ଉଚ ରକ୍ତଚାପ, ମୋଟପଣ ଓ ଆଁଠୁ ଦରଜ ରୁ ମୁକ୍ତି ପାଇଁ କରନ୍ତୁ ଏହି ମଞ୍ଜୀର ସେବନ, ତା ପରେ ଦେଖନ୍ତୁ ଚମତ୍କାର- Health Tips

ବର୍ତମାନ ପିଢୀର ସବୁଠାରୁ ବଡ ସମସ୍ଯା ହେଉଛି ମୋଟାପଣ । ଏହି ସମସ୍ଯା ଆଜିର ଖାଦ୍ୟ କୁ ନେଇ ହେଉ ଅଛି । ଏବେ ବହୁତ ଫାଷ୍ଟ ଫୁଡ ଖାଦ୍ୟ ଆଦି ପାଇଁ ସ୍ୱାସ୍ଥ୍ୟ ବେଶୀ ଖରାପ ହୋଇଥାଏ । ଆଜି କାଲିର ଆଧୁନିକ ଯୁଗରେ ସବୁ କାର୍ଯ୍ୟ ମେସିନ ଦ୍ଵାରା ହେଇ ଯାଉଛି । ତେଣୁ ଆମେ ଖାଦ୍ୟ ଯେତିକି ଖାଉଛେ ସେତିକି ପରିଶ୍ରମ ହେଉ ନହିଁ । ଯାହା ଫଳରେ ଖାଦ୍ୟ ଆମ ଶରୀରରେ ଚର୍ବି ଭାବେ ସଞ୍ଚିତ ହୋଇଥାଏ । ତେଣୁ ଏହା ଆମର ମୋଟାପଣ ର କାରଣ ହୋଇଥାଏ ।

ତେବେ ଏହି ମୋଟାପଣ ରୁ ମୁକ୍ତି ପାଇବା ପପାଇଁ ବିଭିନ୍ନ ଘରୋଇ ଉପଚାର ଅଛି , ଭିଭିନ୍ନ ଔଷଧ , ଆୟୁର୍ବେଦିକ ଚିକିସ୍ତା ମଧ୍ୟ ରହିଛି । ତେବେ ସୂର୍ଯ୍ୟମୁଖି ଗଛର ମଞ୍ଜି ର ଲାଭ ବିଷୟରେ ଅନେକ ଲୋକ ଜାଣିଥିବେ ଓ ଅନେକ ଜାଣି ନ ଥିବେ । ତେବେ ଏହି ସୂର୍ଯ୍ୟମୁଖୀ ମଞ୍ଜି ବହୁତ ଉପକାରୀ ହୋଇଥାଏ ଆମ ସ୍ୱାସ୍ଥ୍ୟ ପାଇଁ । ଆମେ ମୋଟାପଣ ପାଇଁ ଖାଦ୍ୟ ପେୟ ରେ ଅନେକ ନିୟନ୍ତ୍ରଣ କରିଥାଉ । ନିଜ ଡାଏଟ ରେ ଅନେକ ଜିନିଷ , ପ୍ରୋଟିନ ଆଦି ମିଶାଇ ଥାଉ । ସେହି ଭଳି ଯଦି ଆପଣ ଡାଏଟ ରେ ସୁର୍ଜ୍ଯମୁଖୀ ମଞ୍ଜୀର ସେବନ କରିବେ ତେବେ ଏହା ଆପଣଙ୍କ ମୋଟାପଣ କୁ କମାଇ ଦେଇଥାଏ ।

ଆଜିକାଲି ଉଚ ରକ୍ତଚାପ ଏକ ସାଧାରଣ ରୋଗ ହୋଇସାରିଲାଣି । ଏହା ପାଇଁ ହାର୍ଟ ଆଟାକ ଭଳି ଅନେକ ରୋଗ ହୋଇଥାଏ । ତେବେ ଏହି ସୂର୍ଯ୍ୟମୁଖୀ ମଞ୍ଜିର ସେବନ ଦ୍ୱାରା ଆପଣ ଉଚ୍ଚ ରକ୍ତଚାପ ଭଳି ରୋଗ ଠାରୁ ମଧ୍ୟ ମୁକ୍ତି ପାଇ ପାରିବେ । ଏହି ମଞ୍ଜିର ମ୍ୟାଗନେସିୟମ ଭଳି ଭିଟାମିନ ମଧ୍ୟ ଅଛି । ତେବେ ଅଳ୍ପ ବୟସର ଯୁବ ପିଢ଼ି ବା ବୟସ୍କ ଲୋକଙ୍କର ମଧ୍ୟ ଏହି ସମସ୍ୟା ରହିଥାଏ ।

ଆଣ୍ଠୁ ଓ ଗଣ୍ଠି ଦରଜ । ତେବେ ଏହା ବିଭିନ୍ନ କାରଣରୁ ହୋଇପାରେ କିନ୍ତୁ ମୁଖ୍ୟ କାରଣ ହେଉଛି ଶରୀରରେ କ୍ୟାଲସିୟମ ର ଅଭାବ । ତେଣୁ ଯଦି ଶରୀରରେ କ୍ୟାଲସିୟମ ର ଅଭାବ ରହୁଥାଏ ତେବେ ଆପଣ ଏହି ସୂର୍ଯ୍ୟମୁଖୀ ମଞ୍ଜିର ସେବନ କରନ୍ତୁ । କାରଣ ଏହି ସୂର୍ଯ୍ୟମୁଖୀ ମଞ୍ଜିରେ କ୍ୟାଲସିୟମ ମଧ୍ୟ ରହିଥାଏ । ଅନେକ ଝିଅ ବା ପୁଅ ନିଜର ମୁହଁରେ ପ୍ରାକୃତିକ ଚମକ ପାଇବାକୁ ଇଛା କରନ୍ତି ।

ତେବେ ଏହି ପ୍ରାକୃତିକ ଚମକ ବା ଗ୍ଲୋ ପାଇବା ପାଇଁ ଆପଣ ସୂର୍ଯ୍ୟମୁଖୀ ମଞ୍ଜିର ଵ୍ୟଵହାର ନିଜ ଖାଦ୍ୟ ରେ କରନ୍ତୁ । କାରଣ ଏଥିରେ ଭିଟାମୀନ E ରହିଥାଏ । ଯାହା ଆମ ଚର୍ମକୁ ଏକ ପ୍ରାକୃତିକ ଗ୍ଲୋ ପ୍ରଦାନ କରିଥାଏ । ଏହି ସୂର୍ଯ୍ୟମୁଖୀ ମଞ୍ଜିର ସେବନ ଦ୍ୱାରା ସୂର୍ଯ୍ୟଙ୍କ ସହ ଜଡିତ ଯେକୌଣସି ରୋଗ ହୋଇଥିଲେ ମଧ୍ୟ ଭଲ ହୋଇଯାଏ ।

ତେବେ ଆପଣ ସମସ୍ତେ ଜାଣିଥିବେ ଏହାର ତେଲ ମଧ୍ୟ ଶରୀର ପାଇଁ ବହୁତ ଉତ୍ତମ ଅଟେ । ତେଣୁ ତାକ୍ତର ମାନେ ମଧ୍ୟ ଏହାର ତେଲ କୁ ରୋଷେଇ ରେ ବ୍ୟବହାର କରିବା ର ଉପଦେଶ ଦେଇଥାନ୍ତି । ବିଶେଷ କରି ଯେଉଁମାନେ ହାର୍ଟ ରୋଗୀ ହୋଇଥାନ୍ତି । ତେବେ ପ୍ରତେକ ଜିନିଷ ସୀମା ଭିତରେ ଖାଇବା ଉଚିତ ତେଣୁ ଏହାର ସେବନ ମଧ୍ୟ ଯେତିକି ଦରକାର ସେତିକି ବ୍ୟବହାର କରନ୍ତୁ । ବେଶୀ କରିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ମଧ୍ୟ ହୋଇପାରେ

Leave a Reply

Your email address will not be published. Required fields are marked *