ଯଦି ଆପଣଙ୍କ ଘରେ ବି ଅଛି ତୁଲସୀ ଗଛ ତେବେ ଜାଣନ୍ତୁ ତୁଲସୀ ପୂଜାର ସଠିକ ନିୟମ ( Vastu Tips )

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ ତୁଳସୀ ବୃକ୍ଷ ହେଉଛି ସବୁଠାରୁ ପବିତ୍ର ଏବଂ ଏହା ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ଅଟେ । ତୁଳସୀ ବୃକ୍ଷ କୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଏହି ବୃକ୍ଷ ଘରେ ଲଗାଇବା ଦ୍ୱାରା କୌଣସି ସମସ୍ୟା ଆସିନଥାଏ ଏବଂ ଏହା କୌଣସି ପ୍ରକାର ନକରାତ୍ମକ ଉର୍ଜା ର ସୃଷ୍ଟି ହେବାକୁ ଦେଇନଥାଏ ।

ଜ୍ୟୋତିଷ ଶାସ୍ତ୍ର ରେ ତୁଳସୀ ବୃକ୍ଷ କୁ ନେଇ କିଛି ବିଶେଷ ନିୟମ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ନିୟମ ଗୁଡ଼ିକ ମାନିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ସର୍ବ ପ୍ରଥମେ ଆପଣ ପ୍ରାତଃ କାଳ ରୁ ଉଠି ସ୍ନାନ କରିବା ଉଚିତ । ସ୍ନାନ କରିବା ପରେ ଆପଣ ଏକ ଶୁଦ୍ଧ କଳସୀ ରେ ଜଳ ପୂର୍ଣ୍ଣ କରନ୍ତୁ । ଏହା ସହିତ ଆପଣ ଘିଅ ଦୀପ ଓ କପୁର ମଧ୍ୟ ସାଙ୍ଗ ରେ ନିଅନ୍ତୁ । ତୁଳସୀ ବୃଷ ରେ ଆପଣ ୩ ଥର ଜଳ ଅର୍ପଣ କରନ୍ତୁ ଏବଂ ଗୋଟିଏ ଘିଅ ଦୀପ ଜଳାନ୍ତୁ । ଏହାଦ୍ବାରା ଆପଣ ତୁଳସୀ ଗଛ ସାମ୍ନା ରେ ଯାହା ବି ମନୋକାମନା ରଖିବେ ତାହା ଅବଶ୍ୟ ପୂର୍ଣ୍ଣ ହେବ । କାରଣ ତୁଳସୀ ବୃକ୍ଷ ରେ ସ୍ଵୟଂ ଶ୍ରୀହରି ବିଷ୍ଣୁ ଙ୍କ ବାସ ରହିଥାଏ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

୨. କେବେବି ତୁଳସୀ ବୃକ୍ଷ ପାଖରେ ଜୋତା ବା ଚପଲ ରଖନ୍ତୁ ନାହିଁ । ମନ୍ଦିର ରେ ଯେପରି ଜୋତା ଏବଂ ଚପଲ ପିନ୍ଧିଲେ ପ୍ରବେଶ କରିବା ନିଷେଧ ହୋଇଥାଏ ସେହିପରି ତୁଳସୀ ବୃକ୍ଷ ପାଖରେ ମଧ୍ୟ ଜୋତା ଏବଂ ଚପଲ ରଖିବା ଅନୁଚିତ ହୋଇଥାଏ । କାରଣ ତୁଳସୀ ବୃକ୍ଷ କୁ ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ମାନି ନିଆଯାଇଥାଏ । ତେଣୁ ଭୁଲ ରେ ବି ମଧ୍ୟ ତୁଳସୀ ବୃକ୍ଷ ପାଖରେ ଜୋତା ଏବଂ ଚପଲ ରଖନ୍ତୁ ନାହିଁ ।

୩. କେବେବି ରାତ୍ରି ସମୟରେ ତୁଳସୀ ବୃକ୍ଷ ପାଖରେ ଜଳ ରଖନ୍ତୁ ନାହିଁ । ଏହା ସହିତ କେବେବି ରାତିରେ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ସର୍ବଦା ସକାଳେ ସ୍ନାନ କରିବା ପରେ ହିଁ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରିବା ଉଚିତ । ତୁଳସୀ ବୃକ୍ଷ ପାଖରେ କେବେବି କୌଣସି ଖାଲି ଜଳ ର ପାତ୍ର ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ଏବଂ ଆର୍ଥିକ ସମସ୍ୟା ଦେଖାଯାଇଥାଏ । ତେଣୁ କେବେବି ଏପରି ଭୁଲ କରନ୍ତୁ ନାହିଁ ।

୪. ତୁଳସୀ ବୃକ୍ଷ ଘରେ ସକାରାତ୍ମକ ଉର୍ଜା ର ସୃଷ୍ଟି କରିଥାଏ ଏବଂ ଘରେ ଶାନ୍ତି ବଜାୟ ରଖିଥାଏ । ତେଣୁ ସର୍ବଦା ତୁଳସୀ ବୃକ୍ଷ ଥିବା ସ୍ଥାନକୁ ସଫା ସୁତୁରା ରଖନ୍ତୁ ଏବଂ କେବେବି ସେହି ସ୍ଥାନ ଅପରିଷ୍କାର ରଖନ୍ତୁ ନାହିଁ । ତୁଳସୀ ବୃକ୍ଷ ରହୁଥିବା ସ୍ଥାନ ଅପରିଷ୍କାର ହେଲେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଅସମ୍ଭାଳ ହୋଇଥାଏ ।

୫. ପ୍ରାୟତଃ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ତୁଳସୀ ବୃକ୍ଷ ସହିତ ଶାଳଗ୍ରାମ ଓ ଶିବଲିଙ୍ଗ କୁ ରଖି ଦିଅନ୍ତି । କିନ୍ତୁ ଏପରି କରିବା ଆଦୋୖ ଉଚିତ ନୁହେଁ । ଏହା ସହିତ ତୁଳସୀ ବୃକ୍ଷ ପାଖରେ ଭଗବାନ ଗଣେଶ ଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରିବା ଉଚିତ ନୁହେଁ । କାରଣ ଶିବଲିଙ୍ଗ ଏବଂ ଭଗବାନ ଗଣେଶ ଙ୍କ ପ୍ରତିମା ରେ ତୁଳସୀ ପତ୍ର ପୂଜା ପାଇ ନଥାଏ । ତେଣୁ ଏପରି ଭୁଲ କରନ୍ତୁ ନାହିଁ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *