ଠାକୁର ଘରେ ରଖନ୍ତୁ ନାହିଁ ଏହି 4ଟି ମୂର୍ତ୍ତି, ଜୀବନରେ ଘଟିବ ଭୟଙ୍କର ଘଟଣା- Vastu Tips

ନମସ୍କାର ବନ୍ଧୁଗଣ ତେବେ ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଅନେକ ଗୁରତ୍ଵ ରହିଛି । ଏହାର ଉପୋଯୋଗ କରି ମଣିଷ ନିଜର ସମସ୍ୟାର ସମାଧାନ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର-ପୂର୍ବ ଦିଗରେ ଘରର ପୂଜା ଘର କରିବା ଉଚିତ । ବାସ୍ତୁ ଅନୁସାରେ ଅନେକ କଥା କୁହା ଯାଇଛି ଯାହାର ବିଶେଷ ମହତ୍ଵ ରହିଛି । ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ଅନୁସାରେ ଘରର ପୂଜା ଦିଗ ବିଷୟରେ କଣ ସବୁ ମହତ୍ଵ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

ତେବେ ବାସ୍ତୁ ଅନୁସାରେ ରୋଷେଇ ଘରେ ବା ରୋଷେଇ ଘର ଆଖପାଖରେ ପୂଜା ଘର କରିବା ଅନୁଚିତ । କାରଣ ରୋଷେଇ ଘରେ ମସଲା ଡବା, ଗ୍ୟାସ ଆଦି ସାମାନ ରହିଥାଏ । ଏହା ସହ ଆଧ୍ୟାତ୍ମିକ ବିକାଶ ହୋଇନ ଥାଏ । ପୂଜା ଘରେ କେବେ ବି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ମଣିଷ ଜୀବନରେ ଉନ୍ନତି ହେବା ବଦଳେ ଅବନ୍ନତି ହୋଇଥାଏ । ଏହା ସହ ପୂଜା କରିବା ଦ୍ଵାରା ଯେଉଁ ଲାଭ ମିଳିବା କଥା ତାହା ମିଳେ ନାହି । ସନ୍ତାନ ସୁଖ ଓ ଧାନର ଅଭାବ ଦେଖା ଯାଇଥାଏ ।

ତେବେ ପୂଜା କରିବା ସମୟରେ ବ୍ୟକ୍ତିର ମୁହଁ ଘରର ଇଶାନ କୋଣ ବା ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ । ଯେପରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ଆମ ମୁହଁ ସୂର୍ଯ୍ୟଙ୍କ ଆଡକୁ ରହିଥାଏ । ଅନେକ ଲୋକେ ଇଶାନ କୋଣରେ ପୂଜା ଘର କରିବା ସମୟରେ ବଡ ଚଉତରା କରିଥାନ୍ତି ଯାହା ଇଶାନ କୋଣରେ ପ୍ରଭାବ ପକାଇଥାଏ । ପୂଜା ଘର ସାମାନ୍ୟ ଭୁଲି ଠାରୁ ଉଚ୍ଚ ସ୍ଥାନରେ ରହିବା ଉଚିତ ।

କେବେ ବି କୌଣସି ଭାରି ଜିନିଷ ପୂଜା ଘରେ ରହିବା ଅନୁଚିତ । ଅନେକ ଘରେ ଆଲମାରି ବା ଲୁହା ବାକ୍ସ ଇଶାନ କୋଣରେ ରହିଥାଏ । କିନ୍ତୁ ଯେବେ ବ୍ୟକ୍ତି ନିଜ ଠାକୁରଙ୍କ ମୂର୍ତ୍ତିକୁ ଆଲମାରି ଉପରେ ରଖି ପୂଜା କରିଥାନ୍ତି ସେହି ସମୟରେ ଧ୍ୟାନ ରଖିବା ଉଚିତ କି ପୂଜା କରିବା ସମୟରେ ଯେପରି ଆଲମାରି ବା ବାକ୍ସ ହଲିବ ନାହିଁ ।

ତେବେ ପୂଜା ଘରେ ସର୍ବଦା ସଫା ସୁତୁରା ମୂର୍ତ୍ତି, ସାମଗ୍ରୀ ରହିବା ଉଚିତ । ଭଗବନାଙ୍କ ମୂର୍ତ୍ତି ସର୍ବଦା ଧାତୁ ବା ମାଟିର ହେବା ଉଚିତ । ପୂଜା ଘରେ ଭଗବନାଙ୍କ ମୂର୍ତ୍ତି ଠିଆ ହୋଇ ନ ଥିବା ରଖିବା ଉଚିତ । ସବୁବେଳେ ବସିଥିବା ଭଗବାନଙ୍କ ମୂର୍ତ୍ତି ପୂଜା ଘରେ ରଖିବା ଉଚିତ ।

ପୂଜା ଘରେ ମୂର୍ତ୍ତିର ଉଚ୍ଚତା ୯ଫୁଟରୁ ଅଧିକ ହେବା ଅନୁଚିତ । ଯଦି କୌଣସି ମୂର୍ତ୍ତି ଭଙ୍ଗା ଥାଏ ତେବେ ତାହା ପୂଜା ନ କରି କୌଣସି ନଦୀରେ ଭସାଇ ଦେବା ଉଚିତ । ପୂଜା ଘରେ ବାସୀ ଫୁଲ, କପଡା ଆସି ନ ରଖି ନଦୀରେ ଭସାଇ ଦେବା ଉଚିତ । ଦେବୀଦେବତାଙ୍କ ପୂଜା ଆସନ ଉପରେ ବସି କରିବା ଉଚିତ । ପ୍ରଥମେ ପଞ୍ଚଦେବଙ୍କର ଆରାଧନା କରିବା ଉଚିତ । ପୂଜା କରିବା ସମୟରେ ବ୍ୟକ୍ତିର ମୁଖ ପୂର୍ବ ବା ପଶ୍ଚିମ ଦିଗରେ ରହିବା ଉଚିତ ।

Leave a Reply

Your email address will not be published. Required fields are marked *