ଥରେ ମାତ୍ର ନିଜକୁ ପଚାରନ୍ତୁ ଏହି 1 କଥା, ପୁରା ଜୀବନ ବଦଳିଯିବ ( Motivational Quotes )

ଆମ ଜୀବନରେ ଅନେକ କଥା ଆମେ ଯେତେ ବୟସ କୁ ଅତିକ୍ରମ କରିଥାଉ ସେତେ କଥା କିଛି ନୂଆ କଥା ଶିଖିଥାଉ ।  ଯେଉଁମାନେ ଯେତେ ବୃଦ୍ଧ ବା ଯେତେ ଛୋଟ ପିଲା ହୁଅନ୍ତୁ ସମସ୍ତ ଙ୍କ ଠାରୁ କିଛି ନା କିଛି ଶିଖିବାର ରହିଥାଏ । ତେବେ ଜୀବନରେ ଅଙ୍କେ ନୀତିଶିକ୍ଷା ର କଥା ରହିଛି , ଅନେକ ନୀତିଶିକ୍ଷା ର ବହି ମଧ୍ୟ ରହିଛି । ଯାହା ର ଅଧ୍ୟୟନ କରିବା ଦ୍ଵାରା ଆମେ ଜୀବନରେ ଅନେକ କଥା ଶିଖିଥାଉ ।  ଅନେକ ଚିନ୍ତା ମଧ୍ୟ କମ ହୋଇଥାଏ । ମନ ସ୍ଥିର ହୋଇଥାଏ । ତେଣୁ ସେହି ଭଳି ଆଜି ଏକ ନୀତି ଶିକ୍ଷାର କାହାଣୀ ଆମେ ଆପଣଙ୍କୁ ଆଜି କହିବୁ ।

ତେବେ ଗୋଟିଏ ମଣିଷ କୁ ଯଦି ଆପଣ ମରୁଭୁମି ରେ ଛାଡିଦେବେ ତେବେ ସେ କିପରି ଜୀବନ ଜାପନ କରିବ ? ମରୁଭୁମି ବା ମରୁଡି ସ୍ଥାନରେ ଜଳ ନଥିବ ଖାଦ୍ୟ ମଧ୍ୟ ରହି ନଥିବ । ତେବେ ଲୋକ ଟି ଜୀବନ ଯାପନ କରିବା ପାଇଁ ବାଧ୍ୟ ହୋଇ ନିଜର ପରିଶ୍ରା ମଧ୍ୟ ପାନ କରିବ ।

ସେହିଭଳି ଗୋଟିଏ ଲୋକ କୁ ଯଦି ଆପଣ କହିବେ ୨ ଟି ଗୁଣ୍ଡାଙ୍କୁ ମାରିବାକୁ ତେବେ ଲୋକ ଟି ମାରିବ ନାହିନ ।  କିନ୍ତୁ ଯଦି ସେହି ୨ ଟି ଲୋକ ତାହାର ଛୁଆର ଅପହରଣ କରିନେବେ ତେବେ ସେ ୧୦ ଟି ଲୋକଙ୍କୁ ମଧ୍ୟ ମାରିପାରିବ । ତେବେ ଏହି ପାର୍ଥକ୍ୟ କଣ ? ପ୍ରଥମ କଥା ଟି ରେ ଲୋକ ଟି ନିଜର ଜୀବନ ବଞ୍ଚାଇବା ପାଇଁ ପରିଶ୍ରା ପାନ କରିବ ।

ଦ୍ଵିତୀୟ କଥାରେ ଲୋକ ଟି ନିଜର ଛୁଆଙ୍କ ପାଇଁ ଗୁଣ୍ଡା ଙ୍କୁ ମାରିପାରିବ  କାହିଁକି ନା ସେ ନିଜର ଓ ନିଜର ଛୁଆଙ୍କ ପାଇଁ କରୁଛି ।  ଏହି କାହିଁକି ଅର୍ଥ ର ବହୁତ ମହତ୍ଵ ରହିତଥାଏ ।  ଆପଣ ଯଦି କୌଣସି କାର୍ଯ୍ୟ କରିବା ଆଗରୁ ଥରେ ନିଜକୁ ପ୍ରଶ୍ନ କରିବେ କାହିଁକି ମୁଁ ଏହା କରିବି ତେବେ ଦେଖିବେ ଆପଣଙ୍କ ଜୀବନର ଅନେକ ସମସ୍ୟାଦୂର ହୋଇଯିବ ।

ଯଦି ଜଣେ ଛାତ୍ର ନିଜକୁ ପଚାରିବ କାହିଁକି ମୁଁ ପାଠ ପଢିବି ତେବେ ତାହାର ମସ୍ତିଷ୍କରୁ ସଙ୍ଗେ ସଙ୍ଗେ ଉତ୍ତର ମିଳିବ ଯେ ମୁଁ ପାଠ ପଢିଲେ  ନିଜ ପାଇଁ ଏକ ଉଜ୍ଜ୍ଵଳ ଭବିଷ୍ୟତ କରିପାରିବି । ସେହିଭଳି ଜଣେ ଚାକିରି କରିଥିବା ଲୋକ ନିଜକୁ ପଛରେ ମୁଁ କାହିଁକି ଚାକିରି କରିଛି ତେବେ ତାହାକୁ ପ୍ରତି ଉତ୍ତର ରେ ମିଳିବ ମୁଁ ଚାକିରି କରିବା ଦ୍ଵାରା ମୋ ଜୀବନ ଆନନ୍ଦମଯ ରେ ବ୍ୟତିତ ହେବ ଓ ଧନ ଲାଭ ହେବ ।

ଯାହା ଫଳରେ ଆପଣଙ୍କର କାର୍ଯ୍ୟ ରେ ମନୋନିବେଶ ହେବ ।  ସେହିଭଳି ଜଣେ ମହିଳା ଯଦି ରୋଷେଇ କରିବା ସମୟରେ ଭାବିବେ କାହିଁକି ମୁଁ ରୋଷେଇ କରିବି ତେବେ ଉତ୍ତର ମିଳିବ ମୁଁ ଭଲ ରୋଷେଇ କରିବା ଦ୍ଵାରା ମୋ ପିଲା ଓ ପରିବାରର ଲୋକ ଭଲ ଖାଦ୍ୟ ଖାଇ ପାରିବେ । ତେବେ ଏହି କାହିଁକି ଶବ୍ଦ ପଚାରିବା ଦ୍ଵାରା ନିଜ ଭିତରେ ଆତ୍ମବିଶ୍ଵାସ ଜାଗ୍ରତ ହୋଇଥାଏ ଓ କାର୍ଯ୍ୟ ରେ ସଫଳତା ମିଳିଥାଏ । ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *