ଦାନ୍ତ ସଢିବା ହେବ ଗାୟବ, ଦାନ୍ତ ବିନ୍ଧା ଓ ଦାନ୍ତର ପୋକଖିଆ ତୁରନ୍ତ ଭଲ କରିଦେବ ଏହି 1 ଅଚୁକ ଉପାୟ ( Get rid of Tooth cavity )

ବନ୍ଧୁଗଣ ନମସ୍କାର ତେବେ ପ୍ରାୟତଃ ଅନେକ ବ୍ୟକ୍ତି ଙ୍କ ଦାନ୍ତ ରେ ପୋକ ଲାଗି ଯାଇଥାଏ ଏବଂ ବହୁତ ଯନ୍ତ୍ରଣା ହୋଇଥାଏ । ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ । ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ ।

ଏଭଳି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ । କିନ୍ତ ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ କହିବୁ ଯାହାଦ୍ବାରା ଆପଣଙ୍କ ଦାନ୍ତ ଜନିତ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ । ଆପଣ ମାନଙ୍କ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ ।

ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦାନ୍ତ କୁ ଧଳା ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ଯେତେବେଳେ ଆପଣ ଙ୍କୁ ଦାନ୍ତ ରେ ବହୁତ ଅଧିକ ବିନ୍ଧା ହୋଇଥାଏ ତେବେ ଆପଣ ସେହି ଦାନ୍ତ ଉପରେ ଏହି ମିଶ୍ରଣ ଲଗାନ୍ତୁ । ତେବେ ଆପଣ ଚାରି ଚୁମୁଟାଏ ହେଙ୍ଗୁ ନିଅନ୍ତୁ ଏବଂ ସେଥି ରେ ଅଳ୍ପ ଲେମ୍ବୁ ରସ ପକେଇବା ତେବେ ପରେ ଏହାକୁ ଅଳ୍ପ ଉଷୁମ କରି ଏକ ତୁଳା ସାହାରା ରେ ଏହାକୁ ନିଜ ବିନ୍ଧୁଥିବା ଦାନ୍ତ ଉପରେ ଲଗାନ୍ତୁ ଦେଖିବେ ଏହା ଭଲ ହୋଇଯିବ ।

ନଚେତ ଆପଣ ଏକ ପିଆଜ କୁ ନେଇ ଚୋପା କାଢି ତାକୁ କୁନି କୁନି ପିଆଜ କଟେଇ ତାକୁ ବାଟି ତାର ରସକୁ ଏକ ତୁଳା ସାହାର୍ଯ୍ୟ ରେ ଲଗେଇଲେ । ଏହା ସହ ଆପଣ ଆହୁରି ଏକ ସହଜ ଉପାୟ ଦ୍ୱାରା ନିଜ ଦାନ୍ତ ବିନ୍ଧା କୁ ଭଲ କରି ପାରିବେ । ଆପଣ ନିଜ ଘରେ କିମ୍ବା ଘର ପାଖରେ ଥିବା ପିଜୁଳି ଗଛର ସଫା ପତ୍ର କୁ ଭଲ ଭାବରେ ଧୋଇ ତାକୁ ଧୀରେ ଧୀରେ ଚୋବାଇବା ଦ୍ୱାରା ଦାନ୍ତ ବିନ୍ଧା ବହୁତ ଶୀଘ୍ର କମ ହୋଇ ଯାଇଥାଏ ଏବଂ ଆରାମ ମଧ୍ୟ ମିଳିଥାଏ ।

Leave a Reply

Your email address will not be published. Required fields are marked *