ଏହି 5ଟି ସ୍ଵପ୍ନ ହୋଇଥାଏ ଅତ୍ୟନ୍ତ ଶୁଭ, କଣ ଆପଣଙ୍କୁ ବି ଆସୁଛି କି ଏମିତି ସ୍ଵପ୍ନ ! ଭୁଲରେ ବି କାହାକୁ କୁହନ୍ତୁ ନାହିଁ, ନହେଲେ…

ଶୋଇବା ସମୟରେ ସମସ୍ତେ ନିଶ୍ଚିତ ରୂପରେ ସ୍ଵପ୍ନ ଦେଖିଥାନ୍ତି । ସ୍ଵପ୍ନ ଦେଖିବା ଏକ ସାଧାରଣ ଅଭ୍ୟାସ । ଆମେ ଶୋଇବା ପରେ ବିଭିନ୍ନ ପ୍ରକାରର ସ୍ଵପ୍ନ ଦେଖିଥାଉ । ଯେଉଁଥିରୁ କିଛି ସ୍ଵପ୍ନ ନିଦ ଭାଙ୍ଗିବା ପରେ ମନେ ପଡେ ନାହିଁ ତ ଅନ୍ୟ ପଟେ ଏମିତି ବି କିଛି ସ୍ଵପ୍ନ ଥାଏ ଯାହାକି ଶୋଇ ଉଠିବା ପରେ ବି ମନେ ଥାଏ । ଏମିତିରେ କେତେକ ଲୋକମାନେ ନିଜର ସ୍ଵପ୍ନ ବିଷୟରେ ଅନ୍ୟକୁ କହି ଦିଅନ୍ତି ।

କିନ୍ତୁ ମନେ ରଖନ୍ତୁ କି ଏହିଭଳି କିଛି ସ୍ଵପ୍ନ ଅଛି ଯାହାକୁ କେବେ ବି କାହା ସାମ୍ନାରେ କହିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଏହା ଆପଣଙ୍କର ବହୁତ ବଡ ଭୁଲ । ଚାଳନ୍ତୁ ଜାଣିବା ସେହି ୫ ଟି ସ୍ଵପ୍ନ ବିଷୟରେ, ଯାହାକୁ କେବେ ବି କାହା ସାମ୍ନାରେ କହିବେ ନାହିଁ ।

ଭଗବାନଙ୍କ ଦର୍ଶନ- ଯଦି ସ୍ଵପ୍ନରେ ଭଗବାନଙ୍କ ଦର୍ଶନ ହେଉଛି ତେବେ ଏହାର ଅର୍ଥ ଜଲ୍ଦି ହିଁ ଆପଣଙ୍କ ଜୀବନରେ ଖୁସିର ସମୟ ଆସିବାକୁ ଯାଉଛି । ସ୍ଵପ୍ନରେ ଭଗବାନ ଆସିବା ଅର୍ଥ ଆପଣଙ୍କୁ ଜୀବନରେ ବଡ ସଫଳତା ମିଳିବ । ଆସନ୍ତା ସମୟରେ ଆପଣଙ୍କୁ କୌଣସି ନା କୌଣସି ଖୁସି ଖବର ମିଳିବ । ସେଥିପାଇଁ କାହା ସାମ୍ନାରେ ନିଜର ସ୍ଵପ୍ନ ବିଷୟରେ କୁହନ୍ତୁ ନାହିଁ ।

ମୃତ୍ୟୁ ସମ୍ବନ୍ଧୀୟ ସ୍ଵପ୍ନ- ଆମେ ବେଳେ ବେଳେ ସ୍ଵପ୍ନରେ ନିଜର କିମ୍ବା ଅନ୍ୟ କାହାର ମୃତ୍ୟୁ ଦେଖିଥାଉ । ଏହିଭଳି ସ୍ଵପ୍ନ ଦେଖିଲେ ଆମେ ଡରି ମଧ୍ୟ ଯାଉ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଯଦି ଆପଣ ଏହିଭଳି ସ୍ଵପ୍ନ ଦେଖୁଛନ୍ତି ତେବେ ବିଚଳିତ ହୁଅନ୍ତୁ ନାହିଁ । କାରଣ ସ୍ଵପ୍ନରେ ମୃତ୍ୟୁ ଦେଖିବା ଅର୍ଥ ଆପଣଙ୍କ ସମସ୍ୟାର ଅନ୍ତ ହେବାକୁ ଯାଉଛି । ଯଦି ଆପଣ ଏହି ସ୍ଵପ୍ନର ଅର୍ଥ କାହାକୁ କହି ଦେଉଛନ୍ତି ତେବେ ଆପଣଙ୍କୁ ଏହି ସ୍ଵପ୍ନର ଫଳ ମିଳିବ ନାହିଁ ।

ପ୍ରକୃତି ସହ ଜଡିତ ସ୍ଵପ୍ନ- ଆପଣ ପ୍ରକୃତି ସମ୍ବନ୍ଧିତ କିଛି ସ୍ଵପ୍ନ ଯେମିତି କି ସମୁଦ୍ର, ପାହାଡ, ଜଙ୍ଗଲ, ନଦୀ, ଗଛଲତା ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ବହୁତ ବଡ ଖୁସି ଖବର ଆସିବାକୁ ଯାଉଛି । ପ୍ରକୃତି ପାଖକୁ ଗଲେ ଆମର ମନ ପ୍ରସନ୍ନ ହୋଇଯାଏ ଠିକ ସେହିଭଳି ଏହି ସ୍ଵପ୍ନର ଅର୍ଥ ବି ସମାନ ହୋଇଥାଏ । ଯଦି ଏହି ସ୍ଵପ୍ନ ବିଷୟରେ ଆପଣ କାହାକୁ କହି ଦେଉଛନ୍ତି ତେବେ ଆପଣଙ୍କୁ ହୁଏତ ଏହି ସ୍ଵପ୍ନର ଲାଭ ମିଳିବ ନାହିଁ ।

ସାପ ଚୋଟ ମାରିବା- ମୃତ୍ୟୁ ଭଳି ଯେତେବେଳେ ସ୍ଵପ୍ନରେ ସାପ ଆସେ ତେବେ ସେତେବେଳେ ବି ଆମେ ଡରି ଯିବା ସହିତ ବିଚଳିତ ମଧ୍ୟ ହୋଇଯାଉ । କିନ୍ତୁ ଯଦି ସ୍ଵପ୍ନରେ ସାପ ଦେଖା ଯାଉଛି ତେବେ ଡରନ୍ତୁ ନାହିଁ । ସ୍ଵପ୍ନରେ ସାପ ଦେଖିବା ଅର୍ଥ ଆସନ୍ତା ସମୟରେ ଆପଣଙ୍କ ବ୍ୟାପାରରେ ଉନ୍ନତି ଓ ଚାକିରି କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ସଫଳତା ମିଳିବ । ଧନ ଲାଭର ସମ୍ଭାବନା ବି ଥାଏ । ସେଥିପାଇଁ ଏହି ସ୍ଵପ୍ନ ବିଷୟରେ ବି କାହାକୁ କୁହନ୍ତୁ ନାହିଁ ।

ମାଛ ସମ୍ବନ୍ଧିତ- ଯଦି ଆପଣ ସ୍ଵପ୍ନରେ ମାଛ ସମ୍ବନ୍ଧିତ କୌଣସି ବି ସ୍ଵପ୍ନ ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ଅଚାନକ ଧନଲାଭ ହେବାର ଅଛି । ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *