ବନ୍ଧୁଗଣ ଆଜିର ସମୟରେ 99% ଲୋକଙ୍କୁ ଦାନ୍ତ ଜନିତ ସମସ୍ୟା ରହୁଛି । କାହାକୁ ଅସହ୍ୟ ଦାନ୍ତ ବିନ୍ଧା, କ୍ୟାବେଟି ଭଳି ସମସ୍ଯା ଭୋଗିବାକୁ ପଡୁଛି । ଯଦି ଆପଣଙ୍କୁ ମଧ୍ୟ ଦାନ୍ତ ବିନ୍ଧା ସମସ୍ୟା ହେଉଛି କିମ୍ବା ଦାନ୍ତ କଳା କି ହଳଦିଆ ପଡିଗଲାଣି ତେବେ ଆଜି ଆମେ ଆପଣଙ୍କୁ ଏକ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ ।
ଏହା ଦ୍ଵାରା ଆପଣଙ୍କର ଦାନ୍ତ ଜନିତ ସବୁ ସମସ୍ଯା ଦୂର ହୋଇଯିବ । ଏହି ରେମେଡି ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ କିଛି ବି କ୍ଷତି ହେବ ନାହି ନାହି । କିନ୍ତୁ ବଜାରରେ ମିଳୁଥିବା ପେଷ୍ଟର ବ୍ୟବହାର ଦ୍ଵାରା ଖରାପ ପ୍ରଭାବ ପଡିଥାଏ । ଏବେ ଆସନ୍ତୁ ଜାଣିବା ବିସ୍ତାର ଭାବେ । ଆଜି ଆମେ ଆପଣଙ୍କୁ 3ଟି ଘରୋଇ ଉପଚାର ବନାଇବା ଶିଖାଇବୁ ।
ପ୍ରଥମ ରେମେଡି ବନାଇବା ପାଇଁ ଆବଶ୍ୟକ ପଡିବ ସୋରିଷ ତେଲ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏହା ପରେ ଚିମୁଇଟାଏ ହଳଦୀ ଓ ଲୁଣ ନିଅନ୍ତୁ । ଏହି 3ଟି ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହାକୁ ଆପଣ ଆଙ୍ଗୁଳି ସାହଜ୍ୟରେ ନିଅନ୍ତୁ ଓ ଦାନ୍ତ ରେ ମାଲିସ କରନ୍ତୁ । ଏହାର ପ୍ରୟୋଗ କରିଲେ ଆପଣଙ୍କୁ ଦାନ୍ତ ଜନିତ କିଛି ବି ସମସ୍ଯା ହେବ ନାହି । ଏହା ସହ ମୁଖ ଦୁର୍ଗନ୍ଧ ଦୂର କରିବା ।
ଦ୍ଵିତୀୟ ରେମେଡି ବନାଇବା ପାଇଁ ଯେଉଁ ସାମଗ୍ରୀ ର ଆବଶ୍ୟକ ରହିଛି ତାହା ହେଉଛି ଘଷି ପାଉଁଶ । ଯାହା ଗୋବର ରୁ ଜଳାଇ ଏହି ପାଉଁଶ ତିଆରି କରାଯାଏ । ଏହା ଏକ ଚମତ୍କାରୀ ଜିନିଷ ଅଟେ । ନିହାତି ଆପଣ ଥରେ ଏହା ଟ୍ରାଏ କରନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଫିଟିକରି ଗୁଣ୍ଡ ।
ଏହି ରେମେଡି ର ପ୍ରୟୋଗ କରିବେ ଆପଣଙ୍କୁ ଅନ୍ୟ କିଛି ପେଷ୍ଟ ର ବ୍ୟବହାର କରିବାକୁ ପଡିବ ନାହି । ତୃତୀୟ ସାମଗ୍ରୀ ହେଉଛି ଲୁଣ । ଏବେ ଏହି 3ଟି ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହାକୁ ଆପଣ ଦାନ୍ତ ବା ମାଢିରେ ମାଲିସ କରନ୍ତୁ ଦେଖିବେ ଦାନ୍ତ ଜନିତ ସମସ୍ଯା ଆଉ କେବେବି ହେବ ନାହି ।
ଯଦି ଆପଣଙ୍କର ଦାନ୍ତ ହଳଦିଆ ବା କଳା ପଡିଯାଇଛି ତେବେ ତୃତୀୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଆମ୍ବ ପତ୍ର । ଆମ୍ବ ପତ୍ର କୁ ଚୋବାଇଲେ ଯେଉଁ ଖଦଡ ଅଂସ ରହିବ ତାହାକୁ ଦାନ୍ତରେ ଘସନ୍ତୁ । ଦେଖିବେ ଆପଣଙ୍କର କଳା ବା ହଳଦିଆ ଦାନ୍ତ ମୋତି ଭଳି ଚମକିବ । ଏହା ଏକ ଚମତ୍କାରୀ ଘରୋଇ ଉପଚାର ଅଟେ ।
ଆଉ ଏକ ରେମେଡି ହେଉଛି ଲେମ୍ବୁ ଚୋପା କୁ ଲୁଣ ରେ ମିଶାଇ ଦାନ୍ତ ଘାସନ୍ତୁ । ଏହା ଏକ ଚମତ୍କାରୀ ଉପାୟ ଅଟେ । ଦେଖିବେ ଆପଣଙ୍କ ଦାନ୍ତ ଫୁଲା, ପୋକ ଖାଇଥିଲେ, କଳା ବା ହଳଦିଆ ହେଉଥିଲେ ତାହା ସବୁ ଦୂର ହୋଇଯିବ ।