ବନ୍ଧୁଗଣ ନମସ୍କାର, ତେବେ ଜଳ ର ମହତ୍ତ୍ଵ ଜୀବନ ରେ ବହୁତ ଅଧିକ ରହିଥାଏ । ଆମ ଶରୀରରେ ୭୦ ପ୍ରତିଶତ ଜଳ ଭାଗ ରହିଥାଏ । ଜଳ ଆମ ଚର୍ମକୁ କୋମଳ ଓ ଉଜ୍ଜ୍ୱଳ କରିଥାଏ ଏବଂ ଆମକୁ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ । କୁହାଯାଏ ଯେ ପାନୀୟ ଜଳ ଯୋଗୁଁ ଆମେ ଦୈନନ୍ଦିନ ଜୀବନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଅନେକ ରୋଗକୁ ଭଲ କରିପାରିବା ।
ତେବେ ଗରମ ପାଣି ର ମଧ୍ୟ ଅନେକ ଫାଇଦା ରହିଛି । ଯାହା ବହୁତ କମ ଲୋକଙ୍କୁ ଜଣାଥାଏ । ଗରମ ପାଣି ପିଇବା ଦ୍ୱାରା ଆମ ଶରୀର କୁ ଅନେକ ଲାଭ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ ପ୍ରତିଦିନ ଗରମ ପାଣି ପିଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ତେବେ ସର୍ବଦା ସୁସ୍ଥ ରହିବା ପାଇଁ ଆପଣ ଗରମ ପାଣି ପିଇ ପାରିବେ । ତେବେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରକୁ ସଂପୂର୍ଣ୍ଣ ଡିଟକ୍ସ କରି ଥାଏ । ଏହା ସହିତ ସକାଳୁ ଉଠି ଗରଣ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିଥାଏ । ଫଳରେ ଖୁବଶୀଘ୍ର ରୋଗ ଆପଣଙ୍କୁ ହୋଇନଥାଏ । ଏହାସହିତ ପେଟକୁ ସଫା ରଖିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ ।
ଆପଣ ପତଳା ହେବା ପାଇଁ ବହୁ ପ୍ରକାରର ଚେଷ୍ଟା କରୁଥିବେ ଯୋଗ,ପ୍ରାଣାୟମ, ଜିମ ମଧ୍ୟ ଯାଉଥିବେ କିନ୍ତୁ ସବୁଠାରୁ ସହଜ ଉପାୟ ହେଉଛି ଆପଣ ପ୍ରତିଦିନ ସକାଳୁ ଉଠି ଉଷୁମ ପାଣିର ସେବନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଅଯଥା ଚର୍ବି ହ୍ରାସ ପାଇଥାଏ ଏବଂ ଆପଣ ଙ୍କ ଓଜନ ମଧ୍ୟ କମି ଯାଇଥାଏ । ପ୍ରତିଦିନ ସକାଳେ ଗରମ ପାଣି ପିଇବା ଦ୍ୱାରା ସ୍ନାୟୁ ପ୍ରଣାଳୀରେ ଥିବା ଚର୍ବି ହ୍ରାସ ପାଏ ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ ।
ଏହା ଛଡା ଗରମ ପାଣି ପିଇବା ଦ୍ୱାରା ଗଣ୍ଠି ମଜଭୁତ ହୋଇଥାଏ ଏବଂ ଗଣ୍ଠି ଦରଜ କମିଥାଏ । ସେହିପରି ଥଣ୍ଡା ଓ ଗଳା ଜନିତ ସମସ୍ୟା ଭଲ ହୋଇଥାଏ ଏବଂ ଏହି ଗରମ ପାଣି ଆମ କେଶ ତଥା ତ୍ୱଚା ପାଇଁ ମଧ୍ୟ ବହୁତ ଭଲ ତେବେ ଏହା ଦ୍ୱାରା ମୁଖରେ ବ୍ରଣ କିମ୍ବା କୌଣସି ଅନ୍ୟ ସମସ୍ୟା ମଧ୍ୟ ଦେଖାଯାଏ ନାହିଁ ।
ଉଷୁମ ପାଣି ପିଇବା ଦ୍ୱାରା ଭଲ ନିଦ ମଧ୍ୟ ହୋଇଥାଏ । ଯାହାଦ୍ୱାରା ରୋଗ ଠାରୁ ଆମେ ଦୂରରେ ରହିଥାଉ ଏବଂ ଆମ ଶରୀର ସର୍ବଦା ସୁସ୍ଥ ରହିଥାଏ । ତେବେ ଆପଣ ଯଦି ସବୁଦିନ ପାଇଁ ସୁସ୍ଥ ଓ ନିରୋଗ ରହିବାକୁ ଚାହାନ୍ତି ତେବେ ପ୍ରତ୍ୟେକ ଦିନ ସକାଳେ ନିଶ୍ଚିତ ଭାବରେ ଉଷୁମ ପାଣି ପିଅନ୍ତୁ ଏବଂ ନିଜକୁ ରୋଗମୁକ୍ତ କରାନ୍ତୁ ।