ଯଦି ପତଳାରୁ ମୋଟା ହବାକୁ ଚାହୁଁଛନ୍ତି ତେବେ ଖାଆନ୍ତୁ ଏହି ଗୋଟିଏ ଜିନିଷ, ୧୫ ଦିନରେ ବଢିବ ଓଜନ ( Healthy Tips )

ବନ୍ଧୁଗଣ ଯଦି ଆପଣଙ୍କ ଶରୀର ବହୁତ ପତଳା ଅଟେ, ହାତ ଗୋଡ ପତଳା ତେବେ ଏହା ଦୁର୍ବଳତାର ସଂକେତ ଦେଇଥାଏ । ଯଦି ଆପଣଙ୍କ ହାତ ଗୋଡ ବହୁତ ଅଧିକ ପତଳା ଅଟେ ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିଲେ ଆପଣଙ୍କ ଶରୀରରେ ଶକ୍ତି ବଢିବାକୁ ଲାଗିବ । ଶକ୍ତି ସହ ଏହି ରେମେଡିର ଚମତ୍କାରୀ ଗୁଣ ହୋଇଥାଏ ଓଜନ ବଢାଇବା ।

ଏବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ବ୍ୟବହାର କିପରି କରିବା । ଏହି ରେମେଡି ବନାଇବା ବହୁତ ସହଜ ଅଟେ ଓ ଏଥିରେ ବ୍ଯବହୃତ ହେଉଥିବା ସାମଗ୍ରୀ ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଏହି ରେମେଡି କି ବନାଇବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହି । ତେବେ ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଚଣା ।

ଚଣା ରେ ପୋଷକ ତତ୍ଵ ମିଳିଥାଏ ଯାହା ଆପଣଙ୍କ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାର ସେବନ ଦ୍ଵାରା ହାତ ଗୋଡ ଶକ୍ତିଶାଳୀ ହେବା ସହ ଶରୀରର ଇମ୍ୟୁନିଟି ସିଷ୍ଟମ ବୃଦ୍ଧି ପାଇଥାଏ । ମୁଖ୍ୟ କଥା ହେଲା ଏଥିରୁ ପ୍ରୋଟିନ ବହୁତ ଅଧିକ ମିଳିଥାଏ । ଏକ ପାତ୍ରରେ 3ରୁ 4 ଚାମଚ ଚଣା ନିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଚିନାବାଦାନ ଯାହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ଅଟେ ।

ଆପଣଙ୍କୁ ଚିନାବାଦମ ନ ମିଳିଲେ ପେସ୍ତା ବାଦାମର ପ୍ରୟୋଗ କରି ପାରିବେ । ଥରକ ପାଇଁ ଏକରୁ ଦୁଇ ଚାମଚ ବାଦାମ ନିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି କିସମିସ ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ରକ୍ତ ଅଧିକ ହୋଇଥାଏ । ଏହାର ସେବନ କରିଲେ ଓଜନ ନ୍ୟାଚୂରାଲି ଗେନ ହୋଇଥାଏ । ଥରକ ପାଇଁ ଆପଣ ଏକ ଚାମଚ କିସମିସ ନିଅନ୍ତୁ ।

ପ୍ରଥମେ ଏହି ସବୁ ସାମଗ୍ରୀକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା ପରେ ରାତି ସାରା ଏହାକୁ ଭିଜାଇ ରଖନ୍ତୁ । ସକାଳୁ ଉଠିବା ପରେ ଏକ ଗ୍ଳାସ ପାଣିର ସେବନ କରନ୍ତୁ । ସକାଳ ଜଳଖିଆରେ ଆପଣ ଏହି ସବୁ ସାମଗ୍ରୀକୁ ଛାଣି ବା ନ ଛାଣି ସେବନ କରି ପାରିବେ । ରାତି ସାରା ଏହି ସବୁ ସାମଗ୍ରୀ ଭିଜିକି ରହିବା ଦ୍ଵାରା ଏହାର ପୋଷାକ ତତ୍ତ୍ଵ ପାଣିରେ ଆସି ଯାଇଥାଏ ।

ସେଥିପାଇଁ ପାଣି ସହ ଏହାର ସେବନ କରିଲେ ଭଲ ରେଜଲ୍ଟ ମିଳିବ । ଆପଣ ଦେଖିବେ ମାତ୍ର 1 ମାସ ଭିତରେ ଆପଣଙ୍କ ଶରୀରର ଓଜନ 5ରୁ 10 କିଲୋ ବଢିଯିବ । ଯଦି ଆପଣଙ୍କ ଶରୀର ବହୁତ ଦୁର୍ବଳ ଅଟେ ତେବେ ଆପଣଙ୍କୁ ଟିକେ ସମୟ ଲାଗିପାରେ । ଆଉ ଏଇକ ଜିନିଷ ଆପଣ କରିପାରିବେ ଯାହା ହେଉଛି ଭଜା ବୁଟ ଯାହାକୁ ଆପଣ ସନ୍ଧ୍ୟାରେ ଖାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *