ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଜାଣିବା ପାନ ପତ୍ର ର କିଛି ଉପକାରିତା ବିଷୟରେ । ଆପଣ ନିଶ୍ଚିତ ଭାବରେ କେବେ ନା କେବେ ପାନ ନିହାତି ଖାଇଥିବେ,ଏହା ଏକ ମାଉଥ ଫ୍ରେସନର ସହିତ,ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହାକୁ ସବୁ ବ୍ୟସର ଲୋକ ବ୍ୟବହାର କରନ୍ତି । ଖାଦ୍ୟ ଖାଇବା ପରେ ଠିକ୍ ଭାବରେ ହଜମ ହେବା ପାଇଁ ଏହାକୁ ବ୍ୟବହାର କରାଯାଏ ।
ଆଉ ଏହା କେବଳ ଏତିକି କରେନି ଆମ ଶରୀରରେ ଥିବା ଭିନ୍ନ ଭିନ୍ନ ସମସ୍ୟାକୁ ଦୁରେଇ ଦେଇଥାଏ । ଯଦି ଆପଣଙ୍କ ହାର୍ଟ ଏବଂ ବ୍ଲଡ଼ ଆର୍ଟେରି ଦୁର୍ବଳ ଥାଏ ତେବେ ଆପଣ ଆଜି ଠାରୁ ପାନ ଖାଇବା ଆରମ୍ଭ କରିଦିଅନ୍ତୁ । ଏହା ଏକ ଏପରି ଔଷଧୀୟ ପତ୍ର ଯାହା ଦ୍ୱାରା ଅନେକ ପ୍ରକାର ର ରୋଗ ଦୂର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ପାନ ପତ୍ର ରେ ଥିବା ଔଷଧୀୟ ଗୁଣ ବିଷୟରେ ।
ଏହା ଖାଦ୍ୟ ହଜମ କରିବାରେ ବହୁତ ସାହାଯ୍ୟ କରିଥାଏ,ଏହା ଆମ ସାଲାଇଭା ଗ୍ଲାଣ୍ଡକୁ ସକ୍ରିୟ କରେଇଥାଏ । ଆଉ ଯାହାଦ୍ୱାରା ଲାଳ ସୃଷ୍ଟି ହୁଏ ଓ ଆମେ ଖାଉଥିବା ଖାଦ୍ୟ କୁ ଛୋଟ ଛୋଟ ଭାଗ କରିଥାଏ, ଯାହାଦ୍ୱାରା ବହୁତ ସହଜ ରେ ଖାଦ୍ୟ ହଜମ ହୋଇଯାଏ । ପେଟ ଜନିତ ସମସ୍ୟା କୁ ମଧ୍ୟ ଏହା ଦୂର କରିଥାଏ,ଆଉ ଆମର କବଜ ଜନିତ ସମସ୍ୟାକୁ ମଧ୍ୟ ଠିକ କରିଥାଏ । ପାନ ରେ ଥିବା ଔଷଧୀୟ ଗୁଣ ବାକ୍ଟେରିଆ ର ପ୍ରଭାବ କୁ କମ୍ କରିଥାଏ । ଯେଉଁ ମାନଙ୍କ ମୁହଁରୁ ଦୁର୍ଗନ୍ଧ ବାହାରେ ସେମାନଙ୍କ ପାଇଁ ପାନ ବହୁତ ଲାଭଦାୟକ ହୋଇଥାଏ । ମାଢି ଜନିତ ସମସ୍ୟା ପାଇଁ ଏହି ପାନର ସେବନ ବହୁତ ଲାଭଦାୟୀ ହୋଇଥାଏ ।
ତେବେ ଯଦି ଆପଣ ଥଣ୍ଡା ରେ ପୀଡ଼ିତ ଅଛନ୍ତି ତେବେ ପାନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ, ପାନ ପତ୍ର କୁ ମହୁରେ ମିଶାଇ ଖାଇବା ଦ୍ୱାରା ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପାନରେ ଥିବା ଆନାଲଜେଶିକ୍ ମୁଣ୍ଡ ବିନ୍ଧା ହେଉଥିଲେ ତାହା କମ୍ କରିବା ପାଇଁ ସାହାଯ୍ୟ କରିଥାଏ । ଏହା ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ । ଶରୀର ର ଦୁର୍ଗନ୍ଧ ରୁ ରକ୍ଷା ପାଇବା ପାଇଁ ହେଲେ ପାଞ୍ଚୋଟି ପାନ ପତ୍ର କୁ ପାଣିରେ ଭୀଜାଇ ତାକୁ ଫୁଟାନ୍ତୁ ଆଉ ତାକୁ ଏକ ଗ୍ଲାସରେ ଢାଳି ପିଅନ୍ତୁ, ଏହା ଦ୍ୱାରା ଶରୀର ରୁ ବାହାରୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯାଏ ।
ତେବେ ମୁହଁରେ ଫଟକା ହେଇଥିଲେ ଏହି ପାନକୁ ଚୋବାଇ କୁଳି କରି ନିଅନ୍ତୁ ଆପଣ ଏମିତି ଦିନରେ ୨ ଥର କରନ୍ତୁ ଯାହାଦ୍ୱାର ଆପଣଙ୍କୁ ଆରାମ ମିଳିବ । ପାନ ଚୋବାଈ ଖାଇବା ଦ୍ୱାରା ଓରାଲ୍ କ୍ୟାନସର ରୁ ରକ୍ଷା କରିଥାଏ । ଏଥିରେ ଥିବା ଆସ୍କରବିକ୍ ଏସିଡ୍ ଓ ଆଣ୍ଟି ଅକ୍ସିଡାଣ୍ଟ କ୍ୟାନସର କୁ ସୃଷ୍ଟି କରୁଥିବା ତତ୍ତ୍ଵ କୁ ନଷ୍ଟ କରିଦିଏ ।
ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ, ଏହା ଶରୀର ରେ ଥିବା ମେଟାବୋଲିଜିମ୍ କୁ ବଢାଇ ଥାଏ ଯାହା ଦ୍ୱାରା ଆପଣଙ୍କର ଶରୀର ର ଓଜନ ହ୍ରାସ ପାଇଥାଏ । ଯଦି ଆପଣଙ୍କ ଶରୀର ର କୌଣସି ସ୍ଥାନ ଜଳି ଯାଇଛି ତେବେ ତୁରନ୍ତ ପାନକୁ ବାଟି ତାର ପେଷ୍ଟ କୁ ସେହି ସ୍ଥାନ ରେ ଲଗାନ୍ତୁ ଏବଂ କିଛି ସମୟ ପରେ ଧୋଇଦେଇ ସେହି ସ୍ଥାନ ରେ ମହୁ ଲଗାଇ ଦିଅନ୍ତୁ, ଏହା କରିବା ଦ୍ୱାରା ସେହି ସ୍ଥାନରେ ଥିବା ଘା ଜଲଦି ଠିକ୍ ହୋଇଯାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।