ସୋରିଷ ତେଲରେ ଏହାକୁ ମିଶେଇ ଲଗାନ୍ତୁ, ଏକଜିମା ଅଳ୍ପ ଦିନରେ ଭଲ ହେବ… ( Healthy Tips )

ବନ୍ଧୁଗଣ ଏକଜିମା ବା ଯାହାକୁ ଆମେ ଓଡିଆରେ ବିଞ୍ଚି କହି ଥାଉ ତାହା ଏକ ପ୍ରକାରର ଚର୍ମ ରୋଗ ହୋଇଥାଏ । ଶରୀରରେ ଯେଉଁ ଜାଗାରେ ଏକଜିମା ହୋଇଥାଏ ସେଠାରେ ବହୁତ ଅଧିକ କୁଣ୍ଡାଇ ହୋଇଥାଏ । ଏମିତିକି ରକ୍ତ ମଧ୍ୟ ବାହାରିଥାଏ । ସାଧାରଣତ ଏଲୋପାତି ଔଷଧର ସେବନ କରି ଲୋକ ଏକଜିମା ଭଲ କରିବାକୁ ଚେଷ୍ଟା କରିଥାନ୍ତି ।

କିନ୍ତୁ ଅଧିକାଂଶ ସମୟରେ ମେଡ଼ିସିନ ସେବନ ପରେ ବି ଏକଜିମା ଭଲ ହୁଏ ନାହି । ଏମିତିରେ ଆପଣ ଆୟୁର୍ବେଦିକ ଉପାୟ ଆପଣେଇ ପାରିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ ଦ୍ଵାରା ଏକଜିମା ଜଲ୍ଦି ଭଲ ହୋଇଯିବ । ଏକଜିମା ହେବାର ମୁଖ୍ୟ କାରଣ ହେଉଛି ବଂଶାନୁଗତିକ, ଜଳବାୟୁ, ପର୍ଜ୍ୟାବରଣ ।

ଯେଉଁ ପିତା ମାତା ଙ୍କ ଠାରେ ଏକଜିମା ରୋଗ ଥାଏ ତେବେ ଏହା ସନ୍ତାନ କୁ ପ୍ରଭାବିତ କରିଥାଏ । ବ୍ୟାକ୍ଟେରିୟା ସଂକ୍ରମଣ କାରଣରୁ ବି ଏକଜିମା ହୋଇଥାଏ । ଏହି ଘରୋଇ ଉପଚାର ବନାଇବା ପାଇଁ 100 ଗ୍ରାମ ସୋରିଷ ତେଲ ନିଅନ୍ତୁ । ଲୁହା କଢେଇ ରେ ଏହି ଉପଚାର କରିବାକୁ ଚେଷ୍ଟା କରନ୍ତୁ । ଏବେ ଆପଣ ସୋରିଷ ତେଲ କୁ ଗରମ କରନ୍ତୁ । ଯେବେ ଯାଏଁ ଏହାର ଫେଣ ନ ମରୀଛି ।

ତେଲ ରୁ ଫେଣ ମରିବା ଆରେ ସେଥିରେ ଗୋଟେ ଲଙ୍କା ପକାଇ ଏହାକୁ ଘାଣ୍ଟନ୍ତୁ । ତା ପରେ 4 ରୁ 5ଟି ରସୁଣ ପାଖୁଡା କୁ ଛେଚି ତେଲ ରେ ପକାନ୍ତୁ । ରସୁଣ ପୋଡି କଳା ହେବା ପରେ ଏଥିରେ ଏକ ଚାମଚ କଳାଜୀରା ପକାନ୍ତୁ । ଯାହା ଆମେ ଆଚାର ବନାଇବାରେ ବ୍ୟବହାର କରିଥାଉ । ଏହାକୁ ଆପଣ ପ୍ଦୋବାକୁ ଛାଡି ଦିଅନ୍ତୁ । କଳା ଜୀରା ଭଲରେ ପୋଡିବା ପରେ ଏହାକୁ ଥଣ୍ଡା ପାଇଁ  ଛାଡି ଦିଅନ୍ତୁ ।

ତେଲ ସଂପୂର୍ଣ୍ଣ ଥଣ୍ଡା ହେବା ପରେ ଆପଣ ଏହାକୁ କାଚ ଜାର ରେ ଷ୍ଟୋର କରି ରଖି ପାରିବେ । ଏହି ତେଲ କୁ ଆପଣ ଏକଜିମା ଉପରେ ଭଲ ଭାବେ ଲଗାଇ ରାତି ସାରା ଛାଡି ଦିଅନ୍ତୁ । ତା ପରେ ସକାଳୁ ନରମାଲ ପାଣି ରେ ଏହାକୁ ଧୋଇ ଦିଅନ୍ତୁ । କିଛି ଦିନ ଏହି ତେଲ ର ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କର ଏକଜିମା ବା ବିଞ୍ଚି ଭଲ ହୋଇଯିବ ।

ଏକଜିମା ଦୂର କରିବା ପାଇଁ ଏହା ଏକ ବହୁ ପରୀକ୍ଷିତ ଘରୋଇ ଉପଚାର ଅଟେ । ଏକଜିମା ଭଲ କରିବା ପାଇଁ ମହୁ ବା ନଡିଆ ତେଲ କିମ୍ବା ଆଲୋଭେରା ଜେଲ ଏକଜିମା ହୋଇଥିବା ଜାଗାରେ ଏକ ରୁ ଦୁଇ ଘଣ୍ଟା ଲଗାଇ ରଖନ୍ତୁ । ତା ପରେ ନରମାଲ ପାଣି ରେ ଧୋଇ ଦିଅନ୍ତୁ । ଯଦି ଏକଜିମା ହୋଇଥିବା ଜାଗା ଅଧିକ କୁଣ୍ଡାଇ ହେଉଥାଏ ତେବେ ଆରାମ ପ୍ରଦାନ କରିବ । ନାଲି ନାଲି ଫଳି ଯାଇଥିଲେ ତାହା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *