ଆମେ ସମସ୍ତେ ଆମ ଜୀବନରେ ବହୁତ ସମସ୍ୟା ଦେଖିଥାଉ । ଆମେ ସର୍ବଦା ଭାବି ଥାଉ କି ଆମ ଜୀବନରେ କଣ ପାଇଁ ସମସ୍ୟା ରହିଥାଏ । ସେହି ସମସ୍ୟା କିଛି ବି ହୋଇପାରେ । ଯେପରି ଆର୍ଥିକ , ପାରିବାରିକ ଅଶାନ୍ତି ଆଦି । ତେବେ ପ୍ରାୟତଃ ବହୁତ ଲୋକ ଭାବିଥାନ୍ତି କି ଆମେ କାହିଁକି ଗରିବ ହୋଇଥାଉ । ଆମ ଜୀବନରେ ଆର୍ଥିକ ସ୍ଥିତି ସବୁ ବେଳେ କଣ ପାଇଁ ଖରାପ ହୋଇଥାଏ । ତେଣୁ ଆଜି ଆମେ ଏହି ବିଷୟରେ ଏକ କାହାଣୀ କହିବୁ । ତେବେ କୌଣସି ଏକ ସ୍ଥାନରେ ଏକ ଗରିବ କୃଷକ ରହୁଥିଲା । ସେ ଅନେକ ପରିଶ୍ରମୀ ଥିଲା ।
କିନ୍ତୁ ତା ମନରେ ସର୍ବଦା ଗୋଟିଏ ପ୍ରଶ୍ନ ରହିଥାଏ କି ମୁଁ ଏତେ ପରିଶ୍ରମ କରୁଛି ତଥାପି ଏତେ ଗରିବ କଣ ପାଇଁ । ତେବେ ଲୋକ ଟି ସବୁଦିନ ସକାଳୁ ନିଜର ଜମିକୁ ଯାଏ । ସେ ଦେଖେ ଅନେକ ଲୋକ ବୁଦ୍ଧଙ୍କ ନିକଟିକୁ ଯାଉଛନ୍ତି କିନ୍ତୁ ସେମାନେ ଗରିବ ହେଲେ ମଧ୍ୟ ଖୁସି ରେ ଅଛନ୍ତି । ସେ ଗୋଟିଏ ଦିନ ସ୍ଥିର କଲା ଯେ ସେ ମଧ୍ୟ ବୁଦ୍ଧ ଙ୍କ ନିକଟକୁ ଯିବ ।
କିନ୍ତୁ ପରେ ଭାବିଲା ମୁଁ ଗଲେ କଣ ସେ ମତେ ଜ୍ଞାନ ଦେବେ । ଏହିପରି ଭାବି ଲୋକ ଟି ଗଲା ନାହିଁ । ତେବେ ଦିନେ ଲୋକଟି ବହୁ ଚେଷ୍ଟା ପରେ ବୁଦ୍ଧଙ୍କ ନିକଟକୁ ଗଲା । ଯାଇକି ସେଠାରେ କହିଲା ଯେ ଗୁରୁ ମୁଁ ଏତେ ଗରିବ କଣ ପାଇଁ ମୋର ଏତେ ଦୁଃଖ କାହିଁକି ? ବୁଦ୍ଧ ଉତ୍ତର ଦେଲେ ତାକୁ କହିଲେ ତୁମେ କେବେ କାହାକୁ କିଛି ଦେଇଛ ?
କାହାକୁ ଖୁସି ପ୍ରଦାନ କରିଛ ? ସେ କହିଲା ମୁଁ ତ ଗରିବ ମୁଁ କାହାକୁ କିପରି ଅର୍ଥ ଦେବୀ , ମୁଁ ନିଜେ ଦୁଖୀ ଅନ୍ୟକୁ କିପରି ସୁଖ ଦେବୀ । ଏହା ଶୁଣି ବୁଦ୍ଧ କହିଲେ ତୁମକୁ ଭଗବାନ ସୁନ୍ଦର ମୁଖ, ମସ୍ତିଷ୍କ ଓ ହାତ ଦେଇଛନ୍ତି । ତୁମେ କାହାକୁ କିଛି ନ ଦେଇପାରିଲେ ମଧ୍ୟ ଶାରୀରିକ ଖୁସି ତ ଦେଇ ପାରିବ ନା । ନିଜର ମସ୍ତିଷ୍କ ରୁ ଅନ୍ୟ ପାଇଁ ଭଲ ଭାବନା ।
ବାଣୀରେ ଅନ୍ୟକୁ ଖୁସି ଦେବା ଆଦି । ଯଦି ତୁମେ ଅନ୍ୟକୁ ଖୁସି ଶାନ୍ତି ଦେବ । ତେବେ ତୁମ ଜୀବନରେ ମଧ୍ୟ ଖୁସି ଓ ସୁଖ ଆସିବ । ଯେମିତି ଆମେ ଏକ ମଞ୍ଜି ପୋତିଲେ ସେଥିରୁ ଫଳ ବାହାରିଥାଏ । ସେହି ଫଳ ମିଠା ହୋଇପାରେ ଖଟା ମଧ୍ୟ ହୋଇପାରେ ।
ସେହିଭଳି ଆମେ ଯଦି ଅନ୍ୟକୁ ସାହାର୍ଯ୍ୟ କରିବା ଆମ ଜୀବନ ମଧ୍ୟ ସୁଖମୟ ହେବ । କିନ୍ତୁ ଯଦି ଅନ୍ୟକୁ କଷ୍ଟ ଦେବା ଆମେ ବି କଷ୍ଟ ରେ ରହିବା । ଜୀବନରେ ସର୍ବଦା ନିଜ କଥା ନ ଭାବି ଅନ୍ୟମାନଙ୍କ ବିଷୟରେ ମଧ୍ୟ ଭାବିବା ଉଚିତ । । ଏହି ଭାବନା ଯେପରି ଅନ୍ୟର କ୍ଷତି ନ କରେ । ଆମ ଜୀବନରେ ଆମେ ଯେପରି କାର୍ଯ୍ୟ କରିବା ସେହି ପରି ଫଳ ପାଇବା ।