପଣଙ୍କ ଘା ବହୁତ ଜଲ୍ଦି ଶୁଖିଯିବ । ଯଦି ଆଖି ରେ ଆଲୁଅ ଉଠିଛି ତେବେ ବରକୋଳିପତ୍ର କୁ ବାଟି ଏହାର ରସ ବାହାର କରନ୍ତୁ । ତାପରେ ଏହି ରସ କୁ ନେଇ ଆଖି ର ବାହାର ପଟେ ଲଗାନ୍ତୁ । ଦେଖିବେ ଆଖି ନିଶ୍ଚୟ ଠିକ ହୋଇଯିବ ।

ଯଦି ଆପଣଙ୍କର ପରିସ୍ରାରେ ବହୁତ ଅଧିକ ଜ୍ଵଳନ ହେଉଛି ବା ବାରମ୍ବାର ପରିସ୍ରା ଲାଗୁଛି ତେବେ ଚତ୍ମକାରି ଅଟେ ବରକୋଳି ପତ୍ର । ବରକୋଳି ପତ୍ରର ରସ କୁ ଉଷୁମ ପାଣିରେ ମିଶାଇ ସେବନ କରିଲେ ତେବେ ଏହି ସମସ୍ଯା ଦୂର ହୋଇଯିବ । ଅନେକ ସମୟରେ ହାତ ଗୋଡରେ ଜ୍ଵଳନ ଅନୁଭବ ହୋଇଥାଏ ।

 

ସେମିତି ସ୍ଥିତିରେ ଆପଣ ପତ୍ରର ରସ ବାହାର କରି ହାତ ଗୋଡରେ ମାଲିସ କରନ୍ତୁ । ଯଦି ବାରମୁଳି ସମସ୍ଯା ଅଛି ତେବେ ଏହି ପତ୍ରକୁ ବାଟି ଏହାର ଲେପ ଲଗାନ୍ତୁ । ଯଦି ଆପଣଙ୍କର ଦାନ୍ତ ବିନ୍ଧା ସମସ୍ଯା ଅଛି ତେବେ କିଛି ବରକୋଳି ପତ୍ର ନେଇ ଏହାକୁ ଧୋଇ ଦିଅନ୍ତୁ । ତାପରେ ଏକ ଗ୍ଳାସ ପାଣିରେ ପତ୍ରକୁ 5ରୁ 6 ମିନିଟ ଯାଏଁ ଫୁଟାନ୍ତୁ ।

ତାପରେ ଆପଣ ଏହି ପାଣିରେ କୁଳା ଅରନ୍ତୁ । ଏହା ଦ୍ଵାରା ଦାନ୍ତ ବିନ୍ଧା କମ ହେବା ସହ ମାଢି ନାଲି ହୋଇଥିଲେ କମିଯାଏ । ଅନେକ ସମୟରେ ଗଳା ସଂକ୍ରମଣ ସମସ୍ଯା ହୋଇଥାଏ । ଏହି ପାଣିର କୁଳା କରିଲେ ଏହା ଠିକ ହିଥାଏ । ଏହି ପାଣିରେ ଅଳ୍ପ ଲୁଣ ଓ ଗୋଲମରୀଚ ମିଶାଇ ପାରିବେ । ଯଦି ମୋଟାପଣ ସମସ୍ଯା ଅଛି ତେବେ ବରକୋଳି ପତ୍ରର ବ୍ୟବହାର କରନ୍ତୁ ।

କିଛି ବରକୋଳିପତ୍ର ନେଇ ତାହାକୁ ଛେଚି ଦିଅନ୍ତୁ । ତାପରେ 250 ml ପାଣିରେ ବରକୋଳି ପତ୍ରକୁ ପକାଇ ରାତି ସାରା ଭେଦାଇ ଦିଅନ୍ତୁ । ଯେମିତି ଏହି ପତ୍ରର ପୋଷାକ ତତ୍ତ୍ଵ ପାଣିକୁ ଆସିଯିବ । ସକାଳୁ ଏହି ପାଣିକୁ ଛାଣି ଲଗାତାର 21 ଦିନ ସେବନ କରିଲେ ଓଜନ କମ ହୋଇଥାଏ ।

 

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *