Vastu Tips- ଠାକୁର ଘର କେଉଁ ଦିଗରେ ରହିବ, କେଉଁ ଦିଗକୁ ଠାକୁରଙ୍କ ମୁହଁ ରହିବ, ତୁଲସୀ ଚଉଁରା କେଉଁଠି ହେବା ଉଚିତ, ଜାଣନ୍ତୁ ସମ୍ପୂର୍ଣ ତଥ୍ୟ

ବନ୍ଧୁଗଣ ଆଜି ଆମେ ଜାଣିବା ଠାକୁର ଘର ବା ପୂଜା ଘର କେମିତି ହେବା ଦରକାର, ଘରର କେଉଁ କୋଣରେ ହେବା ଉଚିତ, ପୂଜା ଘରର ରଙ୍ଗ ଓ କବାଟ କେମିତି ହେବ ଦରକାର । ଠାକୁର ଘରର କେଉଁ ସ୍ଥାନରେ ଠାକୁର ବିରାଜମାନ କରିବା ଦରକାର ହୋଇଥାଏ । ଠାକୁରଙ୍କ ମୁହଁ କେଉଁ ଦିଗକୁ ହେବା ଉଚିତ ହୋଇଥାଏ । ଏହି ବିଷୟରେ ଆଜି ଆମେ ଜାଣିବା । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଠାକୁର ଘର କେଉଁ ଦିଗରେ ହେବା ଉଚିତ:- ପୂଜା ଘର ବା ଠାକୁର ଘର ଉତ୍ତର ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେବ ଉଚିତ ହୋଇଥାଏ । ଏହାର କୌଣସି ବିକଳ୍ପ କରିବା ଉଚିତ ହୋଇନଥାଏ । ସବୁବେଳେ ଧ୍ୟାନ ଦିଅନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରର ସ୍ଥାନ କେବଳ ଗୋଟିଏ ସ୍ଥାନରେ ମାନ୍ୟତା ଦିଆଯାଇଛି । ତାହା ହେଉଛି ଘରର ଉତ୍ତର ପୂର୍ବ ଦିଗ ଅର୍ଥର ଐଶାଣ୍ୟ କୋଣ । ଶୋଇବା ଘରେ ପୂଜା କରିବା ଅନୁଚିତ । କୌଣସି ପରିସ୍ଥିତିରେ ଶୋଇବା ଘରେ ପୂଜାର ବ୍ୟବସ୍ଥା କରନ୍ତୁ ନାହିଁ । ଯଦି କୌଣସି ଅନ୍ୟ ବିକଳ୍ପ ନାହିଁ ତେବେ ଠାକୁର ଙ୍କ ପାଇଁ ଏକ ସ୍ବତନ୍ତ୍ର ଆସ୍ଥାନ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତିଦିନ ପୂଜା ସାରିବା ପରେ ପରଦା ପକାନ୍ତୁ ।

ଠାକୁର ଘରର କବାଟ କେମିତି ହେବ ଉଚିତ:- ପୂଜା ଘର ବା ଠାକୁର ଘରର କବାଟ ବା ଝରକା ଆଦି ଉତ୍ତର ପୂର୍ବ ଦିଗକୁ ରଖାଯାଇ ପାରେ । ପୂଜା ଘରର କବାଟ ଏକ ଫାଳିଆ ନ ହୋଇ ସବୁବେଳେ ଦୁଇ ଫାଳିଆ ହେବା ଉଚିତ । ପୂଜା ଘରର କବାଟ ସବୁବେଳେ କାଠର ତିଆରି କରନ୍ତୁ । ଠାକୁର ଘରେ ଯେଉଁ ବନ୍ଧ ଲଗାଇବେ ତାହା ଚାରୋଟି ବନ୍ଧ ହୋଇଥିବା ନିହାତି ଆବଶ୍ୟକ । ସବୁବେଳେ ମନେ ରଖନ୍ତୁ ଠାକୁର ଘର କବାଟ ଆପେ ଆପେ ଖୋଲିଯିବା ବା ବନ୍ଦ ହୋଇଯିବା ଅଶୁଭ ହୋଇଥାଏ । ତେଣୁ ସବୁବେଳେ ଏହାର ଧ୍ୟାନ ଦିଅନ୍ତୁ ।

ଘରେ ମୂର୍ତ୍ତି ପୂଜା ନକରି ଫଟୋ ପୂଜା କରିବା ଉଚିତ ହୋଇଥାଏ । ଯଦି ଆପଣ ମୂର୍ତ୍ତି ପୂଜା କରୁଛନ୍ତି ତେବେ ମୂର୍ତ୍ତିର ଉଚ୍ଚତା ୬ ଆଙ୍ଗୁଳି ରୁ କମ ହେବା ଭଲ ହୋଇଥାଏ । ମାତ୍ର ଘରେ କାଳୀ, ଶିବ, ନୃସିଂହ, ହନୁମାନ ଙ୍କ ମୂର୍ତ୍ତି ପୂଜା କରିବା ଉଚିତ ହୋଇନଥାଏ । ଠାକୁର ଘରେ ମୂର୍ତ୍ତି ବା ଫଟୋ କୁ କାନ୍ଥକୁ ଲଗାଇ ରଖିବା ଉଚିତ ହୋଇନଥାଏ । ଏଥିପାଇଁ ସ୍ଵତନ୍ତ୍ର ଆସ୍ଥାନ ବା ବିମାନ ରଖନ୍ତୁ । ଠାକୁର ଙ୍କ ମୁହଁକୁ ସବୁବେଳେ ପଶ୍ଚିମ ପଟ କରି ରଖନ୍ତୁ । ଏହା ଦ୍ବାରା ଘରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *