ବନ୍ଧୁଗଣ ଡାଇବେଟିସ ବର୍ତମାନ ସମୟରେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଡାଇବେଟିସ ସମ୍ପୂର୍ଣ ଭାବରେ ଠିକ କରିବା ପାଇଁ କୌଣସି ଔଷଧ ନାହିଁ । ଶରୀରରେ ରକ୍ତରେ ସୁଗର ର ମାତ୍ର ଅଧିକ ହେବା ଦ୍ଵାରା ମଧୁମେୟ ବ ଡାଇବେଟିସ ହୋଇଥାଏ । ଡାଇବେଟିସ କୁ ନିୟନ୍ତ୍ରଣ କରିବା ପାଇଁ ଡକ୍ଟର ଔଷଧ ର ସେବନ କରିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବୁ ଯାହା ଖାଇବା ଦ୍ଵାରା ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ । ତେବେ ଚଲାନ୍ତୁ ଜାଣିବା ।
ଅଲିଭ ଅଏଲ ଥିବା ସୁଗର ର ପରିମାଣ କୁ କମ କରିଥାଏ ଯାହା ଦ୍ଵାରା ଡାଇବେଟିସ ମଧ୍ୟ କନ୍ଟ୍ରୋଲ ହୋଇଥାଏ । ଅଲିଭ ଅଏଲ ଖାଇବା ପାଇଁ ଡାକ୍ତର ନିଜେ ମଧ୍ୟ କହିଥାନ୍ତି । ବଜାରରେ ମିଳୁଇଥିବା ଅନ୍ୟ ତେଲ ମାନଙ୍କ ଠାରୁ ଡାଇବେଟିସ ରୋଗୀ ମାନଙ୍କ ପାଇଁ ଅଲିଭ ଅଏଲ ସବୁଠୁ ଉପକାରୀ ହୋଇଥାଏ ଏବଂ ଭଲ ହୋଇଥାଏ ।
ସବୁଜ ପାରିବ ଯେପରିକି ବିନ୍ସ, ପାଳଙ୍ଗ ଶାଗ, କାଙ୍କଡ ସୁଗର ରୋଗୀ ମାନଙ୍କ ପାଇଁ ଅଭୁତ ଭଲ ହୋଇଥାଏ । ଏହା କୌଣସି ଔଷଧ ଠାରୁ କମ ହୋଇନଥାଏ । ଏହା ସୁଗର କୁ କନ୍ଟ୍ରୋଲ କରିବାରେ ବହୁତ ଚମତ୍କାରୀ ହୋଇଥାଏ । ସୁଗର କୁ ନିୟନ୍ତ୍ରଣ କରିବା ପାଇଁ ଯେତେ ସମ୍ଭବ ତଟକା ସବୁଜ ପରିବା ଖାଆନ୍ତୁ ।
ଓଟମିଲ ରେ ଫାଇବାର ଥାଏ, ଯାହା ହଜମକ୍ରିୟାକୁ ତ୍ୱରାନ୍ୱିତ କରିବା ସହ କବଜ ସମସ୍ୟାରୁ ଦୂରେଇ ରଖେ । ଏହା ଧୀରେ ଧୀରେ ହଜମ ହେବା ଯୋଗୁଁ ଆମ ରକ୍ତରେ ଧୀରେ ଧୀରେ ସୁଗାର ମିଶିଥାଏ, ତେଣୁ ସକାଳ ଜଳଖିଆରେ ଓଟମିଲ୍ ଖାଇବା ଦ୍ଵାରା ରକ୍ତରେ ସୁଗାର ସ୍ତର ବଢି ନଥାଏ । ଗବେଷଣାରୁ ଦେଖାଯାଇଛି କି ସକାଳୁ ପ୍ରତିଦିନ ଓଟ୍ସ ସେବନ କରିବା ଦ୍ଵାରା ପ୍ରି-ଡାଇବେଟିକ ହେବା ଅର୍ଥାତ ୩୦ ବର୍ଷ ପୂର୍ବରୁ ଡାଇବେଟିସରେ ପୀଡିତ ହେବାର ସମ୍ଭାବନା ୪୦% କମି ଯାଇଥାଏ ।
ସମସ୍ତ ପ୍ରକାରର କୋଳି ଯଥା ବ୍ଲୂ ବେରି, ରସବେରୀ, ଜାମୁ କୋଳି ଆଦି ମଧ୍ୟ ଡାଇବେଟିସ କୁ ନିୟନ୍ତ୍ରଣ ରଖିବାରେ ବହୁତ ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ ସି ଏବଂ ଫଳିକ ଏସିଡ ଶରୀରର ସୁଗର ଲେଭେଲ କୁ ବ୍ଯାଲାନ୍ସ କରିଥାଏ ।
ଏହା ବ୍ଯତୀତ ରସୁଣ, ସମସ୍ତ ପ୍ରକାରର ଡାଲି, ଦହି, ପିନଟ, ବଟର, ଆଭାକାଡୋ, ସାଇଟ୍ରସ ଫୁଡ୍, ରେଡ ଓନିୟନ, ଚିଆ ସିଡ୍ସ, ଗ୍ରୀନ ଟି ଆଦିର ସେବନ ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ।ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।