2 ମିନିଟରେ (ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା) ଭଲ ହୋଇଯିବ ( Healthy Tips )

ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକ ଦାନ୍ତ ବିନ୍ଧା ସମସ୍ୟାରେ ପୀଡିତ ହେଉଛନ୍ତି । ଏଥିପାଇଁ ବହୁତ ଅଧିକ କଷ୍ଟ ବା ଯନ୍ତ୍ରଣା ଅନୁଭବ ହୁଏ । ଦାନ୍ତ ବିନ୍ଧାକୁ ଦୂର କରିବା ପାଇଁ ଅନେକ ପ୍ରକାରର ମେଡ଼ିସିନର ବ୍ୟବହାର କରନ୍ତି । ଯାହା ପରେ ଅଳ୍ପ ମାତ୍ରାରେ ରିହାତି ମିଳିଥାଏ । କିନ୍ତୁ ପୂରାପୂରି ଭଲ ହୁଏ ନାହି ।

ଆଜି ଆମେ ଆପଣଙ୍କ ସହ ଏମିତି 3ଟି ଘରୋଇ ଉପଚାର ବିଷୟରେ କହିବୁ ଯାହା ବନାଇବା ସହଜ ଅଟେ । ଏହା ସଂପୂର୍ଣ୍ଣ ନ୍ଯାଚୁରାଲ ରେମେଡି ଅଟେ । ଯାହାର ପ୍ରୟୋଗ କରି ଭୟଙ୍କର ରୁ ଭୟଙ୍କର ପୁରୁଣା ଦାନ୍ତ ବିନ୍ଧା ସମସ୍ଯା ଦୂର ହୋଇଯିବ ।ପ୍ରଥମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ଅଛି ହେଙ୍ଗୁ ଯାହା ଆପଣଙ୍କୁ ସହଜରେ ମିଳିଯିବ ।

4ରୁ 5 ଚିମୁଟା ହେଙ୍ଗୁ ନିଅନ୍ତୁ । ଏହାପରେ ଏକ ଚାମଚ ଲେମ୍ବୁ ରସ ଆଡ କରନ୍ତୁ । ଏହି 2ଟି ସାମଗ୍ରୀକୁ ଭଲରେ ମିଶ୍ରଣ କରନ୍ତୁ । ଏବେ ଆପଣ ଏହାକୁ ଗରମ କରନ୍ତୁ । ଯେଉଁଠି ଦାନ୍ତ ବିନ୍ଧା ହେଉଛି ତୁଳା ସାହାଯ୍ୟରେ ଏହି ମିଶ୍ରଣକୁ ନେଇ ଲଗାନ୍ତୁ । ଦେଖିବେ ତୁରନ୍ତ ରିଲିଫ ମିଳିବ । ଏକ ଘଣ୍ଟା ଯାଏଁ ଏହାକୁ ଦାନ୍ତରେ ଲଗାଇ ରଖନ୍ତୁ ।

ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଗୋଟେ ପିଆଜ । ଯାହା ସହଜରେ ରୋଷେଇ ଘରୁ ମିଳିଯିବ । ଯଦି ଆପଣଙ୍କ ପାଖରେ ହେଙ୍ଗୁ ନାହି ତେବେ ପିଆଜ ରେମେଡି ନିହାତି ଟ୍ରାଏ କରନ୍ତୁ । ପିଆଜର ଚୋପା କାଢି ଛୋଟ ଛୋଟ ପିସ କରନ୍ତୁ । ଏହାପରେ ପିଆଜର ପେଷ୍ଟ ପ୍ରସ୍ତୁତ କରି ଏହାକୁ ଛାଣି ଏହାର ରସ ବାହାର କରନ୍ତୁ ।

ଏକ ତୁଳା ନେଇ ପିଆଜ ରସରେ ବୁଡାଇ ଯେଉଁ ଜାଗାରେ ଦାନ୍ତ ବିନ୍ଧା ହେଉଛି ସେଠାରେ ଲଗାଇ ରଖନ୍ତୁ । ଏହାକୁ ଆପଣଙ୍କୁ 1 ଘଣ୍ଟା ଯାଏଁ ରଖିବାକୁ ହେବ । ଏହି ସମୟରେ ଖାଇବା ଓ ପାଣିର ସେବନ କରନ୍ତୁ ନାହି । ଦେଖିବେ ଦାନ୍ତ ବିନ୍ଧା ସମସ୍ଯା ତୁରନ୍ତ ଦୂର ହେବ ।

ତୃତୀୟ ରେମେଡି ବନାଇବା ପାଇଁ ପିଜୁଳି ପତ୍ରର ଆବଶ୍ୟକ ରହିଛି । ଯାହା ଆପଣଙ୍କୁ ସହଜରେ ମିଳିଯିବ । 2ରୁ 3ଟି ପିଜୁଳି ପତ୍ର କୁ ଚୋବାନ୍ତୁ ଯେବେ ବି ଆପଣଙ୍କର ଦାନ୍ତ ବିନ୍ଧା ହେଉଛି । ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ସମସ୍ଯା ଦୂର ହେବା ସହ ପାଟି ରୁ ଅନେକ ପ୍ରକାରର ସମସ୍ଯା କୁ ଦୂର କରିଥାଏ ।

ପାଟି ଜନିତ ଅନେକ ସମସ୍ୟାକୁ ଦୂର କରିବା ପାଇଁ ପିଜୁଳି ପତ୍ରର ଭୂମିକା ବହୁତ ଅଧିକ ରହିଛି । ଯଦି ଆପଣଙ୍କର ଦାନ୍ତ ଅଧିକ ବିନ୍ଧା ହେଉଛି ତେବେ ଏକ ଗ୍ଳାସ ପାଣିରେ କିଛି ପିଜୁଳି ପତ୍ର ନେଇ ଫୁଟାନ୍ତୁ । ଏହି ପାଣି ଥଣ୍ଡା ହେବା ପରେ କୁଳି କରନ୍ତୁ । ଦେଖିବେ ତୁରନ୍ତ ଦାନ୍ତ ବିନ୍ଧା ସମସ୍ଯା ଦୂର ହୋଇଯିବ । ମାଢି ଫୁଲିଥିଲେ, ପାଇରିଆ ସମସ୍ଯା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *