ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଲବଙ୍ଗ ର ଉପକାରିତା ଓ କିଛି ଚମତ୍କାରି ଫାଇଦା ବିଷୟରେ କହିବୁ । ଲବଙ୍ଗ କୁ ମସଲା ରୂପରେ ସମସ୍ତଙ୍କ ଘରେ ବ୍ୟବହାର କରାଯାଇଥାଏ । କିନ୍ତୁ ଏଥିରେ ଏମିତି ଔଷଧୀୟ ଗୁଣ ଅଛି ଯାହା ବିଭିନ୍ନ ପ୍ରକାରର ରୋଗ ସବୁ ଦୂର କରିବାରେ ସହଯୋଗ କରିଥାଏ । ତେବେ ଚାଲନ୍ତୁ ଜାଣିବା ।
ଦାନ୍ତ ବିନ୍ଧା :- ଯଦି ଆପଣଙ୍କ ଦାନ୍ତ ବିନ୍ଧୁଥାଏ ତେବେ ଏହି ଲବଙ୍ଗକୁ ପାଟିରେ ରଖିଲେ ବା ଲବଙ୍ଗ ତେଲକୁ ଦାନ୍ତରେ ଲଗାଇଲେ ଦାନ୍ତ ବିନ୍ଧା ବହୁତ ଜଲ୍ଦୀ ଦୂର ହୋଇଥାଏ । ଏହି କାରଣରୁ ଅଧିକାଂଶ ଆୟୁର୍ବେଦିକ ଟୁଥପେଷ୍ଟ ରେ ଲବଙ୍ଗ ର ବ୍ୟବହାର କରାଯାଇଥାଏ ।
ଗ୍ୟାସ ଏବଂ ଏସିଡିଟି :- ଯଦି ଆପଣଙ୍କ ଅଧିକାଂଶ ସମୟ ଗ୍ୟାସ ବା ଏସିଡିଟି ରହୁଛି ତେବେ ଲବଙ୍ଗ ସେବନ ଦ୍ୱାରା ଏହି ସମସ୍ୟା ସବୁଦିନ ପାଇଁ ଦୂର କରାଯାଇପାରିବ । ଗୋଟେ ଗିଲାସ ପାଣିରେ ଦୁଇ ଚାମଚ ଲବଙ୍ଗ ର ଗୁଣ୍ଡ ମିଶାଇ ଏହାକୁ ଫୁଟାନ୍ତୁ । କିଛି ସମୟ ଫୁଟିବା ପରେ ଏହି ପାଣି ଉଷୁମ ଥିବା ସମୟରେ ଏହାକୁ ପିଅନ୍ତୁ । ଏହା ଗ୍ୟାସ ଏବଂ ଏସିଡିଟି ବହୁତ ଜଲ୍ଦୀ ଦୂର କରିଥାଏ ।
ଡାଇବେଟିସ ନିୟନ୍ତ୍ରଣ:- ଡାଇବେଟିସ ରୋଗୀ ଲବଙ୍ଗ ଖାଇବା ଦ୍ବାରା ତାଙ୍କ ରକ୍ତରେ ସୁଗର ଲେଭେଲ ନିୟନ୍ତ୍ରଣ ରହିଥାଏ । କାରଣ ଲବଙ୍ଗରେ ଥିବା ପୋଷଣ ତତ୍ତ୍ଵ ପାନକ୍ରିଆଜ ର ଇନ୍ସୁଲିଁ ତତ୍ଵ ବଢ଼ିଥାଏ ଯାହା ଫଳରେ ଡାଇବେଟିସ କଣ୍ଟ୍ରୋଲ ହୋଇଥାଏ ।
ହାକୁଟି ବନ୍ଦକରେ :- ଯଦି ଆପଣଙ୍କୁ ବାରମ୍ବାର ହାକୁଟି ବା ହିକ ଆସିଥାଏ ତେବେ ଦୁଇଟା ଲବଙ୍ଗ ପାଟିରେ ପକାଇ ଚୁସନ୍ତୁ । ଦେଖିବେ ହାକୁଟି ଗୋଟେ ମିନଟ ଭିତରେ ବନ୍ଦ ହୋଇଯିବ ।
ପାଟିରୁ ଦୁର୍ଗନ୍ଧ:- ଲବଙ୍ଗ ଖାଇବା ଦ୍ବାରା ପାଟିର ଦୁର୍ଗନ୍ଧ ଦୁର ହୋଇଥାଏ । ଏବଂ ଏଥିରେ ଥିବା ଆଣ୍ଟି ମାଇକ୍ରୋନ ଗୁଣ ଯୋଗୁଁ ଦାନ୍ତ ଓ ମାଢି ସଂକ୍ରମିତ ରୋଗ ହୋଇନଥାଏ ।
କ୍ୟାନ୍ସର :- ବୈଜ୍ଞାନିକ ମାନଙ୍କ ରେଶ୍ୱର୍ଚ୍ଚ ରୁ ଏହା ଜଣାପଡିଛି ଯେ ଲବଙ୍ଗ କେତେ ପ୍ରକାରର କ୍ୟାନ୍ସର ବିଭାଜନ ପ୍ରକ୍ରିୟାକୁ ସ୍ଲୋ କରିଥାଏ । ଯାହା ଦ୍ଵାରା କ୍ୟାନ୍ସର ରୋଗୀ ଲବଙ୍ଗ ଖାଇଲେ ଏହା କ୍ୟାନ୍ସର କୁ ବ୍ୟାପକ ହେବାକୁ ଦେଇନଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।