Vastu Tips- ଠାକୁର ପୂଜା କଲାବେଳେ ବ୍ୟବହାର କରୁଛନ୍ତି କି ଏହି ଫୁଲ, ହେଇ ଯାଅନ୍ତୁ ସାବଧାନ !

ବନ୍ଧୁଗଣ ଆମେ ବହୁତ ପ୍ରକାରର ଫୁଲ ଦେଖିଥାଉ । ଫୁଲ ସାରା ସଂସାରରେ ସବୁଠୁ ସୁନ୍ଦର ହୋଇଥାଏ । ପ୍ରତେକ ଦିନ ଆମେ ଭଗବାନଙ୍କୁ ଫୁଲ ଚଢାଇ ପୂଜା କରିଥାଉ । ପର୍ବ ପର୍ବାଣୀରେ ମଧ୍ୟ ଆମେ ଫୁଲ ସଜାଇଥାଉ । ତେବେ ଆମେ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଆଣି ଠାକୁରଙ୍କୁ ଦେଇଥାଉ । କିନ୍ତୁ କଣ ଆପଣମାନେ ଏହା ଜାଣିଛନ୍ତି କି କେଉଁ ଫୁଲ ଠାକୁରଙ୍କୁ ଦେବା ଉଚିତ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ଫୁଲ ଠାକୁରଙ୍କୁ ଦେବା ଉଚିତ୍ ନୁହେଁ । ତେବେ ଚାଲନ୍ତୁ ଜାଣିବା ।

ଶାସ୍ତ୍ର ଅନୁଯାୟୀ ଭଗବାନଙ୍କ ପାଖରେ କେବେ ମଧ୍ୟ କୌଣସି ଫୁଲର କଢ ଅର୍ପଣ କରିବା କଥା ନୁହେଁ କାରଣ ଏହା ଫୁଲ ହୋଇନଥାଏ ଏବଂ ଏହା ସମ୍ପୂର୍ଣ୍ଣ ହୋଇନଥାଏ ତେଣୁ କେବେ ବି ଫୁଲର କଢକୁ ଠାକୁରଙ୍କ ପାଖରେ ଦିଅନ୍ତୁ ନାହିଁ । କେବେ ମଧ୍ୟ କୌଣସି ଫୁଲ ଯାହା ତଳେ ପଡ଼ିଥାଏ ବା ଚିରି ଯାଇଥାଏ ତାହାକୁ ଭଗବାନ ଙ୍କ ପୂଜାରେ ବ୍ୟବହାର କରନ୍ତୁ ନାହିଁ କାରଣ ଏହି ଫୁଲ କୌଣସି ଜୀବ ଜନ୍ତୁ ଙ୍କ ଦ୍ଵାରା ଅଇଁଠା ହୋଇଥାଇପାରେ ।

ଏବଂ ଠାକୁରଙ୍କ ପାଖରେ ଅଇଁଠା ହୋଇଥିବା ଫୁଲ ଦିଆଯାଏ ନାହିଁ । ଏହା ସହିତ ଯଦି କୌଣସି ଫୁଲ ଗଛରେ ଥାଇ ମଧ୍ୟ ମାଟିକୁ ସ୍ପର୍ଶ କରିଥାଏ ସେହି ଫୁଲ କେବେବି ପୂଜା କରିବାରେ ବ୍ୟବହାର କରନ୍ତୁ ନାହିଁ । ଯାହା ମାଟି ଉପରେ ବିଭିନ୍ନ ଲୋକ ଚାଲିଥାନ୍ତି ଏବଂ ସେମାନଙ୍କ ପାଦ ଧୂଳି ମାଟି ଉପରେ ରହିଥାଏ ତେଣୁ ସଦା ସର୍ବଦା ନିଜେ ହାତରେ ତୋଳିଥିବା ଫୁଲ ହିଁ ଭଗବାନ ଙ୍କ ପାଖରେ ଅର୍ପଣ କରନ୍ତୁ ।

ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଠାକୁରଙ୍କ ପାଖରେ କେଉଁ ଫୁଲ ପୂଜା କରିବା ଉଚିତ ହୋଇଥାଏ । ପଦ୍ମ ଫୁଲ ୧୧ ଦିନ ପର୍ଯ୍ୟନ୍ତ ବାସି ହୋଇନଥାଏ । କୁମୁଦ ଫୁଲ ୫ ଦିନ ପର୍ଯ୍ୟନ୍ତ ବାସି ହୋଇନଥାଏ । ତୁଳସୀ ପୂଜା,ବେଲ ପତ୍ର ଏବଂ ଅଗଷ୍ଟ ଫୁଲ କେବେ ମଧ୍ୟ ବାସି ହୁଏ ନାହିଁ ଏହା ସବୁବେଳେ ପବିତ୍ର ହୋଇଥାଏ । ଛିଡିଯାଇଥିବା ବେଲ ପତ୍ର ଏବଂ ତୁଳସୀ ପତ୍ର ମଧ୍ୟ ଆପଣ ଠାକୁରଙ୍କ ପାଖରେ ଅର୍ପଣ କରିପାରିବେ ।

ସୂର୍ଯ୍ୟଙ୍କୁ ଟଗର ଫୁଲ, ବିଷ୍ଣୁଙ୍କୁ ଦୁଦୁରା ଫୁଲ ଓ ମାଙ୍କୁ ଅରଖ ଫୁଲ ଅର୍ପଣ କରିବା ବିଲକୁଲ ଉଚିତ ହୋଇନଥାଏ । ଭଗବାନ ବିଷ୍ଣୁଙ୍କୁ ପଦ୍ମ, କମଳ, ଭଙ୍ଗାର ଇତ୍ୟାଦି ଫୁଲ ଅର୍ପଣ କରିବା ଉଚିତ କାରଣ ଏହି ଫୁଲ ଗୁଡ଼ିକ ଭଗବାନ ବିଷ୍ଣୁଙ୍କ ପ୍ରିୟ ହୋଇଥାଏ । ତେବେ ବନ୍ଧୁଗଣ ଆପଣ କେଉଁ ଫୁଲ ପୂଜାରେ ବ୍ୟବହାର କରନ୍ତି ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *