Vastu Tips – ମୟୁର ପଙ୍ଖର 5ଟି ଚମତ୍କାରୀ ଲାଭ, ଯାହାକୁ ଜାଣିବା ପରେ ଆପଣ ଏହାକୁ ଘରକୁ ନ ଆଣି ରହି ପାରିବେନି

ବନ୍ଧୁଗଣ ପୌରାଣିକ କଥା ଅନୁସାରେ ମୟୂର ପଂଖର ବିଶେଷ ମହତ୍ତ୍ଵ ରହିଛି । ମୟୂର ପଙ୍ଖକୁ ଭଗବାନ କୃଷ୍ଣ ଙ୍କ ମୁକୁଟ ଉପରେ ସ୍ଥାନ ମିଳିଛି । ଏହା ସହ ଇନ୍ଦ୍ର ଦେବତା ମଧ୍ୟ ମୟୂର ର ସିଂହାସନ ଉପରେ ହିଁ ବିରାଜମାନ କରୁଥିଲେ । ପୂର୍ଣ୍ଣ ଯୁଗରେ ମୟୂର ପଙ୍ଖ ଦ୍ବାରା ଲେଖା ମଧ୍ୟ ହେଉଥିଲା । ଯେଉଁ କାରଣରୁ ସମସ୍ତ ବାସ୍ତୁ ଶାସ୍ତ୍ରରେ ବି ମୟୂର ପଙ୍ଖକୁ ଗୋଟେ ଖାସ ସ୍ଥାନ ଦିଆଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ମୟୂର ପଙ୍ଖର କିଛି ଆଶ୍ଚର୍ଯ୍ୟ ଜନକ ଲାଭ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

୧:- ଯେଉଁ ବ୍ୟକ୍ତି ନିଜ ଘରେ ଦୁଇଟି ମୟୂର ପଙ୍ଖ ରଖିଥାଏ ସେହି ଘରେ କେବେ କେହି ଅଲଗା ହୁଅନ୍ତି ନାହିଁ । ଏହି ମୟୂର ପଙ୍ଖ ରଖିବା ଦ୍ୱାରା ଘରେ ସମସ୍ତେ ଏକାଠି ମିଳିମିଶି ରହିବାକୁ ଇଚ୍ଛା କରିଥାନ୍ତି । ଏବଂ ଘରେ କେବେ କୌଣସି ସମସ୍ୟା ରହେ ନାହିଁ ।

୨:- ଯେଉଁ ବ୍ୟକ୍ତି ନିଜ ପାଖରେ ସବୁବେଳେ ଗୋଟେ ମୟୂର ପଙ୍ଖ ରଖିଥାଏ ସେହି ବ୍ୟକ୍ତିର କେବେ କୌଣସି ଅମଙ୍ଗଳ ହୁଏ ନାହିଁ । ଏବଂ ସମସ୍ତ କାର୍ଯ୍ୟରେ ସଫଳତା ସହ ଲାଭ ମଧ୍ୟ ହୋଇଥାଏ । ଏହି ବ୍ୟକ୍ତି ଙ୍କ ଉପରେ ଭଗବାନ ଙ୍କ କୃପା ରହିଥାଏ ।

୩:- ଯଦି କୌଣସି ଛାତ୍ର ଛାତ୍ରୀ ଙ୍କର ପାଠ ପଢାରେ ମନ ଲାଗୁନାହିଁ ତେବେ ସେ ଗୋଟିଏ ମୟୂର ପଙ୍ଖ ନେଇ ନିଜର ବହି କିମ୍ବା ବ୍ୟାଗ ଭିତରେ ରଖିଦିଅନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ମନରେ ସକାରାତ୍ମକ ଊର୍ଜା ବଢ଼ିଥାଏ ଏବଂ ମନରେ ପାଠ ପଢିବା ପାଇଁ ଇଚ୍ଛା ରହିଥାଏ । ଏହା ଦ୍ବାରା ଆପଣ ବୁଦ୍ଧିମାନ ମଧ୍ୟ ହୋଇଯିବେ ।

୪:- ନିଜ ପକେଟ କିମ୍ବା ପର୍ସ ରେ ଯଦି ଆପଣ ଗୋଟେ ମୟୂର ପଙ୍ଖ ରଖୁଚନ୍ତି ତେବେ ଆପଣଙ୍କ ଉପରେ ଥିବା ରାହୁ ଦଶା ଶେଷ ହୋଇଯିବ । ଏବଂ ଆପଣଙ୍କୁ ଧନର ଅଭାବ ମଧ୍ୟ ରହିବ ନାହିଁ । ଆପଣଙ୍କ ଧନ ସମ୍ବନ୍ଧିତ ସବୁ ସମସ୍ୟାର ସମାଧାନ ହୋଇଯିବ ।

୫:- ମୟୂର ର ସବୁଠୁ ପ୍ରିୟ ଆହାର ସାପ ଅଟେ । ତେଣୁ ଯେଉଁଠାରୁ ମୟୂର ରହିଥାଏ ସେଠାକୁ ସାପ କେବେ ମଧ୍ୟ ଯାଏ ନାହିଁ । ତେଣୁ ଯଦି ଆପଣ ଘରେ ମୟୂର ପଙ୍ଖ ରଖିବେ ତେବେ ଆପଣଙ୍କ ଘରକୁ ସାପ କଦାପି ଯିବ ନାହିଁ । ଘରେ ବାସ୍ତୁ ଦୋଷ ଥିଲେ ଘର ବାହାରେ ତିନୋଟି ମୟୂର ପଙ୍ଖ ରଖନ୍ତୁ ଏହା ଦ୍ଵାରା ସମସ୍ୟା ବାସ୍ତୁ ଦୋଷ ଶେଷ ହେବ । ତେବେ ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *