ବନ୍ଧୁଗଣ ଆଜିକା ସମୟରେ ସୁସ୍ଥ ରହିବା ଅତ୍ୟନ୍ତ ଜରୁରୀ ଅଟେ । ମଧୁମୟ ରୋଗ ଯେତେ ମାରାତ୍ମକ ଆପଣ ସମସ୍ତେ ନିଶ୍ଚିନ୍ତ ଭାବରେ ଜାଣିଥିବେ । ତେବେ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ନୁହେଁ ଯେ କେବଳ ବୟସ୍କ ବ୍ୟକ୍ତିମାନେ ଏହାର ଶିକାର ହେଉଛନ୍ତି, ବରଂ ଯୁବକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ।
୧- ମଇଦା ରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ଯଥା ପାଉଁରୁଟି, ଟୋଷ୍ଟ, ବିସ୍କୁଟ ଇତ୍ୟାଦି ଅତ୍ୟନ୍ତ ଖରାପ ହୋଇଥାଏ । ମଇଦାରେ ରିଫାଇନ କାର୍ବୋ ହାଇଡ୍ରେଟ ର ମାତ୍ରା ଅଧିକ ରହିଥାଏ । ଏହା ଶୀଘ୍ର ଡାଇଜେଷ୍ଟ ହୋଇ ସୁଗାର ରେ ପରିଣତ ହୋଇଯାଏ । ମଇଦା କୁ ରିଫାଇନ କରିବା ପ୍ରକ୍ରିୟା ରେ ଏଥିରେ ଫାଇଭର ପରିମାଣ ବହୁତ କମିଯାଇଥାଏ । ରକ୍ତ ରେ ଥିବା ଗ୍ଳୁକୋଜ କୋଷ ଭିତରକୁ ଯାଇନପାରି ରକ୍ତରେ ଗ୍ଳୁକୋଜ ର ପରିମାଣ ବଢାଇ ଦେଇଥାଏ । ଯଦି ଆପଣ ବ୍ରେଡ ଖାଇବାକୁ ଚାହୁଁଛନ୍ତି ତେବେ ଧଳା ପାଉଁରୁଟି ବଦଳରେ ବ୍ରାଉନ ପାଉଁରୁଟି ଖାଇବା ଆବଶ୍ୟକ ।
୨- ଡାଇବେଟିସ ଥିଲେ କେବେ ବି ଆଳୁ ଖାଇବା ଉଚିତ୍ ନୁହେଁ । କାରଣ ଆଳୁ ରେ କାରିବହାଡ୍ରେଟ ବା ଶେତ୍ୱସାର ର ମାତ୍ରା ଅଧିକ ପରିମାଣ ରେ ରହିଛି ଜାହା ଆପଣ ମାନଙ୍କ ରକ୍ତ ରେ ସୁଗାର ର ଲେବୁଲ କୁ ବଢେଇବାରେ ସାହାଯ୍ୟ କରେ । ସେହି ପରି ଆଳୁ ରେ କାର୍ବୋହାଇଡ୍ରେଟ୍ ର ମାତ୍ରା ଅଧିକ ପରିମାଣ ରେ ରହିଥିବାରୁ ଏହା ହୃଦରୋଗ ବା କ୍ୟନସର ଭଳି ରୋଗ ସୃଷ୍ଟି କରେ ।
୩- ଡାଇବେଟିସ ଲୋକଙ୍କୁ ପ୍ୟାକେଟ ରେ ଥିବା ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ । ପ୍ୟାକେଟରେ ବିକ୍ରି ହେଉଥିବା ସ୍ନାକ୍ସ ଯେପରି ବାଦାମ ପୋଖଡା, ଚୁଡା ମିକ୍ସଚର ବିଭିନ୍ନ ପ୍ରକାରର ଚିପ୍ସ ଇତ୍ୟାଦିରେ ଅଧିକ ପରିମାଣରେ କାର୍ବହାଇଡ୍ରେଡ଼ ଏବଂ ବିଷାକ୍ତ ତେଲ ରହିଥାଏ । ପ୍ୟାକେଟରେ ବିକ୍ରି ହେଉଥିବା ଖାଦ୍ୟ ସାଧାରଣ ମଇଦାରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ଅଧିକ ଗରମରେ ଫ୍ରାୟ କରାଯାଇଥାଏ । ଏହା ଦ୍ୱାରା ଏଥିରେ ଟ୍ରାନ୍ସଫେଡ଼ର ମାତ୍ରା ବଢିଯାଇଥାଏ । ଏହା ବିଭିନ୍ନ ପ୍ରକାରର ରୋଗର କାରଣ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।