ସ୍ୱାମୀ ସହ ଭୋଜନ କରୁଛନ୍ତି କି ନିଶ୍ଚୟ ଦେଖନ୍ତୁ, ଭୋଜନ କରିବାର ସଠିକ ନିୟମ

ମଣିଷ ବଞ୍ଚିବା ପାଇଁ ଖାଦ୍ୟ ନିତ୍ୟାନ୍ତ ଆବଶ୍ୟକ । ତେବେ ଆମେ ଖାଦ୍ୟ ଖାଇବା ସମୟରେ ବା ଭୋଜନ ସମୟରେ ଆମେ କିଛି କଥା ଅଣଦେଖା କରିଥାଉ । ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଭୋଜନ ସମୟରେ କିଛି ନିୟମ ମାନିବା ନିହାତି ଆବଶ୍ୟକ ହୋଇଥାଏ । ଯାହାକୁ କି ଆମେ ନୀତିଦିନ ପାଳନ କରିବା ଉଚିତ । ତେବେ ଆପଣ ଯେତେବେଳେ ଭୋଜନ କରିବେ କେବେବି ତଳେ ବସି ଭୋଜନ କରନ୍ତୁ ନାହିଁ । ଏହା ଭଲ ନୁହେଁ ।

ଆପଣ ଯେତେବେଳେ ବି ଭୋଜନ କରିବେ ତେବେ ଆପଣ ଏକ ଆସନ ବା ଉଚ୍ଚ ସ୍ଥାନ ରେ ବସି ଭୋଜନ କରିବା ଉଚିତ । ଦିନକୁ ଆପଣ ଦୁଇ ଥର ଭୋଜନ କରିବ ଉଚିତ । କାରଣ ଭୋଜନ କୁ ହଜମ କରାଉଥିବା ଯକୃତ ଅଗ୍ନି ସୂର୍ଯ୍ୟ ଉଦୟ ପୂର୍ବରୁ ୨ ଘଂଟା ଆଗରୁ ଓ ସୂର୍ଯ୍ୟ ଅସ୍ତ ପରେ ଅଧ ଘଣ୍ଟା ରହିଥାଏ ।

ତେଣୁ ଆପଣ ଗୋଟିଏ ଦିନ ରେ ସକାଳ ଓ ସନ୍ଧ୍ୟା ଦୁଇଟି ସମୟ ରେ ଭୋଜନ କରିବା ଉଚିତ । ଯେଉଁମାନେ ଦୁଇ ଥର ଭୋଜନ କରିଥାନ୍ତି ସେମାନେ ଭୋଗି ଓ ଯେଉଁମାନେ ଦିନକୁ ଥରେ ଭୋଜନ କରିଥାନ୍ତି ସେମାନେ ଯୋଗୀ ବୋଲି କୁହାଯାଏ । ଭୋଜନ ସର୍ବଦା ନିଜ ପରିବାର ଲୋକଙ୍କ ସହ କରିବା ଉଚିତ ।

କାରଣ ପରିବାରର ସବୁ ସଦସ୍ୟଙ୍କ ସହ ମିଶି ଭୋଜନ କରିବା ଦ୍ୱାରା ଘରେ ଏକ ପ୍ରେମ ରହିଥାଏ । ଏପରି ନ କରିବା ଦ୍ୱାରା ଘରେ ଭନ୍ନତା ଦେଖା ଦେଇଥାଏ । ଭୋଜନ କରିବା ପୂର୍ବରୁ ଆପଣ ନିଜର ଗୋଡ଼ ଓ ହାତ ଭଲ ଭାବେ ଧୋଇବା ଉଚିତ । ଭୋଜନ କରିବା ଆଗରୁ ଆପଣ ଭୋଜନ ମନ୍ତ୍ର ଓ ଅନ୍ନଦାତା ଓ ଅର୍ଣଦାତ୍ରୀ ଙ୍କୁ ସ୍ମରଣ କରିବା ଉଚିତ ।

ବିଶ୍ୱର ସବୁ ଲୋକଙ୍କୁ ଭୋଜନ ମିଳୁ ଏହା ପ୍ରାର୍ଥନା କରି ଖାଦ୍ୟ ଗ୍ରହଣ କରିବା ଉଚିତ । ନାରୀ ମାନେ ସ୍ନାନ ସାରି ରୋଷେଇ କରିବା ଉଚିତ । ଆପଣ କେବେବି ଖଟ ଉପରେ ବସି ଖାଦ୍ୟ ଖାଇବା ଉଚିତ ନୁହେଁ । ଯେଉଁ ନାରୀ ରଜସ୍ଫଲା ହୋଇଥିବେ ତାଙ୍କ ହାତ ତିଆରି ଖାଦ୍ୟ ଖାଇବା ଉଚିତ ନୁହେଁ । ଛାଡି ଯାଇଥିବା ଭୋଜନ କୁ ପୁନର୍ବାର ଖାଇବା ଉଚିତ ନୁହେଁ ।

ତଳେ ପଡିଥିବା ଖାଦ୍ୟ ଖାଇବା ଉଚିତ ନୁହେଁ । ବେଶ୍ୟା ମାନଙ୍କ ଠାରୁ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । ଖାଦ୍ୟ ସର୍ବଦା ଉତ୍ତର ବା ପୂର୍ବ ଦିଗକୁ କରି ଖାଇବା ଉଚିତ । ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଦ୍ୱାରା ସେହି ଖାଦ୍ୟ ପ୍ରେତ କୁ ପ୍ରାପ୍ତ ହୋଇଥାଏ । ଖାଦ୍ୟ କେବେବି ନଷ୍ଟ କରିବା ଉଚିତ ନୁହେଁ । ଯେଉଁ ସ୍ଥାନ ରେ କଳହ ଓ କ୍ଳେଶ ଆଦି ଲାଗି ରହିଥାଏ ସେହି ସ୍ଥାନ ରେ ଖାଦ୍ୟ ଖାଇବା ଉଚିତ ନୁହେଁ । ଦୁଃଖର ପ୍ରରିସ୍ଥିତି ପଡିଥିବା ସ୍ଥାନ ରେ ବେଳେ ସେଠାରେ ଭୋଜନ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *