ଏହାକୁ ଲଗାନ୍ତୁ, ଦାନ୍ତ ବିନ୍ଧା ତୁରନ୍ତ ଭଲ ହେବ, 90 ବର୍ଷ ପର୍ଯ୍ୟନ୍ତ ଦାନ୍ତ ଝଡିବ ନାହିଁ ( Healthy Tips )

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣମାନଙ୍କ ପାଇଁ  ଦାନ୍ତ ବିନ୍ଧା ଦୂର କରିବାର ଘରୋଇ ଉପକରଣ କହିବୁ । ଯିଏ ଦାନ୍ତବିନ୍ଧା କୁ ସହ କରିଛି ସେହି ହିନ ଜାଣିଥିବ ତାହା କେତେ ଭୟଙ୍କର । କଥାରେ କୁହାଯାଏ କି ଦାନ୍ତବିନ୍ଧା ଶତ୍ରୁକୁ ଭି ନ ଆସୁ । ଦାନ୍ତବିନ୍ଧା ମଣିଷକୁ ରାତି ରାତି ଶୋଇବାକୁ ଦେଇନଥାଏ । ଏହା ସାଧାରଣତ ବାହାର ଜିନିଷ ବା ମିଠା ପଦାର୍ଥର ଅତ୍ୟଧିକ ମାତ୍ରାରେ ସେବନ କରିବା ହେତୁ ହୁଏ ।

ସାମାନ୍ୟ ଭାବରେ ସାନ ପିଲାମାନଙ୍କ ର ଦାନ୍ତବିନ୍ଧା ସମସ୍ୟା ଦେଖାଯାଇଥାଏ । ତେବେ ଆଜି ଆମେ ଆପଣମାନଙ୍କ ପାଇଁ ଘରୋଇ ଉପଚାର ନେଇକି ଆସିଛି । ଯାହାକୁ କରିବା ସହଜ ଓ ସରଳ ଅଟେ । ମାତ୍ର ଯଦି ଆପଣଙ୍କ ଦାନ୍ତବିନ୍ଧା ଅଧିକ ହେଉଛି ଓ ନିକଟରେ ଡାକ୍ତର ଉପଲବ୍ଧ ଥାନ୍ତି ତେବେ ପ୍ରଥାମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ମାତ୍ର ଡାକ୍ତର ସହ ଆପଣଙ୍କ ଭେଟ ସମ୍ଭବ ନୁହେଁ ତେବେ ଏହି ଉପଚାର ଗୁଡିକ ମଧ୍ୟ ରୁ କୋଣସି ଗୋଟାଏ ଉପାୟ ବ୍ୟବହାର କରିପାରିବେ । ପ୍ରଥମ ଉପାୟ ହେଲା ଉଷୁମ ପାଣିରେ ଲୁଣ ମିଶାଇ କୁଲା କରନ୍ତୁ । ଲୁଣରେ ଏନ୍ଟି ବ୍ୟକ୍ଟେରିଆ ଗୁଣ ରହିଥାଏ ଯାହା ଦାନ୍ତ ଥିବା ଖରାପ ଜୀବାଣୁ କୁ ଦୂର କରିବାରେ ସହାୟକ ହୋଇଥାଏ । ଆପଣ ଲବଙ୍ଗକୁ ବ୍ୟବହାର କରି ମଧ୍ୟ ଦାନ୍ତବିନ୍ଧା ରୁ ମୁକ୍ତି ପାଇପାରିବେ ।

ଆପଣଙ୍କୁ ଯଦି ଲବଙ୍ଗ ତେଲ ମିଳେ ତେବେ ତାହାକୁ ତୁଳା ସାହାଯ୍ୟରେ ଦାନ୍ତବିନ୍ଧା ହେଉଥିବା ସ୍ଥାନରେ କିଛି ସମୟ ପାଇଁ ଲଗେଇ ରଖନ୍ତୁ । ଆପଣ ଦେଖିବେ 10 ମିନିଟ୍ ରେ ଆପଣକ ଦାନ୍ତବିନ୍ଧା ସମସ୍ଯା ଦୂର ହୋଇଯିବ । ଆପଣଙ୍କ ଗୋଟାଏ ଦୁଇଟା ଲବଙ୍ଗକୁ ନେଇ ତାହାକୁ ବାଟି ତହି ଗୁଣ୍ଡକୁ  ଦାନ୍ତ ବିନ୍ଧୁଥିବା ସ୍ଥାନରେ 5-10 ମିନିଟ ପାଇଁ ଲଗାନ୍ତୁ । ଦେଖିବେ ଲବଙ୍ଗକୁ ଖରାପ ଦାନ୍ତ ଉପରେ ଲଗେଇବା ଦ୍ଵାରା ଭୟଙ୍କର ରୁ ଭୟାନକ ଦାନ୍ତବିନ୍ଧା ଦୂର ହୋଇଯାଏ ।

ଏହା ବ୍ୟତୀତ ପିଆଜ ମଧ୍ୟ ଦାନ୍ତବିନ୍ଧା କୁ ଦୂର କରିଥାଏ । ପ୍ରଥମେ ଆପଣ ପିଆଜକୁ ଭଲଭାବରେ ପେଷ୍ଟ କରି ନିଅନ୍ତୁ ଏବଂ ତା ପରେ ଆପଣଙ୍କ ଦାନ୍ତ ବିନ୍ଧୁଥିବା ସ୍ଥାନରେ ତାହାକୁ ରଖିବେ । କାରଣ ପିଆଜକୁ ବାଟିବା ପରେ ଯେଉଁ ପାଣି ବାହାରିଥାଏ ତାହା ବହୁତ ଉପକାର ସାଧି ଥାଏ । ଏହା ଛଡା ଦାନ୍ତବିନ୍ଧା ପାଇଁ ବରଫ ର ପ୍ରୋୟଗ କରିପାରିବେ । ଦାନ୍ତବିନ୍ଧା ସ୍ଥାନରେ ବରଫ ଲଗେଇବା ଦ୍ଵାରା ତୁରନ୍ତ ବିନ୍ଧା ରୁ  ମୁକ୍ତି ପ୍ରାପ୍ତ କରିଥାନ୍ତି ।

ରସୁଣରେ ଏନ୍ଟି ଇମଫ୍ଲାମେଣ୍ଟ ଗୁଣ ଭରିରହିଚ୍ଚି ଯାହା ଦାନ୍ତ ବିନ୍ଧାକୁ ଦୂର କରିଥାଏ । ଆପଣ ରସୁଣକୁ ପେଷ୍ଟ କରି ଦାନ୍ତବିନ୍ଧା ସ୍ଥାନରେ ଲଗେଇବା ଦ୍ଵାରା ତୁରନ୍ତ ବିନ୍ଧା ଦୂର ହୋଇଥାଏ । ଆପଣ ଏହି ଉପଚାର ମଧ୍ୟ କୋଣସି ଏକ ଉପାୟ କୁ ବ୍ୟବହାର କରି ଦାନ୍ତ ବିନ୍ଧାରୁ ମୁକ୍ତି ପାଇପାରିବେ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ, ଶେୟାର ଓ କମେଣ୍ଟ କରନ୍ତୁ ।  

Leave a Reply

Your email address will not be published. Required fields are marked *